ହେଡଲାଇନସ୍:

ଭିନ୍ନକ୍ଷମଙ୍କ ଅଧିକାର ଓ ଅଧିନିୟମ ଉପରେ ସରକାରୀ ଅଧିକାରୀମାନଙ୍କୁ ନେଇ ସଚେତନତା କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷଠାରେ ସାମୁଦାୟୀକ ବିକାଶ କେନ୍ଦ୍ର ଅନୁଷ୍ଠାନ ଆନୁକୂଲ୍ୟରେ ଏବଂ ସାଇଟ୍-ସେଭର୍ସ ସହାୟତାରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ଉପରେ ସରକାରୀ ଅଧିକାରୀ ମାନଙ୍କୁ ସଚେତନତା କରାଇବା ନେଇ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା  କାର୍ଯ୍ୟକ୍ରମ ଅନୁଷ୍ଠିତ   ହୋଇଯାଇଛି ।

     ଏହି କାର୍ଯ୍ୟକ୍ରମରେ ଓଡିଶା ବିକଳାଙ୍ଗ ମଞ୍ଚର ସଭାପତି ନିରଞ୍ଜନ ବେହେରା ସଭାପତିତ୍ୱ କରି ଭିନ୍ନକ୍ଷମ ମାନଙ୍କ ଅଧିକାର ଅଧିନିୟମ-୨୦୧୬ ,  ସେମାନଙ୍କ ଚିରନ୍ତନ ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଦିଗରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ଅଧିକାରୀ ମାନେ କିଭଳି ସଚେତନ ହୋଇ କାର୍ଯ୍ୟ କରିବେ , ତାହାହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ ।

  ଜିଲ୍ଲାପାଳ ଅନୁପମ ଶାହା , ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକସରଙ୍କ ପ୍ରତିଶ୍ରୁତି ବଦ୍ଧତା  ପ୍ରକାରେ ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ରହିଥିବା ଅଧିକାର ଅଧିନିୟମ-୨୦୧୬ କୁ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରାଯିବ । 

 ଭିନ୍ନକ୍ଷମ ମାନେ ପେନସନ ପାଇଁ କାର୍ଯ୍ୟାଳୟକୁ ଆସିଲେ ସେମାନଙ୍କୁ ଅଯଥାରେ  ହଇରାଣ କି ନିରାଶ କରାଯିବାର କୌଣସି ଅର୍ଥ କି କାରଣ ନାହିଁ । ତେଣୁ ଭିନ୍ନକ୍ଷମ ମାନଙ୍କୁ ପ୍ରତି କ୍ଷେତ୍ରରେ ସମ୍ମାନର ସହ ସାହାଯ୍ୟ କରି ସେମାନଙ୍କ ଆବଶ୍ୟକତାକୁ  କିଭଳି ପୁରଣ କରାଯାଇ  ସମାଜର ମୁଖ୍ୟ   ସ୍ରୋତରେ ସାମିଲ କରାଇବାରେ ସହାୟକ ହେବେ , ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

   ରାଜ୍ୟସ୍ତରରୁ ଆସିଥିବା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରଶାସକ ସନ୍ୟାସୀ ବେହେରା ଯୋଗଦେଇ ସମଗ୍ର ସମାଜରେ ଭିନ୍ନକ୍ଷମ ମାନଙ୍କ ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ଅଂଶଗ୍ରହଣ ରହିଛି । ତେଣୁ ଭିନ୍ନକ୍ଷମ ମାନଙ୍କୁ ସଶକ୍ତ କରି ଗଢି ତୋଳିବାକୁ ଆହ୍ବାନ କରିଥିଲେ । ଭିନ୍ନକ୍ଷମ ମାନଙ୍କ ପ୍ରତି ସମାଜରେ ବିଭିନ୍ନ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ପ୍ରତିବନ୍ଧକ , ବିଭିନ୍ନ ଅଧିକାର ଓ ମୌଳିକ ସ୍ବାଧିନତା ଦେବାରେ ପକ୍ଷପାତିତା , ବିଭିଧତା ପ୍ରତି ସମ୍ମାନରେ ଭେଦଭାବ ନ ରଖିବା , ଚିରନ୍ତନ ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ , ମାଗୁଥିବା ସୂଚନା ନ ମିଳିଲେ ସମ୍ପୃକ୍ତଙ୍କ ପ୍ରତି ରହିଥିବା ଦଣ୍ଡବିଧାନ ଏବଂ ଏହି ଅଧିକାର ଓ ଅଧିନିୟମ-୨୦୧୬ କିଭଳ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ । ।

   ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ ରମେଶ ଚନ୍ଦ୍ର ମିଶ୍ର , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଏବଂ କେନ୍ଦ୍ରର ଜିଲ୍ଲା ସଂଯୋଜକ ତପନ କୁମାଏ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ  ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଡ଼ିପିଏମ ଶିବାନୀ ପାଣିଗ୍ରାହୀ ,  ଉପଖଣ୍ଡିୟ ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାରଣା ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ,  ସମସ୍ତ ବ୍ଲକର ଅଙ୍ଗନବାଡ଼ି ସୁପ୍ରଭାଇଜର , ଆଶା କର୍ମୀ , ଗ୍ରାମୀଣ ହାଉସିଂ ପ୍ରକଳ୍ପ ସଂଯୋଜକ ମାନେ  ବହୁ ସଂଖ୍ୟାରେ ଯୋଗଦେଇ ଆଲୋଚନରେ ଅଂଶଗ୍ରହଣ କରିଥିଲେ ।

 

 

 

  

 

0
0
0
s2sdefault