ହେଡଲାଇନସ୍:

ଆର.ଏସ.ପି. ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆର.ଏସ.ପି. ସିଣ୍ଟରିଙ୍ଗ ପ୍ଳାଣ୍ଟ-à­¨ ବିଭାଗୀୟ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ  

ରାଉରକେଲା/ ସୁଶାନ୍ତ ବେହେରା :ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ଏକ କର୍ମଚାରୀ ଦଳ ସଫଳତା ସହକାରେ ୱାଟର କୁଲିଙ୍ଗ ସିଷ୍ଟମର ଆଂଶିକ ପରିବର୍ତ୍ତନ ଜରିଆରେ ଉନ୍ନତିକରଣ କରିଛନ୍ତି । ଏହାର ଫଳସ୍ଵରୂପ ଓଭରଫ୍ଲୋ ଜଳକୁ ବିନା ଅପଚୟରେ ପୁନଃସଂଚାଳନ କରାଯାଇପାରିବ ।ଏହି ପ୍ରଶଂସନୀୟ ପ୍ରୟାସର ଫଳସ୍ଵରୂପ କମ୍ପାନୀର ୨୨.୬୮ ଲକ୍ଷ ଟଙ୍କାର ସଞ୍ଚୟ ସାଧନ ହୋଇପାରିଛି। 

ସୂଚନାଯୋଗ୍ୟ ଯେ, ୱାଟର କୁଲିଙ୍ଗ ସିଷ୍ଟମର ଟାଙ୍କିରୁ ସମୟସମୟରେ ଜଳ ଓଭରଫ୍ଲୋ ହେବା ସହିତ ଅପଚୟ ହେଉଥିଲା। ଏହି ଜଳ ଅପଚୟକୁ ରୋକିବା ନିମନ୍ତେ ବିଭାଗର ମ୍ୟାନେଜର ପି ଏସ ବଡାଇକ ଏବଂ ସିନିୟର ଟେକନିଶିସନ,  ଏସ କେ ପ୍ରଧାନ,  ଏମ ରେହମାନ, ଶ୍ରୀ ୟୁ ସି ଦତ୍ତା, ଶ୍ରୀ ଏମ କେ ମିଶ୍ରଙ୍କୁ ନେଇ ଗଠିତ ଦଳ ସଫଳ ପ୍ରୟାସ କରିଥିଲେ। 

ଉପଲବ୍ଧ ନିଜସ୍ୱ ସମ୍ବଳର ଉପଯୋଗ କରି ସେମାନେ ଉକ୍ତ ଟାଙ୍କିକୁ କୁଲିଙ୍ଗ ଟାୱାର ସହିତ ସଂଯୋଗ କରିଥିଲେ। ଜଳସ୍ତର ନିୟନ୍ତ୍ରଣ ନିମନ୍ତେ ସେମାନେ ଟାଙ୍କିରେ ପ୍ରକ୍ସିମିଟି ସ୍ଵିଚ ସ୍ଥାପନା କରିଥିଲେ। ଏଭଳି ଆଂଶିକ ପରିବର୍ତ୍ତନ ଦ୍ଵାରା କୁଲିଙ୍ଗ ଟାୱାର ଟାଙ୍କିର ଓଭରଫ୍ଲୋ ଜଳକୁ କେନ୍ଦ୍ରୀଭୂତ ରୂପେ କୁଲିଙ୍ଗ ଟାୱାରରେ ପୁନଃ ସଂଚାଳନ କରାଯାଇପାରୁଛି ଏବଂ ସିଣ୍ଟର ପ୍ରସ୍ତୁତ ପ୍ରକ୍ରିୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରଣାଳୀରେ ପୁନଃଉପଯୋଗ କରାଯାଇପାରୁଛି । 

  ଜୁଲାଇ ୨୧ ତାରିଖରେ ସିଣ୍ଟେରିଙ୍ଗ ପ୍ଳାଣ୍ଟ-୨ ବିଭାଗରେ ଆୟୋଜିତ ଏକ ସ୍ଵତନ୍ତ୍ର ପୁରସ୍କାର ଉତ୍ସବରେ ଜିଏମ ସିଣ୍ଟର, ଏସ ଆର ଦତ୍ତା ଅଧ୍ୟକ୍ଷତା କରି ଉକ୍ତ ଦଳର ସଦସ୍ୟମାନଙ୍କୁ ଏହି ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଭାଗର ଡ଼ିଜିଏମ, ଶ୍ରୀ ଆତିଶ ସରକାର, ଶ୍ରୀ ଏସ କେ ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କାର୍ମିକ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ଶୁଭେନ୍ଦୁ ଗରୁଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 

 

 

 

0
0
0
s2sdefault