ଭୁବନେଶ୍ୱର, ୦୪/୧୨/୨୦୨୫: ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ବିଧାନସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶାଳୀନ ଓ ଅଶୋଭନୀୟ ମନ୍ତବ୍ୟକୁ ବିଜେଡି କଡା ଭାଷାରେ ନିନ୍ଦା କରିଛି । ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ପ୍ରତିକି୍ରୟା ଦେଇ କହିଛନ୍ତି, ‘ବିଜେପି ବିଧାୟକ ଶ୍ରୀ ଖଟୁଆ ବିଧାନସଭାର ପବିତ୍ର ଗୃହ ମଧ୍ୟରେ ଦେଇଥିବା ଅରୁଚିକର ମନ୍ତବ୍ୟ ତାଙ୍କ ରୁଗ୍ଣ ମାନସିକତାର ପରିଚୟ ଦେଉଛି’ ।
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ମହାତ୍ମା ଗାନ୍ଧୀ ଜାତିର ପିତା ଭାବେ ପୂଜା ପାଉଥିଲା ବେଳେ ବିଜେପି ବିଧାୟକଙ୍କର ଏହି ଦେଶ ବିଭାଜନକାରୀ ମନ୍ତବ୍ୟ ପ୍ରତ୍ୟେକ ସଚେତନ ନାଗରିକଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଛି । ଏଥିପାଇଁ ରାଜ୍ୟବାସୀ ନିକଟରେ ଶ୍ରୀ ଖଟୁଆ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।
ରାଜ୍ୟ
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ କ୍ଷମା ମାଗନ୍ତୁ: ବିଜେଡି
- Hits: 5











