ହେଡଲାଇନସ୍:

ପାଣିଟାଙ୍କି କାର୍ଯ୍ୟକ୍ଷମ କରିବାକୁ 80 ଦିନର କଣ୍ଟ ଦେଲେ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶାସକ ପ୍ରଶାସକର ଖବର ଉପରେ ଉତ୍ତର ଦେଲେ ଜିଲ୍ଲାପାଳ , ବିଧାୟକ ବି ଦେଲେ ପ୍ରତିଶ୍ରୁତି

ଧୂମାଭଟା / ବନମାଳି ନାୟକ : ଧୁମାଭଟା ଗ୍ରାମରେ ନିର୍ମିତ ହେଉଥିବା ପାଣିଟାଙ୍କି କାମ ସମ୍ପୁର୍ଣ ହୋଇସାରିଲା ପରେ ମଧ୍ୟ ଅଚଲ ହେଇ ପଡ଼ିରହିଥିଲା ଯାହାକୁ ନେଇ ଅଞ୍ଚଲରେ ନିରାଶା ର ମାହୋଲ୍ ଖେଲି ଯାଇଥିଲା । କିନ୍ତୁ ଗ୍ରାମର କିଛି ସଚେତନ ଜୁବକ ଏ ବିଷୟକୁ ଟ୍ୱିଟର୍ ମାଧ୍ୟମରେ ସରକାରଙ୍କୁ ଜଣେଇଥିଲେ ।  ଖୁସିର କଥା ସରକାର୍ ଏହାକୁ ଗୁରୁତର ସହିତ ନେଇ ବିଚାର କରି ୮୦ ଦିନ ଭିତରେ କାମ ସାରିବାକୁ ଜବାବ୍ ଦେଇଛନ୍ତି । ଜାହାକୁ ନେଇ ଅଞ୍ଚଲରେ ଏବେ ଖୁସିର ମାହୋଲ୍ ଖେଲିଯାଇଛି । ଦେଖିବାକୁ ବାକିରହିଲା ସରକାର ନିଜ କଥା କେତେଦିନ ଭିତରେ ରଖୁଛନ୍ତି । ସୂଚନା ଯୋଗ୍ୟ ଯେ, ପାଷାଣି ଅହଲ୍ୟା ପରି କାହା ପାଦ ସ୍ପର୍ଶ ଅପେକ୍ଷାରେ  ଶୀର୍ଷକ ଖବର ଶାସକ ପ୍ରଶାସକ ନ୍ୟୁଜ ପୋର୍ଟାଲରେ ପ୍ରକାଶ ପାଇବା ପରେ ତାକୁ ରାହୁଲ ବାଗ ନାମକ ଯୁବକ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଟୁଇଟ କରିଥିଲେ । ବିଧାୟକ ଏହି କାମ ତୁରନ୍ତ ହେବ ବୋଲି ପ୍ରତିଶ୍ରୁତି ହେଇଥିବା ବେଳେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ପାନୀୟ ଜଳ ପ୍ରକଳ୍ପ 80 ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।  

0
0
0
s2sdefault