ହେଡଲାଇନସ୍:

 ଜଳୁଛନ୍ତି ଅନେକ, ଟାର୍ଗେଟ ବବି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯାଜପୁର(ଶାସକ ପ୍ରଶାସକ)କଥାରେ ଅଛି ଫଳନ୍ତି ଗଛକୁ ସମସ୍ତେ ଢେଲା ପକାଇବେ | ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି  ଯାହା କାମ ଟିକେ ଆଖିକୁ ଦେଖାଗଲା ବା ଯିଏ କାମକରି ଦକ୍ଷତା ପ୍ରତିପାଦିତ କରିପାରିଲା ବା ସଭିଙ୍କ ପ୍ରିୟପାତ୍ର ହୋଇପାରିଲା, ତା ଉପରେ ଅନେକଙ୍କ  ଅସହିଷ୍ଣୁ ନଜର |  ଆଉ ରାଜନୀତିରେ ତ ଏଇ ନିୟମ ପ୍ରବଳ ଭାବେ ଲାଗୁ | ଯିଏ ଟିକେ ଆଗକୁ ଗଲା ବା ଉପରକୁ ଉଠିଲା ତା ଗୋଡ ଭିଡିବା ଥୟ | ନିଜେ କରିପାରିବେନି, ଆଉ କିଏ କଲେ ସହି ପାରିବେନି | ଭିତରେ ଭିତରେ ଜଳିବେ | ଆଉ ସେଇ ରୋଗଗ୍ରସ୍ତ କିଛି ଲୋକଙ୍କ ଟାର୍ଗେଟରେ ଏବେ ବିଜୁ ଜନତା ଦଳର ଯୁବ ନେତା ତଥା ଟିମ ନବୀନର ଭରସାଯୋଗ୍ୟ ଆକ୍ରମକ ଫରୱାର୍ଡ଼ ଖେଳାଳି ଅଶୋକ ନନ୍ଦନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି | ଦଳ ଭିତରେ ବବିଙ୍କ ଲୋକପ୍ରିୟତା ବୃଦ୍ଧି, ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ଆଉ ତାଙ୍କୁ ପ୍ରଦାନ କରାଯାଉଥିବା ଗୁରୁ ଦାୟିତ୍ୱ କାରଣରୁ  ଏବେ ଅନେକଙ୍କ ଚକ୍ଷୁଶୁଳ ହୋଇଯାଇଛନ୍ତି ପ୍ରଣବ | ସେମାନେ ଉପରେ କିଛି କହି ନପାରୁଥିଲେ ବି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଜରିଆରେ ସେମାନଙ୍କ ଜ୍ବଳନ ଓ ଈର୍ଷାକୁ ଶାନ୍ତ କରୁଛନ୍ତି | ଆଉ ପ୍ରଣବ ଏବେ ଛିଙ୍କିଲେ ନ୍ୟୁଜ, ଖାଇଲେ ନ୍ୟୁଜ, କାଶିଲେ ବି ନ୍ୟୁଜ | ଆଉ ଏହା ପଛରେ ଗୋଟାଏ ମହତ ଉଦ୍ଦେଶ୍ୟ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ମନରେ ପ୍ରଣବଙ୍କ ପ୍ରତି ଅବିଶ୍ୱାସ ସୃଷ୍ଟି କରାଇବା | ଆଉ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିଛି ଦିନ ହେଲା ରୀତିମତ ସେ କାର୍ଯ୍ୟରେ ବ୍ୟସ୍ତ | ପାଖରେ ସୋଇ କାନରେ କହି ଯେମିତି ଜଣେ ସ୍ତ୍ରୀ ତା ସ୍ୱାମୀଙ୍କୁ ତା ପରିବାର ଠାରୁ ଅଲଗା କରିବାକୁ କେତେକ କ୍ଷେତ୍ରରେ ଚେଷ୍ଟା କରିଥାଏ, ସେଇ ସୁଯୋଗ ବିଜୁ ଜନତା ଦଳରେ ଯେହେତୁ କମ ତେଣୁ ସେଇ ଭୂମିକାଟି ତୁଲାଉଛନ୍ତି କିଛି ଗଣମାଧ୍ୟମ | ଆଉ ବବିଙ୍କ ପତିଆରା ଓ ଲୋକପ୍ରିୟତାରେ ଆତଙ୍କିତ ଓ ଆଶଙ୍କିତ ମନେକରୁଥିବା କିଛି ବ୍ୟକ୍ତି ମଧ୍ୟ ଏହାକୁ ଇନ୍ଧନ ଯୋଗାଇବାରେ ବ୍ୟସ୍ତ | ହେଲେ ଗୋଟେ କଥା, ସବୁ ରୋଗର ଔଷଧ ଅଛି, ଇର୍ଷା-ଅହଂକାର ଆଉ ପରଶ୍ରୀକାତରତା ପାଇଁ ଔଷଧ ଭାଗ୍ୟ ଓ ଭଗବାନଙ୍କ ହାତରେ | 

ମୋଟାମୋଟି ହେଲା କିଏ ମାନୁ ବା ନମାନୁ , ପ୍ରଣବଙ୍କ ଭାଗ୍ୟ ଟାଣ ଥାଉ ବା ତାଙ୍କ ନିଷ୍ଠା- ଦକ୍ଷତା ହୋଇଥାଉ,ନିଜ  ଧୂଆଁଧାର ବ୍ୟାଟିଂ ଦ୍ୱାରା ପ୍ରଣବ ବୟସ ତୁଳନାରେ ଅନେକ ନେତାଙ୍କୁ ପଛରେ ପକାଇଦେଇ ଆଗକୁ ମାଡିଯାଇଛନ୍ତି | ବିଜେଡି ପାଇଁ ପାଲଟି ଯାଇଛନ୍ତି ଆସେଟ | ତାଙ୍କ ପାଇଁ ଓନିଡା ଟିଭି ବିଜ୍ଞାପନର ସେଇ ଟ୍ୟାଗ ଲାଇନ "ନେବର୍ସ ଏନଭି, ଓନର୍ସ ପ୍ରାଇଡ" ଲାଗୁ | ଦଳପତିଙ୍କ ଭରସା ଅଛି, ବବିଙ୍କୁ କାମଟେ ଦେଲେ ସେ କରିଦେବେ | ଆଉ  ବବି ଦାସ କୌଣସି ସଙ୍କଟ ମୋଚନ ପାଇଁ ବା ଅଡୁଆ ତୁଟାଇବା ପାଇଁ ଯାଇଛନ୍ତି ମାନେ ବିରୋଧୀ ମାନେ ବି ଆଲର୍ଟ ହୋଇଯାନ୍ତି | ସେମାନଙ୍କ ମନରେ ଗୋଟାଏ ଛନକା ରହେ " ଅଶୋକ ନନ୍ଦନ ଆସିଛନ୍ତି ମାନେ ପଶା ପଲଟେଇ ଯିବା ଥୟ | ଆଉ ସେଇଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଭରସା ତାଙ୍କ ଉପରେ ଦଳୀୟ ବ୍ୟାପାରରେ | ଆଉ ଏହି କାରଣରୁ ତାଙ୍କ ଫ୍ୟାନ ଫଲୋଅର ସଂଖ୍ୟା ବି ବଢିବା ସ୍ୱାଭାବିକ | ମନ୍ତ୍ରୀ ଅରୁଣ ସାହୁଙ୍କ ଭଳି ସମସ୍ତକୁ ନିଜର କରିବା କଳା ଅଛି ତାଙ୍କ ପାଖରେ | 

ହେଲେ ଯେତେ କୁତ୍ସାରଟନା ହେଲେ ବି ସେମିତି କିଛି ପ୍ରଭାବ ପଡୁନଥିବା ଯୋଗୁ ବବିଙ୍କ ଈର୍ଷାଳୁଙ୍କ ମନଉଣା | ଦାୟିତ୍ୱ ପରେ ଦାୟିତ୍ୱ |  ସରକାରରେ ମନ୍ତ୍ରୀ ରାଜା ସ୍ୱାଇଁ ଓ ଡ଼ ଅରୁଣ ସାହୁଙ୍କ ଭଳି ସେନାପତି ମୋର୍ଚା ସମ୍ଭାଳୁଥିବା ବେଳେ ସାଙ୍ଗଠନିକ ଦାୟିତ୍ୱରେ ପ୍ରଣବଙ୍କୁ ନିୟୋଜିତ କଲେ ଦଳପତି | ଆଉ କ୍ରାଇସିସ ମ୍ୟାନେଜମେଣ୍ଟରେ ତାଙ୍କ ଟ୍ରାକ ରେକର୍ଡ ଗ୍ରୀନ, ଆଉ ଷ୍ଟ୍ରାଇକିଙ୍ଗ ରେଟ ପ୍ରାୟ ୯୯% | ଗୋଟାଏ କେବଳ ଲାଗିଥିଲା ଦାଗ ବିଫଳତାର ସୁନ୍ଦରଗଡରେ, କୁସୁମ ଟେଟେଙ୍କୁ ମନାଇବାରେ ସଫଳ ନହୋଇ | ଆଉ ଏଥିପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ପ୍ରଶାନ୍ତ ନନ୍ଦଙ୍କ ସାଙ୍ଗଠନିକ ବିଫଳତା ଦାୟୀ ବୋଲି ଖୋଦ ସୁନ୍ଦରଗଡ ଜିଲ୍ଲାରେ ଚର୍ଚା  | ଆଉ ଏଥିପାଇଁ ବବିଙ୍କୁ ଅପଦସ୍ତ ହେବାକୁ ପଡିଥିଲା ଓ ବିଜେଡିର ମିଶନ ସୁନ୍ଦରଗଡ଼ ରୁପାୟିତ ହୋଇପାରିନଥିଲା | ତେଣୁ ମୋଟାମୋଟି ଭାବେ ସାଙ୍ଗଠନିକ ବ୍ୟାପାରରେ ତାଙ୍କର ଦକ୍ଷତା ଓ ଟ୍ରକ ରେକର୍ଡ ପାଇଁ ତାଙ୍କୁ ଦଳର ସାଧାରଣ ସମ୍ପାଦକ (ସଂଗଠନ) ନାମକ ନୂଆ ପଦ ସୃଷ୍ଟି କରାଯାଇ ସଙ୍ଗଠନ ଦାୟିତ୍ୱରେ ରଖାଗଲା | ଆଉ ସେଇଠି କଣ୍ଟା ଅଟକିଗଲା ତାଙ୍କୁ ଇର୍ଷା କରୁଥିବା ରାଜନେତାଙ୍କ ତଣ୍ଟିରେ | ନିଜ ଅଯୋଗ୍ୟତା, ଅପାରଗତା ଓ ପରାଜୟକୁ ସ୍ଵୀକାର କରି ଚୁପ ରହିବା ବଦଳରେ  ତ୍ୱରାନ୍ୱିତ ହେଲା ବବି ବିରୋଧୀ ଅଭିଯାନ ନିର୍ଦ୍ଦିଷ୍ଟ କିଛି  ମିଡିଆରେ | ଅଫିସର ଭାବେ ଟାର୍ଗେଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଆଉ ରାଜନେତା ଭାବେ ବବି ଦାସ | ଅନ୍ୟ ନେତାମାନେ ସବୁଦିନେ ଯାହା କରୁଛନ୍ତି ବବି ଯଦି ଦିନେ କରିଦେଲେ ସେଇଟା ମଣ୍ଡନ କଲା ଗଣମାଧ୍ୟମ ପୃଷ୍ଠା |  ତେଣୁ ତାଙ୍କ ପ୍ରତି ରାଜ୍ୟର ସବୁ ଅଂଚଳରେ ବବିଙ୍କ ଫ୍ୟାନ ଫଲୋଅର | ଆଉ ରାଜ୍ୟରେ ଆଉ ସବୁ ନେତାଙ୍କ ଭଳି ତାଙ୍କୁ ଭଲ ପାଉଥିବା କର୍ମୀ ଓ ଯୁବ ଛାତ୍ରନେତା ମାନେ ଫ୍ୟାନ କ୍ଲବ ବା ସେନା ନାମରେ ଫେସବୁକ ଗ୍ରୁପ କରିଛନ୍ତି | ଆଉ କରିବା ବି ସ୍ୱାଭାବିକ | ଯେମିତି ଲତା ମଙ୍ଗେସକର ଫ୍ୟାନ କ୍ଲବ,ସଚିନ ତେନ୍ଦୁଲକର ଫ୍ୟାନ କ୍ଲବ, ଅରବିନ୍ଦ ପାଢି ଫ୍ୟାନ କ୍ଲବ, ଲୁଲୁ ସେନା, ଅରୁଣ ସାହୁ ଫ୍ୟାନ କ୍ଲବ, ରାଜା ସ୍ବାଇଁ ଫ୍ୟାନ କ୍ଲବ, ଅରୁଣ ସାହୁ ଫ୍ୟାନ କ୍ଲବ, ଆଇ ସପୋର୍ଟ ଦେବାଶିଷ ମାରାଣ୍ଡି, କଳିକେଶ ନାରାୟଣ ସିଂଦେଓ ଫ୍ୟାନ କ୍ଲବ, ପୁଷ୍ପେନ୍ଦ୍ର ସିଂଦେଓ ଫ୍ୟାନ କ୍ଲବ, ନିରଞ୍ଜନ ପୂଜାରୀ ଫ୍ୟାନ କ୍ଲବ, ପ୍ରତାପ ଜେନା ଫ୍ୟାନ କ୍ଲବ, ପ୍ରଶାନ୍ତ ମୁଦୁଲି ସୋସିଆଲ ମିଡ଼ିଆ ସେନା, ପ୍ରଦୀପ ମହାରଥୀ ଫ୍ୟାନ କ୍ଲବ, ଦେବାଶିଷ ସାମନ୍ତରାୟ ଫ୍ୟାନ କ୍ଲବ, ଅତନୁ ସବ୍ୟସାଚୀ ଫ୍ୟାନ କ୍ଲବ, ନବୀନ ପଟ୍ଟାନାୟକ ଫ୍ୟାନ କ୍ଲବ, ଭୋଟ ପୂର୍ବରୁ ହୋଇଥିବା ଅରୁଣ ପଟ୍ଟନାୟକ ଫ୍ୟାନ କ୍ଲବ ବା ସେନା ଇତ୍ୟାଦି ଇତ୍ୟାଦି | ଫେସବୁକ ବା ହ୍ଵାଟ୍ସଆପରେ  ଏସବୁ ଫ୍ୟାନ କ୍ଲବ ବା ସେନା କରିବା ପାଇଁ କାହାକୁ ଅନୁମତି ନେବାକୁ ପଡ଼ିନଥାଏ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ | ଏହା କିଛି ଲୋକଙ୍କ ଶ୍ରଦ୍ଧା ବା ସମର୍ଥନ ପ୍ରତିଫଳନ | ହଁ ଆପତ୍ତି ସେତେବେଳେ ଆସିବ ସେତେବେଳେ, ଯେତେବେଳେ ସେନା ବା ଫ୍ୟାନ କ୍ଲବରେ କୌଣସି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟିଂ ହେବ ବା ବିବାଦ ସୃଷ୍ଟି ହେବ | ନହେଲେ ଏ ଫ୍ୟାନକଲବ କେତେବେଳେ ଜନ୍ମ ହୁଏ ବା କେତେବେଳେ ଶୋଇଯାଏ ତାହା ଆଡମିନ ଥିବା ଲୋକର ଆଗ୍ରହ, ସମୟ ଓ ଇଛା ଉପରେ ନିର୍ଭର କରିଥାଏ | ମୋଟାମୋଟି ଭାବେ ଯାହା ନାଁରେ ଫ୍ୟାନ କ୍ଲବ ବା ସେନା ସେମାନେ ଜାଣି ନଥାନ୍ତି ବା ଅନୁମତି ଦେଇନଥାନ୍ତି | ବା ଯଦି ଦେଇଥାନ୍ତି ସେମାନେ ଗୋଟାଏ ଗାଇଡ଼ଲାଇନ ଭିତରେ ରହିବାକୁ ପରାମର୍ଶ ଦେଇଥାନ୍ତି | କୌଣସି ପୋଷ୍ଟ କୁ ନେଇ ବିବାଦ ସୃଷ୍ଟି ହେଉ ବା କିଳା ଆସୁ, ସେଇଟା କୌଣସି ନେତା କେବେ ଚାହିଁବେ ନାହିଁ | ତେଣୁ ଏତେ ନେତାଙ୍କ ନାଁରେ ଏତେ କ୍ଲବ/ ସେନା ହୋଇଛି, ହେଲେ ଅନ୍ୟ କେହି ଟାର୍ଗେଟରେ ପଡୁନଥିବା ବେଳେ ଟାର୍ଗେଟରେ କିନ୍ତୁ ବବିଙ୍କ କ୍ଲବ ଓ ସେନା | କାରଣ ଦରକାର ସମାଲୋଚନାର ବାହାନା | ଏବେ ବବିଙ୍କ ନାଁରେ ହୋଇଥିବା ଫ୍ୟାନକଲବ ବା ସେନାକୁ ବି ଛାଡ଼ୁନାହାନ୍ତି ଶସ୍ତା  ସମାଲୋଚନା କରିବା ପାଇଁ | ଆଉ ସେଇଟା ବି ପାଲଟି ଯାଉଛି ମୁଖ ରୋଚକ ଶୀର୍ଷକ | ଉଦ୍ଦେଶ୍ୟ ଗୋଟିଏ, ଏମିତି କରି କରି ବବି ଓ ତୃତୀୟ ମହଲା ଭିତରେ ଫାଟ ସୃଷ୍ଟି କରିବା | ଦେଖାଯାଉ ବବି ନିନ୍ଦୁକ ମାନେ କେତେଦୂର ସେମାନଙ୍କ ଗଣମାଧ୍ୟମ ଅଭିଯାନରେ ସଫଳ ହେଉଛନ୍ତି !!!!

0
0
0
s2sdefault