ହେଡଲାଇନସ୍:

ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍  ଅପସାରଣ କ୍ଷେତ୍ରରେ  ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ ) : କଳକବଜା, ଯନ୍ତ୍ରପାତି ଓ  ଅନ୍ୟାନ୍ୟ ଉପକରଣ  ସହ ଜଡିତ  ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପ୍ ର ଉତ୍ପତି  ହୋଇଥାଏ l  ଏହି  ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ  ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା  ତଥା  ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରିଦିଆ ଯାଇଥାଏ l ସ୍କ୍ରାପ୍ କୁ  ଯଥାସମୟରେ  ଅପସାରଣ କରିଦେବା ଉଚିତ,  ଯଦ୍ୱାରା ଏଗୁଡ଼ିକୁ ରିସାଇକ୍ଳିଙ୍ଗ୍ କରାଯାଇ  ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ  ରୂପାନ୍ତରଣ କରା ଯାଇପାରିବ l ଏହାଦ୍ୱାରା ମଧ୍ୟ ପରିବେଶ ନିର୍ମଳ  ଓ ସ୍ୟାସ୍ଥ୍ୟକର  ହେବା  ସମ୍ଭବ  ହୋଇଥାଏ  l

ପୂର୍ବ ତଟ ରେଳପଥ  ଯଥା ସମୟରେ ସ୍କ୍ରାପ ଅପସାରଣ କରିବାରେ ସକ୍ରିୟ  ପଦକ୍ଷେପ ନେଇ ଆସିଛି l ଲକ୍ ଡାଉନ ଉଠି ଯିବା ପରେ ଜୁନ 2020 ରେ  ପୂର୍ବ ତଟ  ରେଳପଥ  ଦ୍ୱାରା ସ୍କ୍ରାପ୍ ଅପସାରଣ  ପ୍ରକ୍ରିୟା ଇ-ନିଲାମ  ମାଧ୍ୟମରେ ପୁନଃ ଆରମ୍ଭ କରାଯାଇଛି l ପୂର୍ବ ତଟ  ରେଳପଥ  ଦ୍ୱାରା ସମସ୍ତ ଡିଭିଜନ ରେ  ସମୁଦାୟ 11 ଟି ଇ -ନିଲାମ  ଅନୁଷ୍ଠିତ  ହୋଇଯାଇଛି l ଜୁଲାଇ, 2020 ରେ  ମଧ୍ୟ  ଆଜି ପର୍ଯ୍ୟନ୍ତ  6 ଟି ଇ -ନିଲାମ  ଅନୁଷ୍ଠିତ  ହୋଇ ସାରିଲାଣି l

ପୂର୍ବ ତଟ ରେଳପଥରେ ଇ -ନିଲାମ ପ୍ରକ୍ରିୟା  ସମ୍ପୂର୍ଣ ରୂପେ ଅନ ଲାଇନ  ପଦ୍ଧତିରେ  କରାଯାଇଥାଏ  l 2003 ମସିହାରୁ ପୂର୍ବ ତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଦ୍ୱାରା ଏହାର ଉତ୍ସର୍ଗୀକୃତ IREPS (ଭାରତୀୟ  ରେଳ ଇ ପ୍ରୋକ୍ୟୁରମେଣ୍ଟ  ସିଷ୍ଟମ ) ପୋର୍ଟାଲ  ମାଧ୍ୟମରେ  ଇ -ନିଲାମ  ପ୍ରକ୍ରିୟା  ଅନୁଷ୍ଠିତ ହେଇ ଆସୁଅଛି,  ଯାହାକି ସ୍କ୍ରାପ ସାମଗ୍ରୀ ଅପସାରଣ କରିବାର  ଏକ ସ୍ୱଚ୍ଛ ପ୍ରଣାଳୀ  ଏବଂ  ଏହା ଦ୍ୱାରା  ଏକ ନିର୍ମଳ ପଦ୍ଧତି  ତଥା କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସମସ୍ତ ବିଡର ସମାନ 

ଏହି ଇ -ନିଲାମ ପ୍ରଣାଳୀ ରେ  IREPS ପ୍ଲାଟଫର୍ମରେ  ଅନ୍ ଲାଇନ ମାଧ୍ୟମରେ  ଲଟ୍ ଗୁଡିକର ବିବରଣୀ ପ୍ରକାଶିତ କରାଯାଇଥାଏ  ଓ  ବିଡର ମାନଙ୍କୁ  ଅନ ଲାଇନ  ମାଧ୍ୟମରେ ବିଡ଼୍  କରିବା ପାଇଁ ଅନୁମତି ଦିଆ ଯାଇଥାଏ l ଯଦି, ସବୁଠାରୁ ଅଧିକ ଉଚ୍ଚଦରରେ  ଆସିଥିବା  ବିଡ଼୍,  ପୂର୍ବରୁ  ନିର୍ଦ୍ଧାରିତ ଥିବା ମୂଲ୍ୟ ଠାରୁ ଅଧିକ ହୋଇଥାଏ,  ତେବେ ସେଇ  ବିଡ଼୍ କୁ  ସିଷ୍ଟମ  ଗ୍ରହଣ କରି ଦେଇଥାଏ  ଓ  ସମ୍ପୃକ୍ତ  ଅଂଶଗ୍ରହଣକାରୀ ଙ୍କୁ  ଲଟ୍  ଟି ବିକ୍ରୟ କରାଗଲା  ବୋଲି  ଘୋଷଣା  କରା ଯାଇଥାଏ  l ସମଗ୍ର  ପ୍ରକ୍ରିୟା  ଅନ୍ ଲାଇନ ରେ ସମ୍ପନ୍ନ ହୋଇଥାଏ,  କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ  ବିନା  l

ଗତ ଆର୍ଥିକ ବର୍ଷରେ,  ପୂର୍ବ ତଟ ରେଳ ପଥ  କରିଥିବା ସ୍କ୍ରାପ୍ ଅପସାରଣର  ପରିମାଣ,  ଭାରତୀୟ ରେଳ ଦ୍ୱାରା ଧାର୍ଯ୍ୟ  କରାଯାଇଥିବା ଲକ୍ଷ୍ୟ ଠାରୁ  34% ଅଧିକ l ସମଗ୍ର ଜୋନକୁ  ସ୍କ୍ରାପ ମୁକ୍ତ  ଓ ପରିବେଶ ଅନୁକୂଳ କରିବାର  ଏକ  ଭରପୁର ପ୍ରୟାସ ଦ୍ୱାରା, ଏହା ପୂର୍ବରୁ  ହୋଇଥିବା ସ୍କ୍ରାପ ବିକ୍ରୟ ସବୁଠାରୁ ଅଧିକ l ଏହି ପ୍ରକ୍ରିୟା ଏଇ ବର୍ଷ ମଧ୍ୟ  ସମୁଚିତ ରୂପେ ଜାରି ରଖାଯିବ l

 

0
0
0
s2sdefault