ହେଡଲାଇନସ୍:

ଚେକିଂ ବେଳେ ପୁଲିସ୍ ଅଧିକାରୀଙ୍କୁ ଧକ୍କା ଦେଲା ମୋଟରସାଇକେଲ୍ : ପୋଲିସ ବାବୁଙ୍କ ଜୀବନ ଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା,(dillip mohanty) : ଆଜି ସନ୍ଧ୍ୟାରେ ଘଟିଛି ଏକ ଅଘଟଣ । ଚେକିଂ କରୁଥିବା ପୋଲିସଙ୍କୁ ଧକ୍କା ଦେଇଛି ମଟର ସାଇକେଲ । ଆଉ ଏଇ ଧକ୍କାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ  ହେବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ପୋଲିସ ବାବୁ । 

ଘଟଣା ଏହିପରି । ସ୍ଥାନୀୟ ତକତପୁରରେ ନିଜ ଟିମ୍ ସହିତ ଗାଡି ଚେକିଂ କରୁଥିଲେ ପୁଲିସ୍ ସବ ଇନିସ୍ପେକ୍ଟର  ଦୟାନିଧି ଦାସ। ଚେକିଂ ସମୟରେ ଗୋଟିଏ ମୋଟରସାଇକେଲ୍ ଆରୋହୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଶ୍ରୀ ଦାସ। ହେଲେ  ମୋଟରସାଇକେଲ୍ ଆରୋହୀ ଅଟକିବା ପରିବର୍ତ୍ତେ  ସେଠାରୁ ତରକି ଦ୍ରୁତ ଗତିରେ ଆସି ପୁଲିସ୍ ଅଧିକାରୀ ଶ୍ରୀ ଦାସଙ୍କୁ ଧକା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପିଆରଏମ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଶ୍ରୀ ଦାସଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ପ୍ରାଣ ଚାଲିଯାଇଛି ।  ର୍ଘଟଣା ଘଟାଇଥିବା ମୋଟରସାଇକେଲ୍ ଚାଳକଙ୍କୁ  ପୋଲିସ ଗାଡି ସହ ଅଟକ ରଖିଥିବା ମାମଲା ରୁଜୁ କରିଛି ।

0
0
0
s2sdefault