ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମ ଠାରେ ମୋଡେଲ ଜି.ପି.ଏଲ୍. ଏଫ୍ କୁ ନେଇ ସି.ଓ.ଇ ତାଲିମ କାର୍ଯ୍ୟକ୍ରମ ଚାଲୁଛି।
ଓଡିଶା ଜୀବିକା ମିଶନ , କାଶୀନଗର , ବି.ପି.ଏମ୍ ତତ୍ଵାବଧାନରେ ତାଲିମ କାର୍ଯ୍ୟକ୍ରମ ନିଆଯାଇଛି।
ଗତ ୧୨-୩-୨୦୨୬ ଠାରୁ ୩୧-୩-୨୦୨୬ ପର୍ଯ୍ୟନ୍ତ ମୋଡେଲ ୧,୨,୩,୪ କାର୍ଯ୍ୟକ୍ରମ ଚାଲିଛି। ଏହି ତାଲିମ ରେ ଖାରଡା ଜି.ପି.ଏଲ୍. ଏଫ୍ ର କାର୍ଯ୍ୟକାରୀ କମିଟି ର ସଦସ୍ୟ ଓ ଗୋଷ୍ଠୀ ସହାୟକ କର୍ମୀ ୨୫ ଜଣ ତାଲିମ ରେ ଯୋଗ ଦେଇଛନ୍ତି। ତାଲିମଦାତା ଲିଙ୍ଗରାଜ ପାଣିଗ୍ରହୀ ଓ ମଳୟ ମାଧୁରୀ ତ୍ରିପାଠୀ ଜିଲ୍ଲା ସ୍ତରୀୟ ତାଲିମଦାତା , ଓଡିଶା ଜୀବିକା ମିଶନ ପରିଚାଳନା କରୁଛନ୍ତି।
ଏହି ତାଲିମର ଆଲୋଚ୍ୟ ବିଷୟ ଥିଲା - ଏକତାର ଶକ୍ତିକୁ ବୁଝିବା , ଭିଜନ ର ମହତ୍ୱ , ଆସନ୍ତା ୫ ବର୍ଷ ପାଇଁ ଭିଜନ ତିଆରି , ପରିବର୍ତ୍ତନ ର କ୍ଷେତ୍ର ଯଥା :- ଜୀବନ ଜୀବିକା , ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା , ସାମାଜିକ ସମସ୍ୟା , ସମସ୍ୟାର ସମାଧାନ , ସମସ୍ୟା ଚିହ୍ନଟ ଓ ପ୍ରାଥମିକତା , ଲକ୍ଷ ସ୍ଥିର କରିବାର ଗୁରୁତ୍ୱ , ଲକ୍ଷ ହାସଲ କରିବା ପାଇଁ ରଣନୀତି , ଏସ୍ .ହେଚ୍.ଜି , ଆଞ୍ଚଳିକ ମଞ୍ଚ ଓ ମହାସଙ୍ଘ ମଧ୍ୟରେ ସମନ୍ୱୟ ରକ୍ଷା କରିବା , ମହାସଙ୍ଘ ସହ ସରକାରୀ ଅନୁଷ୍ଠାନର ସଂପର୍କ ଆଲୋଚନା କରାଯାଇଥିଲା।
ଦଳଗତ କାର୍ଯ୍ୟକ୍ରମ ରେ ଆଲୋଚନା , ଶେଷରେ ଏକ ଭଜନ ଡକୁମେଣ୍ଟ ତିଆରି କରାଯାଇଥିଲା ଓ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇ ତାଲିମ କୁ ଶେଷ କରାଯାଇଥିଲା।
ରାଜ୍ୟ
ମୋଡେଲ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସି.ଓ.ଇ ତାଲିମ
- Hits: 19








