ମେଲଛାମୁଣ୍ଡା/ ମନୋଜ ଭୋଇ- ମେଲଛାମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପରିଚାଳନା ସଂପାଦକ ସଂଜୀବ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଛାଏତ ମୁଖ୍ୟ ଅତିଥି, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳ ମକୁନ୍ଦ ସାହୁ, ସ୍ୱେଚ୍ଛାସେବୀ ପ୍ରକାଶ ବରିହା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଆମନ୍ତ୍ରୀତ ଅତିଥିଗଣ କ୍ରୀଡାର ଉପକାରୀତା ଏବଂ ଆବଶ୍ୟକତା ଉପରେ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ପାତ୍ର ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଚାର୍ଯ୍ୟ ଗୋବିନ୍ଦ ସାହୁ ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିଲେ । ଆଚାର୍ଯ୍ୟ ସଚିପତି ହୋତା ମଂଚ ସଂଯୋଜନା କରିଥିଲେ । ୨ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବ ରେ ଛାତ୍ର ଛାତ୍ରୀ ୪୫ଗୋଟି କ୍ରୀଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଖେଳ ଗୁଡିକୁ ଖେଳ ଶିକ୍ଷକ ଅମୀୟ ଆଚାର୍ଯ୍ୟ , ଶୀବତ୍ସରାଜ ପୁରୋହିତ, ରଂଜିତା ମହନ୍ତ ପ୍ରମୁଖ ପରିଚାଳନା କରିଥିଲେ । ସୈାରଭ ପୋଢ, ଲକି ପଧାନ, ଯତିଦେବ ପଧାନ, ନନ୍ଦିନୀ ବାରିକ ଓ ସମୀକ୍ଷା ସାହୁ ପ୍ରମୁଖ ଛାତ୍ର ଛାତ୍ରୀ ଚଂପିଆନ ଘୋଷିତ ହୋଇଥିଲେ । କାର୍ଯ୍ୟକ୍ରମ ସବୁକୁ ତରଣୀ, ରାଜେନ୍ଦ୍ର, ପ୍ରଶାନ୍ତ, ଉଦ୍ଧବ, ପ୍ରେମାନନ୍ଦ, ଦିଲ୍ଲୀପ, ମିନତୀ, ଶିତିକୃଷ୍ଣା, ଲିଲି, ପି୍ରୟଙ୍କା, ଶ୍ରଦ୍ଧାଞ୍ଜଳୀ, କୁମାରୀ, ବୈଦେହୀ, ଆରତୀ, ବସୁମତୀ, ଅଭିଷେକ, ସାବିତ୍ରୀ, ବନିତା ପ୍ରମୁଖ ସହଯୋଗ କରିଥିବା ବେଳେ ଆଚାର୍ଯ୍ୟ ସରୋଜ କଅଁର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶଯୋଗ୍ୟ ଯେ, ଶୁକ୍ରବାର ସକାଳେ ସ୍ଥାନୀୟ ସରପଂଚ ସୁନୀତା ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କ୍ରୀଡା ଉସôବ ଉଦ୍ଘାଟିତ କରିଥିଲେ ।
ରାଜ୍ୟ
ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ
- Hits: 446