ହେଡଲାଇନସ୍:

ପୋଖରାସାହ୍ଲେ ପଞ୍ଚାୟତରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାହ୍ଲେ ଗ୍ରାମପଞ୍ଚାୟତ ପରିସରରେ ଆଜି ସରକାରଙ୍କ ଏକ ସ୍ୱତନ୍ତ୍ର ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରଗତି, ଭିତ୍ତିଭୂମିର ବିକାଶ ଏବଂ ସାଧାରଣ ଜନତାଙ୍କ ନିକଟରେ ସରକାରୀ ଯୋଜନାର ସଫଳ ରୂପାୟନ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବୋଲି ବିଧାୟକ ବର୍ଣ୍ଣନା କରିଥିଲେ l ହିତାଧିକାରୀଙ୍କୁ ଏହି ଅବସରରେ ବିଭିନ୍ନ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଡ଼ିଓ ଅଭିନାଶ ଲାକ୍ରା, ଏବିଡ଼ିଓ ରାଜେଶ ରୋଶନ ଗୁଡ଼ିଆ, ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ବିଧାୟକ ପ୍ରତିନିଧି ରାଜେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମିତି ସଦସ୍ୟ, ୱାର୍ଡ ସଭ୍ୟ, ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।

0
0
0
s2sdefault