ହେଡଲାଇନସ୍:

ଥମୁନି ବାଘ ଆତଙ୍କ: ଗାଈ ପରେ ପୁଣି ମାଇଲା ବଳଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା /ଅମିତ ପୁରୋହିତ ; ନୂଆପଡା ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମରେ ପୁଣି ଥରେ ବାଘର ଆତଙ୍କରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ସୂଚନା ଅନୁସାରେ ତୁଲାରାମ ରାଉତ  ଙ୍କ ଏକ ବଳଦ ଚରିବାକୁ ଯାଇ ଘରକୁ ଫେରି ନ ଥିଲା । ତୁଲାରାମ ବଳଦକୁ ଖୋଜିବାକୁ ଯାଇ ପାଖ ଲୋଡ୍ରାପାଟ ଜଙ୍ଗଲରେ ତାର ମୃତ ଦେହ ପଡିଥିବାର ଦେଖିଥିଲେ । ଗାଁ କୁ ଫେରିଆସି ଖବର ଦେବାରୁ ଧରମବନ୍ଧା ବନଖଣ୍ଡ ଫରେଷ୍ଟର ନୂଆରାମ ମାଝୀ ଗାର୍ଡ ଫାଣ୍ଟମ କୁଲଦିପ ଓ ପଶୁ ଚିକିତ୍ସା  ବିଭାଗର ସଙ୍ଗିତା ମାଝୀ ଘଟଣାସ୍ଥଳକୁ ଯାଇ ମାଇନା କରିଥିଲେ ଓ ଏହା ବାଘ ଶିକାର କରିଥିବା ନିଶ୍ଚିତ କରିଥିଲେ । ଚଳିତ ମାସ ୫ ତାରିଖରେ ପ୍ରକାଶ କଲାରଙ୍କର ଗୋଟିଏ ଗାଈକୁ ୨ ଟି କଲରାପତରିଆ ବାଘ ଆକ୍ରମଣ କରି ମାରି ଖାଇ ଦେଇଥିଲେ । ଏବେ ପୁଣି ଗୋଟିଏ ବଳଦକୁ ମାରି ତାର ଅଧାରୁ ଅଧିକ ଅଂଶ ଖାଇ ଦେଇଛନ୍ତି । ଏନେଇ ଗ୍ରାମବାସୀ ନିଜ ଗୃହପାଳିତ ପଶୁଙ୍କର ସୁରକ୍ଷାକୁ ନେଇ ଆତଙ୍କିତ ହୋଇପଡିଛନ୍ତ ।

0
0
0
s2sdefault