ୟୁବିଆଇର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ଜିଏମ ପାହ୍ୟାକୁ  ପଦୋନ୍ନତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ୟୁବିଆଇର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ଜିଏମ ପାହ୍ୟାକୁ  ପଦୋନ୍ନତି 

ଭୁବନେଶ୍ୱର:  ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଓ ଓଡ଼ିଶା ରାଜ୍ୟ ପାଇଁ ଆରବିଆଇ  ରାଜ୍ୟ ସରକାରଙ୍କ ସହ ବ୍ୟାଙ୍କର ମୁଖ୍ୟ ସଂଯୋଜକ ମୁକ୍ତି ରଞ୍ଜନ ରାୟ ପଦୋନ୍ନତି ପାଇବା ପରେ ତାଙ୍କୁ ବ୍ୟାଙ୍କର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଟ୍ରାନ୍ସଫର୍ କରାଯାଇଛି । ସେଠାରେ ସେ ଆଗାମୀ ଅକ୍ଟୋବର ମାସରେ ଅଗ୍ରୀମ ବିଭାଗର ମହାପ୍ରବନ୍ଧକ ପଦବୀ ତୁଲାଇବେ ବୋଲି ଜଣାପଡିଛି ।  ଶ୍ରୀ ରାୟ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟରେ ଯୋଗଦେବା ପରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ  ବିମୁଦ୍ରୀକରଣ, ଆର୍ବିଆଇ ଦ୍ୱାରା ପ୍ରସ୍ତାବିତ ପିସିଏ ଭଳି କଷ୍ଟସାଧ୍ୟ କାର୍ଯ୍ୟକୁ  ଶାଖାମାନଙ୍କ ଦ୍ୱାରା ସୁଚାରୁରୂପେ ତୁଲାଇଥିବା ବେଳେ ଋଣ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ଆଣିଥିଲେ । ଅଗ୍ରୀମ ଓ ଅସୁଲିରେ ଶ୍ରୀ ରାୟଙ୍କ କାର୍ଯ୍ୟକାଳରେ ୨୦୧୭-୧୮ ମସିହାରେ ଭୁବନେଶ୍ୱର କ୍ଷେତ୍ରର ସଫଳତା ବ୍ୟାଙ୍କର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ମାନଙ୍କ ମଧ୍ୟରେ ପ୍ରଥମ ଥିବାବେଳେ କ୍ଷେତ୍ରର ମୋଟ ଅଣକାର୍ଯ୍ୟକାରୀ ଋଣ (ଏନପିଏ )କୁ ୧୧%ରୁ ୬.୫%କୁ ହ୍ରାସ କରି ପାରିଥିଲେ । ଆର୍ବିଆଇ ଓ ରାଜ୍ୟ ସରକାରଙ୍କ ଆହ୍ୱାନରେ  ଅନଗ୍ରସର ଜିଲ୍ଲାମାନଙ୍କର ଋଣ-ଜମା ଅନୁପାତକୁ ୪୦% ବା ତାହାର ପାଖାପାଖି ଆଣିବାରେ ସକ୍ଷମ ହୋଇପାରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନେ ଅଣକାର୍ଯ୍ୟକାରୀ ଋଣ  ଏବଂ ନିମ୍ନ ଲାଭାଂଶର ଶିକାର ହୋଇଥିବା ବେଳେ ଶ୍ରୀ ରାୟଙ୍କ ତତ୍ତ୍ୱାବଧାନରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ସର୍ବାଙ୍ଗୀନ ବ୍ୟବସାୟ ସଫଳଜନକ ବୋଲି ପ୍ରତିପାଦିତ ହୋଇଛି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗ୍ରାହକସେବା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପରି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସେ ସୂଚାରୁ ରୂପେ ସମ୍ପାଦନ କରି ବ୍ୟାଙ୍କର କର୍ମଚାରୀ ତଥା ଗ୍ରାହକମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଭୁବନେଶ୍ୱର ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ରାୟଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇ ଥିଲେ  । ଏହି ଅବସରରେ ଶ୍ରୀ ରାୟଙ୍କ ସମେତ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଅନସ୍ୱୟା ରାୟ ମଧ୍ୟ ଉପସ୍ଥିତ ଥିଲେ |

0
0
0
s2sdefault