ହେଡଲାଇନସ୍:

ସୁବହ କା ଭୂଲା ଅଗର  ସାମ କୋ ଘର ଲୌଟା   ଆଏ ତୋ ଉସେ ଭୁଲା ନହିଁ କହତେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

26-18-sarojini.jpg - 276.46 kB

କଥାରେ ଅଛି, ସୁବହ କା ଭୂଲା ଅଗର  ସାମ କୋ ଘର ଲୌଟା   ଆଏ ତୋ ଉସେ ଭୁଲା ନହିଁ କହତେ | ଆଉ ବିଳମ୍ବରେ ହେଲେବି  ଜିଲ୍ଲା ପ୍ରଶାସନ shasakprashasak .com  ଆଉ "ଶାସକ ପ୍ରଶାସକ" ଖବର କାଗଜରେ ବାହାରିଥିବା ଖବର ଆଧାରରେ ଜିଲ୍ଲା ପ୍ରଶାସନ ଲୋକଙ୍କ ଆବଶ୍ୟକତାକୁ ବୁଝି ଐତିହ୍ୟ ବୁଢା ରାଉଳ ମଠ ରାସ୍ତାକାମ କରିବା ପାଇଁ ଆବ୍ରହା ପ୍ରକାଶ କରିଥିବା ଯୋଗୁ ଆମେ କୃତଜ୍ଞନତା ଜଣାଇବୁ | କାରଣ ଶାସକ ପ୍ରଶାସକ ଗଠନମୂଳକ ସମାଲୋଚନାରେ ବିଶ୍ୱାସ କରେ, କାମଳ ସମାଲୋଚନାରେ  ନୁହେଁ | ଜନସାଧାରଣଙ୍କ ପାଇଁ ଲଢେଇ କରିବା ଆଉ ଶାସକ ଆଉ ପ୍ରଶାସକମାନଙ୍କ ମନରେ ସଦବୁଦ୍ଧି ଜାଗ୍ରତ କରାଇବା "ଶାସକ ପ୍ରଶାସକ" ର ଲଖ୍ୟ |  shasakprashasak .com  ଆଉ "ଶାସକ ପ୍ରଶାସକ" ରେ ଉପରୋକ୍ତ ଖବରଟି ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଲୋକଙ୍କ ଆସୁବିଧା ବୁଝି ପାରିଥିଲେ 

ଶାସକପ୍ରଶାସକ ଡ଼ଟ କମ୍ ପ୍ରଭାବ , ବିଳମ୍ବରେ ହେଲେ ବି ହେଜିଥିବାରୁ ପ୍ରଶାସନକୁ ଧନ୍ୟବାଦ

ଏମପି ହାତପାଣ୍ଠିରେ ବୁଢ଼ାରାଉଳ ମଠ ମନ୍ଦିର ରାସ୍ତା ନିର୍ମାଣର ବାତିଲ ପ୍ରସ୍ତାବକୁ ଜିଲାପାଳଙ୍କ ମୋହର ବାଜିଲା

ବାରିପଦାରୁ ଦିଳ୍ଲୀପ ମହାନ୍ତି - କଥାରେ ଅଛି, ସୁବହ କା ଭୂଲା ଅଗର  ସାମ କୋ ଘର ଲୌଟା   ଆଏ ତୋ ଉସେ ଭୁଲା ନହିଁ କହତେ | ଆଉ ବିଳମ୍ବରେ ହେଲେବି  ଜିଲ୍ଲା ପ୍ରଶାସନ shasakprashasak .com  ଆଉ "ଶାସକ ପ୍ରଶାସକ" ଖବର କାଗଜରେ ବାହାରିଥିବା ଖବର ଆଧାରରେ ଜିଲ୍ଲା ପ୍ରଶାସନ ଲୋକଙ୍କ ଆବଶ୍ୟକତାକୁ ବୁଝି ଐତିହ୍ୟ ବୁଢା ରାଉଳ ମଠ ରାସ୍ତାକାମ କରିବା ପାଇଁ ଆବ୍ରହା ପ୍ରକାଶ କରିଥିବା ଯୋଗୁ ଆମେ କୃତଜ୍ଞନତା ଜଣାଇବୁ | କାରଣ ଶାସକ ପ୍ରଶାସକ ଗଠନମୂଳକ ସମାଲୋଚନାରେ ବିଶ୍ୱାସ କରେ, କାମଳ ସମାଲୋଚନାରେ  ନୁହେଁ | ଜନସାଧାରଣଙ୍କ ପାଇଁ ଲଢେଇ କରିବା ଆଉ ଶାସକ ଆଉ ପ୍ରଶାସକମାନଙ୍କ ମନରେ ସଦବୁଦ୍ଧି ଜାଗ୍ରତ କରାଇବା "ଶାସକ ପ୍ରଶାସକ" ର ଲଖ୍ୟ | 

 ବାରିପଦା ସହର ଉପକଣ୍ଠ ତଥା ଚିପଟ, ଇଟାଯୋଡ଼ି ଓ ବୁଢ଼ାବଳଙ୍ଗ ନଦୀର ସଙ୍ଗମସ୍ଥଳରେ ଥିବା ଐତିହ୍ୟ ସମ୍ପନ୍ନ ବୁଢ଼ାରାଉଳ ମଠ(ଧ୍ୱନିମଠ) । ପୁଣି ଭୌଗୋଳିକ ଦୃଷ୍ଟି କୋଣରୁ ଏବଂ ବୁଢ଼ାବଳଙ୍ଗ ନଦୀ ଏହାକୁ ଶାମାଖୁଣ୍ଟା ବ୍ଲକର ସିନ୍ଦୁରଗୌରା ଗ୍ରାମପଞ୍ଚାୟତରୁ ବିଚ୍ଛିନ୍ନ କରାଇ ଦେଇଛି । ଫଳରେ ଏହା ଶାମାଖୁଣ୍ଟା ବ୍ଲକ ସହିତ ପର୍ଯ୍ୟଟନ ବିଭାଗର ନଜର ଆଢ଼ୁଆଳରେ ରହିଆସୁଥିବା କାରଣରୁ ସଦାସର୍ବଦା ଅବହେଳିତ ଅବସ୍ଥାରେ ରହିଆସୁଛି । ବର୍ତ୍ତମାନର ରାଜ୍ୟସଭା ସାଂସଦ ବାଙ୍ଗିରିପୋଷି ବିଧାୟିକା ରହିଥିବା ବେଳେ ତାଙ୍କ ହାତପାଣ୍ଠିରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ଯୋଗାଇ ଦେଇଥିଲେ । ମାତ୍ର ୨୦୧୩ରେ ଫାଇଲିନ ମହାବାତ୍ୟା ଓ ଏହାର ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉକ୍ତ ରାସ୍ତାକୁ ନଷ୍ଟ କରିଦେଇଥିଲା । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ଶରତ ଚନ୍ଦ୍ର ନାୟକ ପ୍ରମୁଖଙ୍କ ଅନୁରୋଧ କ୍ରମେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ବୁଢ଼ାରାଉଳ ମଠଠାରୁ ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ସିସି ରୋଡ଼ ରାସ୍ତା ନିର୍ମାଣ ନିମନ୍ତେ ତାଙ୍କ ହାତପାଣ୍ଠିରୁ ୫ଲକ୍ଷ ଟଙ୍କାର ଏକ ପ୍ରପୋଜାଲ ଦେଇଥିଲେ । ସ୍ଥାୟୀ ରାସ୍ତା ସହିତ ଉଭୟ ପାଶ୍ୱର୍ରେ ନାଳ ନିର୍ମାଣ ନିମନ୍ତେ ପ୍ରାୟ ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିଲା । ଏହି ସମୟରେ ରାଜ୍ୟସଭା ସାଂସଦ ଶ୍ରୀମତୀହେମ୍ବ୍ରମଙ୍କ ୫ ଲକ୍ଷ ଟଙ୍କାର ପ୍ରପୋଜାଲକୁ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ରାସ୍ତା ନିର୍ମାଣର ଆବଶ୍ୟକତା ନାହିଁ ଦର୍ଶାଇ ସାଂସଦଙ୍କ ପ୍ରପୋଜାଲକୁ ବାତିଲ କରିଦେଇଥିଲେ । ଏହାକୁ ନେଇ shasakprashasak .com  ଆଉ "ଶାସକ ପ୍ରଶାସକ"  ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଜନସାଧାରଣ ପ୍ରତିବାଦର ସ୍ୱର ଉଠାଇଥିଲେ । ବାତିଲ ହୋଇଥିବା ପ୍ରପୋଜାଲକୁ ମୋହର ଲଗାଇବା ନିମନ୍ତେ ଜିଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ । ଫଳରେ ଜିଲାପାଳ ଶ୍ରୀମୀନା ଜନସାଧାରଣଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପ୍ରପୋଜାଲକୁ ରିଭାଇଜଡ଼ ଏଷ୍ଟିମେଣ୍ଟ ଅନୁସାରେ ପାଶ କରାଇଥିବାର ପିଏ ଆଇଟିଡ଼ିଏ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । 

ପ୍ରକାଶ ଥାଉକି, ଉକ୍ତ ମଠ ବୁଢ଼ାବଳଙ୍ଗ, ଇଟାଯୋଡ଼ି ଓ ଚିପଟ ନଦୀର ସଙ୍ଗମସ୍ଥଳରେ ପ୍ରାକୃତିକ ଶୋଭାରାଜି ସହିତ ଅନେକ ଐତିହ୍ୟ ବାର୍ତ୍ତା ଦେଇଥାଏ ଜନସମାଜକୁ । ବୁଢ଼ାରାଉଳ ମଠ ଯାହା ଧୂନିମଠ ଭାବେ ଖ୍ୟାତି ଲାଭ କରିଛି । ମୟୂରଭଞ୍ଜ ଜିଲାର ଐତିହ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହା ପରିସରରେ ରହିଛି ମହାଦେବ ମନ୍ଦିର । ପବିତ୍ର ଶିବ ରାତ୍ରିରେ ମନ୍ଦିରକୁ ଜାଗର ଜାଳିବା ନିମନ୍ତେ ଜିଲା ତଥା ଜିଲା ବାହାରୁ ଆସିଥାନ୍ତି ହଜାରହଜାର ଭକ୍ତ । ପୁଣି ତିନି ନଦୀର ସଙ୍ଗମସ୍ଥଳୀରେ ୫ ଦିନ ବ୍ୟାପି ଆୟୋଜିତ ହୋଇଥାଏ ବଳାଙ୍ଗୀ ମହୋତ୍ସବ । ଏଥି ସହିତ ମଠକୁ ଆସିଥିବା ରାସ୍ତାକୁ ସ୍ଥାନୀୟ ଜନସାଧାରଣ ସହିତ ସମସ୍ତେ ବ୍ୟବହାର କରିଆସୁଛନ୍ତି । ବୁଢ଼ାରାଉଳ ମଠ(ଧୂନିମଠ) ପଛରେ ରହିଥିବା ବିଭିନ୍ନ ଇତିହାସକୁ ଲୋକଲୋଚନକୁ ଆଣିବା ଦାୟିତ୍ୱ ପ୍ରଶାସନ ସହିତ ସରକାରଙ୍କର । ଗମନାଗମନ ନିମନ୍ତେ ଉପଯୁକ୍ତ ରାସ୍ତା ନିର୍ମାଣ ସଂଗେସଂଗେ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରାଇବା ଦାୟିତ୍ୱ ମଧ୍ୟ ସରକାରଙ୍କର । ଜିଲାପ୍ରଶାସନ ଏଦିଗରେ ଆଖି ବନ୍ଦ କରିଦେଇଥିବା କାରଣରୁ ପର୍ଯ୍ୟଟକମାନଙ୍କ ନଜରକୁ ଆସିପାରୁ ନାହିଁ । ତଥାପି ଜିଲାପାଳ ବାତିଲ କରାଇଥିବା ପ୍ରପୋଜାଲକୁ ପୁଣିଥରେ ପାଶ କରାଇଥିବାରୁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ଶରତ ଚନ୍ଦ୍ର ନାୟକ ।

 

0
0
0
s2sdefault