ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବାଦ ପରିବେଷଣରେ ବ୍ୟାଖ୍ୟାନ ଏକ ଅପରିହାର୍ଯ୍ୟ ଦିଗ 

ବଲାଙ୍ଗିର,(ନିରୋଜ ମିଶ୍ର) - ସମ୍ବାଦ ପରିବେଷଣରେ ବ୍ୟାଖ୍ୟାନ ଏକ ଅପରିହାର୍ଯ୍ୟ ଦିଗ ବୋଲି ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତ ପୋଷଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏବଂ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ସଂଦୀପ ମାଡ଼୍କର୍  ଓ ସଂଘର ସାଧାରଣ ସଂପାଦକ ବଳରାମ ମିଶ୍ର ଯୋଗଦାନ କରିଥିଲେ । ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରଦତ୍ତ ବିଷୟବସ୍ତୁ ‘ସମ୍ବାଦ ପରିବେଷଣ-ବ୍ୟାଖ୍ୟାନ : ଏକ ଅଭିଯାନ’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ  ହୋଇଥିଲା । ସଭା ସଂଚାଳନ କରିଥିଲେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଛାତ୍ରବକ୍ତା ଭାବରେ ସୁରଚିତା ଗୁରୁ, ସ୍ପର୍ଶା ମିଶ୍ର, ଅଭିସ୍ମୃତା ଶ୍ୟାମଳୀ ମିଶ୍ର ଏବଂ ସାଂବାଦିକ ବିରେନ୍ଦ୍ର କୁମାର ଝାଙ୍କର, ହୃଷିକେଶ ବାଗ, ଆନଂଦ ଚଂଦ୍ର ସାହୁ, ସତ୍ୟନାରାୟଣ ବେହେରା, ସତ୍ୟସୁନ୍ଦର ଭଂଜ, ଗୋପବନ୍ଧୁ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଭୂକଲ୍ୟାଣ ଗଡ଼ତ୍ୟା, ନରେଶ କୁମାର ସାହୁ, ବିଶ୍ୱଜିତ୍ ଦାଶ, ଚିତ୍ତରଂଜନ ମିଶ୍ର ଓ ମନୋରଂଜନ ଯୋଷୀ । ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ  ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ବିତରଣ କରାଯାଇଥିଲା । ସାଂବାଦିକ ପାର୍ଥବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault