ଜଗତସିଂହପୁର,ତା-୨୩.୦୩.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର ତା ୨୩. ୦୩. ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ି ଚାଳକ ଅମାନିଆ ଙ୍କୁ ସାବାଡ଼ କରିବା ପାଇଁ ଜଗତସିଂହପୁର ଯୋଗଧାରୀ ନୁଆ ବସ ଷ୍ଟାଣ୍ଡରେ ୫୫ ଜନ ଅମାନିଆ ଗାଡ଼ି ଚାଳକଙ୍କୁ ଅନୁବନ୍ଧିତ ବିଜ୍ଞପ୍ତି ସତ୍ୱେ ଅବମାନନା କରିଥିବାରୁ ଚାଲାଣ କଟାଯାଇଛି । ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ ଜାରି ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସୁଚନା ଦେବା ସହ ଜନସାଧାରଣ ସଚେତନ ରହି ଦୁର୍ଘଟଣା କମାଇବା ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଥିରେ ମୋଟର ଯାନ ନିରିକ୍ଷକ ଶ୍ରୀ ପ୍ରତାପ କୁମାର ବେହେରା ସହିତ କନିଷ୍ଠ ମୋଟରଯାନ ନିରିକ୍ଷକ ଶ୍ରୀମତୀ ମନୋରମା ମାଝୀ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ମାନେ ଯାଞ୍ଚ ସମୟରେ ସହଯୋଗ କରିଥିଲେ।
ରାଜ୍ୟ
ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କାର୍ଯ୍ୟରେ ଦ୍ବିତୀୟ ଦିନ
- Hits: 6








