ହେଡଲାଇନସ୍:

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଶିବିର ଓ ମାତୃଭାରତୀ ମଂଚ ଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଶିଶୁବାଟିକା ବିଭାଗ ତରଫରୁ ଶିଶୁ ଶିବିର ଏବଂ ବିଦ୍ୟାମନ୍ଦିର ତରଫରୁ ମାତୃଭାରତୀ ମଂଚ ଗଠନ ହୋଇଥିଲା । ବାଟିକା ବିଭାଗ ପ୍ରମୁଖ ଅନୁପା ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ଶିଶୁ ଶିବିରରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଶିଶୁମାନଙ୍କୁ ସେମାନଙ୍କ ଦୈନିକ ଜୀବନଚର୍ଯ୍ୟା କିଭଳି ନିଜେ ନିଜପାଇଁ କରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ଉତ୍ସାହିତ କରାଯାଇଥିଲା । ଅନ୍ୟ ପକ୍ଷରେ ପ୍ରଧାନାଚାର୍ଯ୍ୟ ଭଗବାନ ମହାପାତ୍ରଙ୍କ ଅଧ୍ୟକ୍ଷାତାରେ ମାତୃଭାରତୀ ମଂଚ ଗଠନ କରାଯାଇଥିଲା । ୯୦ଜଣ ମା ଏହାର ସଦସ୍ୟା ରୁପେ ମନୋନୀତ ହୋଇଥିଲେ । ଶିକ୍ଷା ବିଭାଗର ପୂର୍ବ ସମ୍ଭାଗ ସଦସ୍ୟ ଚନ୍ଦ୍ରଭାନୁ ବରାଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାତୃଭାରତୀ ମଂଚ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ବିଦ୍ୟାମନ୍ଦିରର ପରିଚାଲନା କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ପଦ୍ମନାଭ ପୃଷ୍ଟି, ଯୁଗ୍ମ ସମ୍ପାଦକ ରାଜକିଶୋର ସାହୁ, ସଂଙ୍କୁଳ ପ୍ରମୁଖ ବୈକୁଣ୍ଠ ବିହାରୀ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault