ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ ୯ ଦିନ ଧରି ଚାଲିବାକୁ ଥିବା ଘଟଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ଡାବୁଗାଁ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିର ରୁ ମା ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସନ୍ଧ୍ୟାରେ ବାଜା ମର୍ଦ୍ଦଳ,ଆତସବାଜି ଓ ନୃତ୍ୟ ର ତାଳେ ତାଳେ ନଗର ପରିକ୍ରମା କରି କଳସ ମଣ୍ଡପ ଠାରେ ପହଞ୍ଚି ଥିଲେ। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ରାସ୍ତାର ଦୁଇ ପାର୍ଶ୍ବରେ ମା ଙ୍କ ଆଗମନ କୁ ଅପେକ୍ଷା କରିଥିଲେ। ଆଜି ଠାରୁ ୯ ଦିନ ଧରି ଡାବୁଗାଁ ର ଆରାଧ୍ୟ ଦେବୀ ମା ଠାକୁରାଣୀ କଳସ ମଣ୍ଡପ ଠାରେ ଆସ୍ଥାନ କରି ପୂଜା ପାଇବେ। ମା ଠାକୁରାଣୀ ୯ ଦିନ ସଦର ଡାବୁଗାଁ ଓ ଡଙ୍ଗରିଗୁଡ଼ା ପଞ୍ଚାୟତ ର ପ୍ରତ୍ୟେକ ସାହି କୁ ଯାଇ ଭକ୍ତ ଙ୍କୁ ଦର୍ଶନ ଦେବା ସହ ପୂଜା ପାଇବେ। ୯ ଦିନ ଧରି ଚାଲିବାକୁ ଥିବା ଏହି କଳସ ଯାତ୍ରା କୁ ଆକର୍ଷଣୀୟ କରିବାକୁ ପୂଜା କମିଟି ତରଫରୁ ମେଡିକାଲ ଛକ ରୁ କଳସ ମଣ୍ଡପ ପର୍ଯ୍ୟନ୍ତ ତୋରଣ ଲଗାଯିବା ସହ ସୁସଜ୍ଜିତ ଆଲୋକମାଳାରେ ସଜ୍ଜିତ କରାଯାଇଛି।ସ୍ଥାନୀୟ ଭୈରବ ମନ୍ଦିର ସମ୍ମୁଖ ପଡିଆ ରେ ଲୋକଙ୍କ ମନୋରଞ୍ଜନ ପାଇଁ ଏକ ମୀନା ବଜାର ଆସିଛି। ଲୋକଙ୍କ ମନୋରଞ୍ଜନ ସକାଶେ ୯ ଦିନ ଧରି କଳସ ମଣ୍ଡପ ଠାରେ ଆଦିବାସୀ ନାଟକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ ଦିନ ଧରି ଚାଲିବାକୁ ଥିବା ମା ଠାକୁରାଣୀ ଙ୍କ ଘଟଯାତ୍ର କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା ପାଇଁ ଯାତ୍ରା କମିଟି ସଭାପତି ସତ୍ୟ ରଞ୍ଜନ ପାତ୍ର,ଉପ ସଭାପତି ପାପନା ରେଲି ,ସମ୍ପାଦକ ଡାବୁଗାଁ ସରପଞ୍ଚ ବିନୋଦ ସୌରା,ଯୁଗ୍ମ ସମ୍ପାଦକ ରଘୁନାଥ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି ପରିଚାଳନା କରୁଥିବା ବେଳେ ଆଜିର ଘଟଯାତ୍ରା ରେ ସ୍ଥାନୀୟ ନେତୃବର୍ଗ ସହ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ରାଜ୍ୟ
ଡାବୁଗାଁ ରେ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଟଯାତ୍ରା ଆରମ୍ଭ
- Hits: 7








