ହେଡଲାଇନସ୍:

ଗେହ୍ଲା ପୁଅକୁ ଠିଆ ଗୋଇଠା : ୟେ ଟ୍ରେଲର ହେ, ଫିଲ୍ମ ଅଭି ବାକି ହେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୂଷା ଯନ୍ତାରେ ବିଜୟ : ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଥୟ,

ତାଙ୍କ ବିଳାସପୂର୍ଣ୍ଣ ବାସଭବନ ନିର୍ମାଣ ପ୍ରସଙ୍ଗର ବି ଖୋଳତାଡ ହେବ 

ଭୁବନେଶ୍ୱର : ଏକଦା ସରକାରଙ୍କ ନୟନ ତାରା ପାଲଟିଥିବା ବିଜୟ ଶର୍ମା ଏମିତି ରାତି ଅଧିଆ ଫିଙ୍ଗା ହେବେ ସେଇଟା କେହି କେବେ ଭାବି ନଥିବେ | ଆଗରୁ ଡିଜି ତ ବଦଳିଥିଲେ ରାତି ଅଧିଆ ବା ଅପ୍ରତ୍ୟାଶିତ | ହେଲେ କଳଙ୍କର ବୋଝ ମୁଣ୍ଡାଇ ବିଦାୟୀ ଡିଜି  ବିଜୟ କୁମାର ଶର୍ମାଙ୍କୁ ଯେମିତି ଫିଙ୍ଗା ହେଲା ତାହା କେବେ ବି ହୋଇନଥିଲା | ୫ ଟି ସାରଙ୍କ ଇଏ ଗୋଟାଏ ଶକ୍ତ ଆଉ ଐତିହାସିକ ପ୍ରହାର | ଲୋକ ତାଵଦା, ଅଫିସର ଟେରା , ତେଲମାରୀ ଉପରେ ପଡି ଅତ୍ୟଧିକ ଆନୁଗତ୍ୟ ଦେଖାଉଥିବା ଅଫିସରମାନେ ବି ଏବେ କିଂ କର୍ତ୍ତବ୍ୟ ବିମୁଢ | ଅଗ୍ନିଶମ ସେବା ୫ ଟି ଓ ମୋ ସରକାରରେ ସାମିଲ ହେଲା ବୋଲି ସରକାର ଘୋଷଣା କରିବାର ୪୮ ଘଣ୍ଟା ପୂରିନି, ମାଡଟା ସିଧା ପଡିଲା ବିଜୟଙ୍କ ପୋଲିସ ଡ଼ିଜିଙ୍କ ଉପରେ | ଅବଶ୍ୟ ବଡ଼ ବଡ଼ ହୋଟେଲ, ହସ୍ପିଟାଲ୍, ବ୍ୟବସାୟ ପ୍ରତିଷ୍ଠାନ ଆଦି ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଦୋ ନମ୍ବରୀ କାରସାଦି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ବା ଡିଜିଙ୍କ ହାତରୁ କ୍ଷମତା କାଢ଼ି କ୍ଷେତ୍ରୀୟ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରିଥିଲେ ମୁଖ୍ୟ ମନ୍ତ୍ରୀ | ତେଣୁ ଲାଗୁଥିଲା "ଦାଲ ମେ କହୁଛ କାଲା ହେ" | ହେଲେ ଦେଖୁ ଦେଖୁ  "ଦାଲ ମେ କହୁଛ କାଲା ହେ"  ନୁହଁ ,  "ଦାଲ ସରାସର କାଲା ହେ" |  ବିଦା କଲେ ତ କଲେ, ଗୋଟେ ଖଣ୍ଡା ବିଜୟଙ୍କ ମୁଣ୍ଡ ଉପରେ ବାଳରେ ବାନ୍ଧି ଝୁଲାଇ ଦେଲେ ଡେମୋକ୍ଲିସର ଖଣ୍ଡା ପରି | ଆଉ ସେଇଟା ହେଲା  ଅଗ୍ନିଶମ ଡିଜି ଭାବେ  ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ଏକ କମିଟି କରିବେ |  ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବଙ୍କୁ ନେଇ ଏକ କମିଟି ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି | ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯଥେଷ୍ଟ ପ୍ରମାଣ ପାଇସାରିଛନ୍ତି ବୋଲି ଶୁଣା ଯାଉଛି । ତେଣୁ  ଅଗ୍ନିଶମ ଡିଜି ପଦବୀ ସହ ଖୋଦ୍ ପୁଲିସ ବିଭାଗର ମୁଖ୍ୟ ପଦବୀରୁ ତାଙ୍କୁ ହଟାଇ ଗୃହ ବିଭାଗର ଓଏସଡି ଭଳି କ୍ଷମତାହୀନ ପଦରେ ବସାଇଛନ୍ତି । ହେଲେ ଏବେ ମୂଷା ଯନ୍ତାରେ ପଡି ଯାଇଛନ୍ତି ବିଜୟ | ବିଦା ହେଲେ ସିନା, କମିଟିତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଥୟ | କାରଣ ଯେଉଁ ଅଭିଯୋଗ ଆଧାରରେ ବିଜୟଙ୍କ ବିରିଧରେ ଏପରି ଭୟଙ୍କର କାର୍ଯ୍ୟାନୁଷ୍ଠାନ ହେଲା, ତାହା ସେତିକି ସଂଗୀନ ହୋଇଥିବା ଅବା ତା ପଛରେ ଅଧିକ କିଛି ରାଜନୈତିକ କାରଣ ଥିବ | ତେଣୁ ଦୁଇଟି କଥା : ଅଭିଯୋଗ ଯଦି ସଂଗୀନ, ତେବେ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ଥୟ | ନ ଯଦି ୟା ପଛରେ  କିଛି ରାଜନୀତି ବି ଅଛି ତେବେ ବି କାର୍ଯ୍ୟାନୁଷ୍ଠାନ ଥୟ | ଶୁଣାଯାଉଛି ଅଗ୍ନିଶମ କାର୍ଯ୍ୟକାଳ ସହ କ୍ରାଇମବ୍ରାଞ୍ଚ ଓ ପୋଲିସ କମିଶନର ବେଳର କାର୍ଯ୍ୟକଳାପ ଖୋଳତାଡ ହେବ |  ତାଙ୍କ ବିଳାସପୂର୍ଣ୍ଣ ବାସଭବନ ନିର୍ମାଣ ପ୍ରସଙ୍ଗର ବି ଖୋଳତାଡ ହେବ | ଆଉ ସେ ପ୍ରସଂଗ ଖୋଳତାଡ ହେଲେ ଆଉ ଜଣେ ଆଇପିଏସ ଅଫିସର ଫସିବାର ସମ୍ଭାବନା ରହିଛି | 

ବିଜୟ ଶର୍ମାଙ୍କ ଜାଗାରେ ଶ୍ରୀଯୁକ୍ତ ଅଭୟଙ୍କୁ ଡିଜିପି ପଦରେ ଅବସ୍ଥାପିତ କରାଯାଇଥିବା ବେଳେ ସେ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ବରିଷ୍ଠ ପୋଲିସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ  ଭାରପ୍ରାପ୍ତ ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ଶ୍ରୀ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।  ସମ୍ପ୍ରତି ଅଭୟ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ରତ ଥିବା ବେଳେ ସେ ଖୁବ ଶୀଘ୍ର ଆସି ଡିଜି ଭାବେ ଯୋଗଦେବେ | ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗର ଡିଜି ଭାବେ ସୁନୀଲ ରାଏଙ୍କୁ ଅବସ୍ଥାପିତ କରାଯାଇଛି । 

0
0
0
s2sdefault