ହେଡଲାଇନସ୍:

ବାଲିମେଳା ଡ୍ୟାମର ଜଳ ଅପଚୟ ରୋକିବା  ପାଇଁ କାର୍ଯ୍ୟକାରୀ ହେଉଛି ଡିଆରଆଇପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବନ୍ଧ ନିରାପତ୍ତା ଅନୁଧ୍ୟାନକାରୀ ଦଳଙ୍କ ସୁପାରିଶ କ୍ରମେ ଚାଲିଛି ବନ୍ଧା ମରାମତି 

Image result for balimela dam

"ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ ସମ୍ପୁର୍ଣ୍ଣ ବିଦ୍ୟୁତ  ଉତ୍ପାଦନ ବନ୍ଦ, ପୋଟେରୁ ଜଳସେଚନ  ପ୍ରକଳ୍ପ ଦ୍ୱାରା ହେଉଥିବା  ଜଳସେଚନ, ଚିତ୍ରକୁଣ୍ଡା ଡ୍ୟାମରୁ ପାନୀୟ ଜଳଯୋଗାଣ ବନ୍ଦ ହେବାର କୌଣସି ଆଶଙ୍କା ନାହିଁ । ଓଡ଼ିଶାରୁ ଆବଶ୍ୟକତା ଠାରୁ କୌଣସି ଅଧିକ  ଜଳରାଶି ଆନ୍ଧ୍ରପ୍ରଦେଶକୁ ଛଡାଯାଉନାହିଁ ଏବଂ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସଠିକ୍ ପଦକ୍ଷେପ ଗ୍ରହଣ କରୁଛି |"

 

 ଭୁବନେଶ୍ୱର - ବାଲିମେଳା ଡ୍ୟାମରୁ ଜଳ ଅପଚୟ ରୋକିବା ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ବିଭିନ୍ନ ଯୋଜନା ଜରିଆରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଡିଆର୍&ଆଇପି ଯୋଜନା ମାଧ୍ୟମରେ ଡ୍ୟାମ୍ରେ ଆବଶ୍ୟକ ପଡୁଥିବା ସମସ୍ତ ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେବାପରେ ଲିକେଜ୍ ଦ୍ୱାରା ହେଉଥିବା  ଜଳ ଅପଚୟକୁ ରୋକାଯିବା ସହିତ ଡ୍ୟାମ ନିଜର କ୍ଷମତା ଅନୁସାରେ ଜଳଧାରଣ କରିବାକୁ ସମର୍ଥ ହୋଇପାରିବ । ବାଲିମେଳା ଜଳ ବିଦ୍ୟୁତ  ପ୍ରକଳ୍ପ ଏକ ଆନ୍ତରାଜ୍ୟ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପରେ ଉପଲବ୍ଧ ହେଉଥିବା  ଜଳକୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା  ଚୁକ୍ତି ଅନୁଯାୟୀ ପ୍ରତିବର୍ଷ ଆବଣ୍ଟନ କରାଯାଉଛି । ଉପଲବ୍ଧ ଜଳର ଆବଣ୍ଟନ ପାଇଁ ପ୍ରତ୍ୟେକ ମାସରେ ଓଡ଼ିଶା ଜଳ ବିଦ୍ୟୁତ  ନିଗମ, ଆନ୍ଧ୍ରପ୍ରଦେଶ ବିଦ୍ୟୁତ  ନିଗମ ଏବଂ ଓଡ଼ିଶା ଜଳସମ୍ପଦ ବିଭାଗ ଅଧିକାରୀ  ମାନଙ୍କ ଦ୍ୱାରା ଗଠିତ ଏକ କମିଟିର ସମନ୍ୱୟ ବୈଠକରେ ନିଷ୍ପତ୍ତି ନିଆଯାଇଥାଏ । ପରେ ଆନ୍ଧ୍ରପ୍ରଦେଶକୁ ସ୍ପିଲ୍ ୱେ ରେ ଅବସ୍ଥିତ ୨ଟି ସ୍ଲଉଈଶ   ଗେଟ୍ ମାଧ୍ୟମରେ ଛଡାଯାଇଥାଏ ।

କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅବସରପ୍ରାପ୍ତ ଅଧ୍ୟକ୍ଷ  ଏ.ଡି. ମୋହିଲିଙ୍କ ନେତୃତ୍ୱରେ ଆସିଥିବା  ବନ୍ଧ ନିରାପତ୍ତା ଅନୁଧ୍ୟାନକାରୀ ଦଳ, ବନ୍ଧର ସୁରକ୍ଷା ବ୍ୟବସ୍ଥା ଆଦି ସରଜମିନ୍ ତଦନ୍ତ କରି ଏହାର ମରାମତି ଓ ଉନ୍ନତିକରଣ ପାଇଁ ପରାମର୍ଶ ଦେଇଥିଲେ  । ଏହା ସହିତ ଡ୍ୟାମ୍ ର   ରାଡିଆଲ୍ ଗେଟ୍, ସ୍ଲଇସ୍ ଗେଟ୍କୁ  ଏବଂ ଏ.ପି ଟନେଲ୍ ଗେଟରେ  ହେଉଥିବା ଅଯଥା ଲିକେଜକୁ  ରୋକିବା ପାଇଁ ପରାମର୍ଶ ଦେଇଥିଲେ  । ଏହି ପରାର୍ମଶକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା  ଡିଆରଆଇପି ଯୋଜନା ମାଧ୍ୟମରେ ବନ୍ଧରେ ଆବଶ୍ୟକ ପଡୁଥିବା ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବନ୍ଧର ସୁରକ୍ଷା ଦୃଷ୍ଟିରୁ ସ୍ପିଲ୍ ୱେର ବାମ ପାଶ୍ୱର୍ରେ ଏକ ରିଟେନିଂ ଓ୍ୱାଲ ନିର୍ମାଣ ପାଇଁ ସ୍ଲଇସ୍ ଗେଟ୍କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏଠି  ସହିତ ଆନ୍ଧ୍ରପ୍ରଦେଶକୁ ଜଳ ଯୋଗାଇ ଦେବା ପାଇଁ ଏପି ଟନେଲ୍କୁ ଖୋଲାଯାଇଛି । ଏପି ଟନେଲର ମରାମତି କାର୍ଯ୍ୟ ସହିତ ଏହାର ଗେଟରେ ହେଉଥିବା  ଲିକେଜକୁ  ମଧ୍ୟ ଡିଆରଆଇପି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏହାଦ୍ୱାରା ନଷ୍ଟ ହେଉଥିବା  ଜଳକୁ ରୋକାଯାଇପାରିବ ।

ଏଠାରେ ସୂଚନାଯୋଗ୍ୟଯେ ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେଉଥିବା  ସମନ୍ୱୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଜଳ ଆବଣ୍ଟନ କରାଯାଉଛି ଏବଂ ପ୍ରକଳ୍ପର ଆବଶ୍ୟକତା ଅନୁସାରେ ଏପି ଟନେଲ୍ ଖୋଲାଯାଇଅଛି । ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ ସମ୍ପୁର୍ଣ୍ଣ ବିଦ୍ୟୁତ  ଉତ୍ପାଦନ ବନ୍ଦ, ପୋଟେରୁ ଜଳସେଚନ  ପ୍ରକଳ୍ପ ଦ୍ୱାରା ହେଉଥିବା  ଜଳସେଚନ, ଚିତ୍ରକୁଣ୍ଡା ଡ୍ୟାମରୁ ପାନୀୟ ଜଳଯୋଗାଣ ବନ୍ଦ ହେବାର କୌଣସି ଆଶଙ୍କା ନାହିଁ । ଓଡ଼ିଶାରୁ ଆବଶ୍ୟକତା ଠାରୁ କୌଣସି ଅଧିକ  ଜଳରାଶି ଆନ୍ଧ୍ରପ୍ରଦେଶକୁ ଛଡାଯାଉନାହିଁ ଏବଂ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସଠିକ୍ ପଦକ୍ଷେପ ଗ୍ରହଣ କରୁଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଜଣାଯାଇଛି ।

 

0
0
0
s2sdefault