ବୁର୍ଲା/ସମ୍ବଲପୁର | ୦୪ ନଭେମ୍ବର ୨୦୨୫:ଶକ୍ତି ସଂରକ୍ଷଣ ଏବଂ ସୁବଜ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସ୍ଆର୍) ପକ୍ଷରୁ ଏହାର ପ୍ରମୁଖ ଅଭିଯାନ କ୍ଲବ୍ ଏନର୍ଜି ଅଧିନରେସମ୍ବଲପୁରସହର ସ୍ଥିତ ଗୁରୁ ନାନକ ପବ୍ଲିକ୍ ସ୍କୁଲଠାରେ ଉର୍ଜା ମେଳା ସଫଳତାର ସହ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସହରର ୮ଟି ସ୍କୁଲର ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ଏକ ପ୍ରତିଯୋଗିତା ମାଧ୍ୟମରେ, ଛାତ୍ରଛାତ୍ରୀମାନେ ଶକ୍ତି ସଂରକ୍ଷଣ, ଦାୟିତ୍ୱପୂର୍ଣ୍ଣ ଭାବେ ଶକ୍ତି ବ୍ୟବହାର ଏବଂ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ଚିନ୍ତାଧାରା ଏବଂ ସମାଧାନ ପ୍ରଦର୍ଶନ କରିଥିଲେ । ଯାହା ଏହି କାର୍ଯ୍ୟକ୍ରମକୁ ନବସୃଜନ ଏବଂ ସଚେତନତାର ଏକ ସ୍ପନ୍ଦନଶୀଳ ଉତ୍ସବରେ ପରିଣତ କରିଥିଲା ।
କ୍ଲବ୍ ଏନର୍ଜି ହେଉଛି ଟାଟା ପାୱାରର ଏକ ପ୍ରମୁଖ ସିଏସ୍ଆର୍ ଅଭିଯାନ, ଯାହା ସ୍ଥାୟୀ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବଳ ସଂରକ୍ଷଣ ଏବଂ ଜଳବାୟୁ-ସହନଶୀଳତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ । ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ ଉର୍ଜା ମେଳା ଏକ ପ୍ରଶଂସନୀୟ ପରିକଳ୍ପନା ।
ଏହି କାର୍ଯ୍ୟକ୍ରମ ଅଧିନରେ ଉର୍ଜା ସାଥୀମାନଙ୍କ ମାଧ୍ୟମରେ ନିୟମିତ ଭାବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍କୁଲମାନଙ୍କରେ ଶକ୍ତି ସଂରକ୍ଷଣ, ପ୍ରାକୃତିକ ସମ୍ପଦ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ଭଳି ବିଷୟବସ୍ତୁକୁ ନେଇ ଅନେକ ଅଧିବେଶନ ଆୟୋଜନ କରାଯାଉଅଛି । କ୍ଲବ୍ ଏନର୍ଜି ପଦକ୍ଷେପ ମାଧ୍ୟମରେ, ପଶ୍ଚିମ ଓଡ଼ିଶାର ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶକ୍ତି ଚାମ୍ପିଅନ୍ ଭାବରେ ସଶକ୍ତକରାଯାଇଛି, ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟରେ ସଂରକ୍ଷଣ ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗଦାନ ଦେଉଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ଏସ୍.ଏନ୍. ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ର ପ୍ରତିନିଧି ଶ୍ରୀମତୀ କଳ୍ପନା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଗୁରୁ ନାନକ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାସ, କମ୍ପାନୀର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ସ୍ୱେଚ୍ଛାସେବି, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ମଡେଲ୍ ପ୍ରଦର୍ଶନ, ପୋଷ୍ଟର ତିଆରି, କ୍ୱିଜ୍ ଏବଂ ଅଭିନବ ପ୍ରଦର୍ଶନ ସମେତ ଶକ୍ତି ସଂରକ୍ଷଣ ଥିମ୍ ଉପରେ ଆଧାରିତ ଅନେକ ପ୍ରତିଯୋଗିତା ଯୁବ ଅଂଶଗ୍ରହଣକାରୀଙ୍କ ସୃଜନଶୀଳତା ଏବଂ ପ୍ରତିବଦ୍ଧତାକୁ ଆଲୋକପାତ କରିଥିଲା। ଉର୍ଜା ମେଳା ପରବର୍ତ୍ତୀ ପିଢ଼ିକୁ ଏକ ସବୁଜ ଏବଂ ଅଧିକ ଶକ୍ତି-ଦକ୍ଷ ଭବିଷ୍ୟତ ଆଡକୁ ନେଇ ଯିବା ପାଇଁ ସଶକ୍ତ କରିବାରେ ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି ।











