ହେଡଲାଇନସ୍:

ମୁନିଗୁଡାରେ ଜିଲ୍ଲାପାଳଙ୍କ ଶୁଣାଣୀ ଶିବିର ,୭୫ ଅଭିଯୋଗର ଶୁଣାଣି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-02-18-muniguda.jpg - 105.53 kBରାୟଗଡା :  ରାୟଗଡା ଜିଲ୍ଲାର ମୁନିଗୁଡାର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଯାଇଛି  । ଜିଲ୍ଲାପାଳ ଗୁହା ପୁନମ ତାପସକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୁଦନ ମିଶ୍ର, ଗୁଣୁପୁର ଉପଜିଲ୍ଲାପାାଳ ଅମ୍ରିତ ଋତୁରାଜ, ଉପ ଆରକ୍ଷୀ ଅଧୀକ୍ଷକ ପତିତପାବନ ଚୌଧୁରୀ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଏ ଅବସରରେ ୭୫ଗୋଟି ଅଭିଯୋଗର ଶୁଣାଣୀ କରାଯାଇଥିଲା  । ସେଥିମଧ୍ୟରୁ ୫୩ଟି ବ୍ୟକ୍ତିଗତ ମାମଲା ହୋଇଥିବା ବେଳେ ୨୨ଗୋଟି ବିଭିନ୍ନ ଅଞ୍ଚଳର ସାମୂହିକ ସମସ୍ୟା ଉପରେ ଅଭିଯୋଗ ଥିଲା । ଜିଲ୍ଲାପାଳ ଶ୍ରୀମତୀ କୁମାର ଅଭିଯୋଗ ଗୁଡିକ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାରେ ସମାଧାନ ପାଇଁ ନିର୍ଦ୍ଦେଶ  ଦେଇଥିଲେ  । ଏହି ଶୁଣାଶୀ ଅବସରରେ ଲୋକମାନେ ଇନ୍ଦିରା ଆବାସ, ରାସ୍ତା କାମ, ପାଣି, ଚିକିତ୍ସା ସହାୟତା, ଆର୍ଥିକ ସହାୟତା, ଭତ୍ତା ଓ ସ୍ଥାୟୀ ନିଯୁିକ୍ତି ସମ୍ପର୍କିତ ଅଭିଯୋଗର ଜିଲ୍ଲାପାଳ ଶ୍ରୀମତୀ କୁମାର ଶୁଣାଣି କରିଥିଲେ ।  ଏହି ଅଭିଯୋଗ ଶୁଣାଣୀ ଶିବିର ବେଳେ ୧୦ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଡିରୁ ୮୩୦୦୦ଟଙ୍କା ତଥା ରେଡକ୍ରସ ପାଣ୍ଠିରୁ ଜଣକୁ ୧୫୦୦୦ଟଙ୍କା ସହାୟତା ରାଶି ଚେକ୍ ଆକାରରେ ଜିଳ୍ଲାପାଳ ପ୍ରଦାନ କରିଥିଲେ   ।  ସେହିପରି ଏନଏଫବିଏସ ତରଫରୁ ୩୭ ଜଣଙ୍କୁ ୨୦୦୦୦ ଟଙ୍କାର ଚେକ୍ ତଥା ବିଭିନ୍ନ ଭତ୍ତା ବାବଦରେ ୮୬ଜଣଙ୍କୁ ୭ଳକ୍ଷ ୮୦ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା  । ଏହି ଅଭିଯୋଗ ଶୁଣାଣୀ ଶିବିରରେ ବିଡିଓ ମୂନିଗୁଡା ର ଓ ତହସିଲଦାର ମୁନିଗୁଡାଙ୍କ ସମେତ ଅନ୍ୟ ଅଧିକାରୀ ମାନେ  ପ୍ରମୁଖ ଅଂଶଗ୍ରହଣ କରିଥିଲେ  । 

0
0
0
s2sdefault