ହେଡଲାଇନସ୍:

ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ - ଅମିତ ଶାହ

ଏହି ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ - ଧର୍ମେନ୍ଦ୍ର ପ୍ରଧାନ

 ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ

 ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ

  ୪ ବର୍ଷ ମଧ୍ୟରେ ଲଦାଖରେ ୫୦ ହଜାର କୋଟି ବ୍ୟୟରେ ଦେଶର ସର୍ବବୃହତମ ସୌର ପ୍ରକଳ୍ପ

ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତୀ ଅମିତ ଶାହାଙ୍କ ଦ୍ୱାରା  ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହ ଏହି ପଦକ୍ଷେପ ପାଇଁ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେବା ସହ ଏହି ଐତିହାସିକ ପଦକ୍ଷେପ ଦ୍ୱାରା କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ପଦକ୍ଷେପ ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ । ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ ବୋଲି ଶ୍ରୀ ଶାହ କହିଛନ୍ତି । ସେହିପରି ଆଗାମୀ ୪ ବର୍ଷ ମଧ୍ୟରେ ଲଦାଖରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତମ ତଥା ୭୫୦୦ ମେଗାୱାଟର ସୌର ପ୍ରକଳ୍ପ ଶେଷ ହେବ । ଏହା ଦ୍ୱାରା ଲଦାଖର କେବଳ ବିକାଶ ହେବ ନାହିଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ  ଶ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି କାରଣୁ ଦେଶରେ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ନିଆଯାଇପାରିଛି । ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୀତଋତୁରେ ଲଦାଖରେ ଅତ୍ୟଧିକ ଶୀତ ତଥା ପାରଦରେ ମାତ୍ରା ମାଇନସ ଡିଗ୍ରୀ ରହିବା କାରଣରୁ ଡିଜେଲ୍ ବରଫ ଆକାର ହୋଇଯାଉଥିଲା । ଯାଦ୍ୱାରା ଏହି ଅଂଚଳରେ ଡିଜେଲ ଚାଳିତ ଗାଡି ବନ୍ଦ ହେବା ଫଳରେ ବ୍ୟବସାୟ ଠପ୍ ହେବା ସହ ପର୍ଯ୍ୟଟନରେ ବାଧା ଉପୁଜୁଥିଲା । ମାତ୍ର ଆଇଓସିଏଲ୍ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର  ଶୀତକାଳୀନ-ଗ୍ରେଡ୍ ଡିଜେଲ୍ -୩୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରହିପାରିବାର କ୍ଷମତା ରଖିଛି ।

ଏହାକୁ ଆଇଓସିଏଲର ପାନିପଥ ରିଫାଇନାରୀରେ ତିଆରି କରାଯାଇଛି । ଏବେ ଏହି ବ୍ୟବସ୍ଥା ଫଳରେ ସୁରକ୍ଷା କର୍ମୀ, ପର୍ଯ୍ୟଟକ ଏବଂ ସ୍ଥାନୀୟବାସୀଙ୍କବାସୀ ପାଇଁ ଇନ୍ଧନ ଯୋଗାଣର ସୁନିଶ୍ଚିତ  ହୋଇଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ଲୋକକଲ୍ୟାଣ ସରକାର ଥିବାରୁ ଗରିବ ଏବଂ ସାଧାରଣ ଲୋକଙ୍କ ସମସ୍ତ ଆବଶ୍ୟକତା ଏବଂ ମୌଳିକ ସୁବିଧାକୁ ପହଁଚାଇବା ପାଇଁ ଆମେ ପ୍ରଯତ୍ନଶୀଳ । ମୋଦି ଅଛନ୍ତି ତ ସବୁ ସମ୍ଭବ | ସାମାନ୍ୟ ତଥା ଗରିବ ଲୋକଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି | 

0
0
0
s2sdefault