ହେଡଲାଇନସ୍:

ହାତୀ ଆକ୍ରମଣ ରେ ଚାଷୀ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଵଲାଙ୍ଗିରରୁ ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର /ଆଗଲପୁରରୁ ସୁଶିଲ କୁମାର ବିଶ୍ବାଲ  : ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଧଉଁରାଦାଦର ଗାଁ ରେ ହାତୀ ଆକ୍ରମଣରେ ଆଜି ଜଣେ ଚାଷୀ ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀରାମ ବିଶ୍ୱାଲ ।  

ଆଠ ଦଶଦିନ ହେବ ଏ ଅଞ୍ଚଳରେ ଥିବା ଛେଲିଆ ପାହାଡ ତଥା ଏହାର ଆଖପାଖରେ ଗୋଟିଏ ହାତୀପଳ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି । ଫଳରେ ବିଲରେ ଦୁଆ ହୋଇଥିବା ଧାନ ଫସଲକୁ କାଲେ ହାତୀପଲ ନଷ୍ଟ କରିଦେବ ଭାବି ଅନ୍ଯମାନଙ୍କ ସହିତ ଶ୍ରୀରାମ ମଧ୍ଯ ନିଜ ବିଲକୁ ଯାଇଥିଲେ ଜଗିବାକୁ ହେଲେ ସେଠାରେ ହାତୀର ଆକ୍ରମଣ ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ।ହାତୀ ତାଙ୍କ ପେଟ ତଲକୁ ପାଦ ରେ ଦଲି ଦେଇଥିବାର ଅନୁମାନ କରାଯାଉଛି । ଦିର୍ଘ ଦିନ ଧରି ଏଠାରେ ହାତୀ ଉପଦ୍ରବ ଚାଲିଥିଲେ ମଧ୍ଯ ହାତୀ ଘଉଡାଇବା ପାଇ ଥିବା ଏଲିଫ୍ଯାଣ୍ଟ ସ୍କାଡ୍ ଏପର୍ଯ୍ୟନ୍ତ ଆସୁନଥିବାରୁ ଲୋକଙ୍କ ପାଖରେ ଅଶାନ୍ତି ଦେଖାଦେଇଛି । ସମସ୍ତ ସରକାରୀ ବାବୁ ଆସିବା ସହିତ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ନିହାର ରଞ୍ଜନ ବେହେରା ଆସି ମୃତକ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ।

ପ୍ରାପ୍ତ ସୁଚନା ଅନୁସାରେ ମୃତ କୃଷକ ଶ୍ରୀରାମ ବିଶ୍ବାଲ ପରିବାରର ଏକମାତ୍ର ରୋଜଗାରକ୍ଷମ ,ତାଙ୍କ ପରିବାରରେ ବିଧବା ମା, ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି ଏବେ ଶ୍ରୀରାମ ଙ୍କ ମୃତ୍ୟୁ ରେ ପରିବାରର ବେସାହରା ହୋଇଯାଇଛନ୍ତି । ମୃତ ଶ୍ରୀରାମ ଙ୍କ ପରିବାରକୁ କ୍ଷତିପୂରଣ ସହିତ ସବୁବେଳେ ଏଲିଫ୍ଯାଣ୍ଟ ସ୍କାଡ୍ ହାତୀ ପଳକୁ ଯଗିରହି କୃଷକମାନଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି  ।

0
0
0
s2sdefault