ରାୟଗଡ:-ତା. ୪/୧୧- ରାୟଗଡ ଲୋକମହୋତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରଣ, ଖାଦ୍ୟ କମିଟିର ପ୍ରସ୍ତୁତି ବୈଠକ
ସମ୍ମାନ ପତ୍ର ଓ ଶୋଭାଯାତ୍ରାର ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନୟାକ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିହାର ରଞ୍ଜନ କହଁର ଅଧ୍ୟକ୍ଷତାରେ ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି l ସଂପୃକ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ କକ୍ଷରେ ଅତିଥିବୃନ୍ଦ, ନିମନ୍ତ୍ରଣ ପତ୍ର, ଖାଦ୍ଯର ଆୟୋଜନ, ଶୋଭାଯାତ୍ରାର ଆୟୋଜନ ଏବଂ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରେ ଅନନ୍ୟ ଅବଦାନ ନିମନ୍ତେ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରସ୍ତାବ ଆହ୍ବାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଯୋଗ୍ଯ ବ୍ୟକ୍ତି ସଂପୃକ୍ତ ବ୍ଲକର ବିଡିଓଙ୍କ ମାଧ୍ୟମରେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ନିର୍ଧାରିତ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଶୋଭାଯାତ୍ରାରେ ଜନସାଧାରଣଙ୍କ ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସାମିଲ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ସେହିପରି ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା ଉପ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ସଦସ୍ୟ, ସଦସ୍ୟା ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ l ସ୍ଥାନୀୟ କଳାକାର ମାନଙ୍କୁ ପ୍ରାଧାନ୍ୟ ଦେବାକୁ କିଛି କାଳରକାର ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ମତ ଦେଇଥିଲେ l ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ l
ରାଜ୍ୟ
ଲୋକମାହତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
- Hits: 5











