ହେଡଲାଇନସ୍:

ଶାଳଗଣ୍ଡି ଓ କରତ ଜବତ, ଆସାମୀ ଫେରାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବନାଂଚଳ ବାହାଡାଜୋଲା ସେକ୍ସନ୍ ଅନ୍ତର୍ଗତ ବେଲଦ୍ୱାର ଓ ମକରାପଲ୍ଲୀ ଗ୍ରାମ ନିକଟକୁ ଲାଗିରହିଥିବା ସଂରକ୍ଷିତ ଜଙ୍ଗଲରୁ କାଠ କାଟି ଚୋରାଚାଲାଣ କରୁଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୧୧ଖଣ୍ଡ ଶାଳ ଗଣ୍ଡି ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଧ୍ଵ  ହେବ ବୋଲି ପ୍ରାଥମିକ ଆକଳନରୁ ଜଣାଯାଇଛି । ଶାଳଗଣ୍ଡି ଜବତ ବେଳେ କରତ, ରୋଷେଇ ସାମଗ୍ରୀ, ବାସନକୁଶନ ମଧ୍ୟ ଜବତ ହୋଇଛି । କାଠ ଚୋରୀ ହେଉଥିବା ସ୍ଥାନକୁ ୨ ଚକିଆ କିମ୍ବା ୪ ଚକିଆ ଗାଡି ଯାଇପାରୁନଥିବାରୁ କାଠମାଫିଆ ମାନେ ସ୍ଥାନୀୟ ଗ୍ରାମର ଲୋକମାନଙ୍କୁ ହାତକରି ଜଙ୍ଗଲ ଲୁଟିଥାନ୍ତି । ଦୁର୍ବୃତ୍ତମାନେ କରତ ସାହାର୍ଯ୍ୟରେ ଜଙ୍ଗଲରେ ଗଛ କାଟି କାଠ ଚୋରାଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ସଂପର୍କରେ ସୂଚନା ପାଇ ବନାଂଚଳ ଅଧିକାରୀ ରବିନ୍ଦ୍ରନାଥ ପଣ୍ଡା, ଫରେଷ୍ଟର ସରିତା ବିଶ୍ୱାଳ, ଶୁଭେନ୍ଦୁ ପ୍ରସାଦ ନାୟକ, ଧରଣୀଧର ନାୟକ, ଅରବିନ୍ଦ ସାହୁ ଓ ପ୍ରୋଟେକ୍ସନ ସ୍କ୍ୱାଡ଼ ଚଢାଉ କରିଥିଲେ । ଚଢାଉ ବେଳେ କାଠ କଟାଳି ଏବଂ ମାଫିଆମାନେ ଘଟଣାସ୍ଥଳରୁ ଦୈାଡି ଚାଲିଯାଇଥିଲେ । ଜଞ୍ଜଲ ମଧ୍ୟରେ ସେମାନଙ୍କୁ ଧରିବା ସମ୍ଭବ ନଥିଲା । ତେବେ କଟାଳୀମାନେ ସ୍ଥାନୀୟ ଅଂଚଳର ହୋଇଥିବାରୁ ବନକର୍ମଚାରୀମାନେ ସେମାନଙ୍କୁ ଚିହ୍ନି ନେଇଥିଲେ । ଏବଂ ସେହି ଆଧାରରେ ୫୪/୧୯ରେ ମୋକଦମା ରୁଜୁ କରି ତଦନ୍ତ ଜାରିରଖିଥିବା ଜଣାଯାଇଛି । 

0
0
0
s2sdefault