ହେଡଲାଇନସ୍:

ଲୋକ କଳା ବିକାଶ କେନ୍ଦ୍ର ତରଫରୁ ମହିଳା ହିଂସା ବିରୋଧି ସଚେତନ ରଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ପ୍ରତାପ ମେହେର: ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ସରସରା , ଅଲିଭା ମହାସଂଘ ହରଭଙ୍ଗା ବ୍ଲକ୍ ଓ ଟିଏଚପି  ଇଣ୍ଡିଆ  ତରଫରୁ ମହିଳା ହିଂସା ବିରୋଧି ସଚେତନ ଯାତ୍ରା ଆରମ୍ଭ ହେଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO) ଶ୍ରୀମତୀ ହରିପ୍ରିୟା ମେହେର  ଉଦ୍ଘାଟନ କରି ଶୁଭାରମ୍ଭ କରିଥିଲେ । ଅଲିଭା ମହାସଂଘ ର ସଭାପତି ଶ୍ରୀମତୀ କଳ୍ପନା ପ୍ରଧାନ , ବାଣିଭୂଷଣପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରାଜଲକ୍ଷ୍ମୀ ପାତ୍ର ଓ ଅନ୍ୟ ୱାର୍ଡସଭ୍ୟା ସବୁ ଉପସ୍ଥିତ ଥିଲେ ।  ହରଭଙ୍ଗା ବ୍ଲକ୍ ର ୧୫ ଟି ପଞ୍ଚାୟତ ର ୧୧୯ଟି ମହିଳା ୱାର୍ଡ ସଭ୍ୟଙ୍କ ନିକଟକୁ ଏହି ବାର୍ତ୍ତା ଯିବ ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପତା ପ୍ରଧାନ ସୂଚନା ଦେଇଛନ୍ତି । ମହିଳା ହିଂସା ବନ୍ଦ , ବାଲ୍ୟ ବିବାହ ବନ୍ଦ , ଯୌତୁକ ପ୍ରଥା ବନ୍ଦ ଆଦି ସ୍ଲୋଗାନ ଦେଇ ଚାରିଛକ, ମାର୍ଦିଂଙ୍ଗ ଆଦି ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା ଏବଂ ଗାଁ ଲୋକ ମାନଙ୍କ ସହିତ ଉପରୋକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ତା ସହିତ " ଆଜିଠୁ ଆମେ ନେବା ଶପଥ, ମହିଳା ହିଂସା କୁ କରିବୁ ଅନ୍ତ " ଏକ ସୋଗ୍ଲାନ୍ ରେ ସମସ୍ତେ ଦସ୍ତଖତ ମଧ୍ୟ କରିଥିଲେ । କାର୍ଯ୍ୟକ୍ରମ ସହଯୋଗୀ ବିଞ୍ଜାମିନ ନାୟକ , ବ୍ଲକ୍ ସଂଯୋଜକ ନିକୁଞ୍ଜ ବିଶୋଇ , କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ଓ ସୁପ୍ରିୟା ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault