ହେଡଲାଇନସ୍:

ଭୁବନେଶ୍ୱର ଡିଭିଜନ କାର୍ଯ୍ୟାଳୟରେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା ଓ ୫-ଟି ଉପରେ ଦେଲେ ଗୁରୁତ୍ୱ

  • ନୂତନ ପ୍ରକଳ୍ପ ନିର୍ମାଣ ତଥା କ୍ଷତିଗ୍ରସ୍ତ ପ୍ରକଳ୍ପ ପୁନରୁଦ୍ଧାର କାମ ସମୟରେ ସାରିବାକୁ ଦେଲେ ନିର୍ଦ୍ଦେଶ 

  • ରବି ଫସଲକୁ ଦୃଷ୍ଟିରେ ରଖି  ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ 

  • ଚାଷୀ ପାଉଥିବା ପମ୍ପସେଟ୍ ଗୁଡିକର ଠିକଣା ଲାବ୍ ଟେଷ୍ଟିଙ୍ଗ ପାଇଁ କଲେ ତାଗିଦ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସରକାର ସବୁବେଳେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଇ ଜଳସେଚନକୁ ଅଗ୍ରାଧିକାର ଦେଉଥିବାରୁ  ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ସମସ୍ତ ନୂତନ ଉଠାଜଳସେଚନ ପ୍ରକଳ୍ପଗୁଡିକୁ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପରିପ୍ରେକ୍ଷୀରେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଭୁବନେଶ୍ୱର ଏଲ୍.ଆଇ.ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । 

ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ପରିଦର୍ଶନ ଅବସରରେ ଶ୍ରୀ ପତ୍ରୀ ଡିଭିଜନର ପ୍ରତ୍ୟେକ ଉପବିଭାଗ ପରିଦର୍ଶନ କରିବା ସହିତ କାର୍ଯ୍ୟାଳୟ ପରିସରରେ ଥିବା ପାଣି ପମ୍ପ ଟେଷ୍ଟିଂ ପରୀକ୍ଷାଗାର ବୁଲି ଏହାର ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । କୃଷକମାନେ ଯେପରି ଗୁଣାତ୍ମକମାନର ଏବଂ ଉପଯୁକ୍ତ ଦକ୍ଷତା ରଖୁଥିବା ପାଣି ପମ୍ପ ସେଟ୍ ପାଇପାରିବେ ଏହାକୁ ଗୁରୁତ୍ୱ ଦେଇ ପମ୍ପସେଟ୍ ଗୁଡିକର ଠିକଣା ଲାବ୍ ଟେଷ୍ଟିଙ୍ଗ ଉପରେ ଶ୍ରୀ ପତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗତ ଫନୀ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିଲା । ସଂପୃକ୍ତ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷାକରି ମରାମତି ଆବଶ୍ୟକ କରୁଥିବା ତଥା ନୂତନ ପ୍ରକଳ୍ପଗୁଡିକୁ ରବି ଫସଲକୁ ଦୃଷ୍ଟିରେ ରଖି  ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ଶ୍ରୀ ପତ୍ରୀ ଆବଶ୍ୟକ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କଡାକଡି ଭାବେ ପାଳନ କରି ଏହାର ଆଧାରରେ ଚାଷୀମାନଙ୍କପାଇଁ ଉଦ୍ଦିଷ୍ଟ ଯୋଜନାର ସୁଫଳ ଯଥଶୀଘ୍ର ପହଁଚାଇବାକୁ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ । 

ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଠାଜଳସେଚନ ନିଗମ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  ଶ୍ରୀ ହିମାଦ୍ରୀ ଶେଖର ରାୟ, ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପିପିଲି ଉପଖଣ୍ଡର ସହକାରୀ ଯନ୍ତ୍ରୀ ଶ୍ରୀ ନିମାଇଁ ଚରଣ ବେହେରା, ଖୋର୍ଦ୍ଧା ଉପଖଣ୍ଡର ସହକାରୀ ଯନ୍ତ୍ରୀ ରଂଜନ କୁମାର ମାଝୀ, ଭୁବନେଶ୍ୱର ଉପଖଣ୍ଡ ସହକାରୀ ଯନ୍ତ୍ରୀ ଶ୍ରୀ ନିରଂଜନ ସ୍ୱାଇଁ ଓ ସହକାରୀ ଯନ୍ତ୍ରୀ (ମେକାନିକାଲ ) ଶ୍ରୀ ହିମାଂଶୁ ଶେଖର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । 

 

 

 

 

 

0
0
0
s2sdefault