ହେଡଲାଇନସ୍:

ମୟୂରଭଞ୍ଜରେ ଗଡ଼ିଲା ପୋଷ୍ୟ ସନ୍ତାନ ସଚେତନତା ରଥ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ପୋଷ୍ୟ ସନ୍ତାନ ଗ୍ରହଣ ସପ୍ତାହ ପାଳନ କରାଯାଉଥିବା ଅବସରରେ ମୟୂରଭଞ୍ଜରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଜନ ସଚେତନତା ରଥ ସମସ୍ତ ବ୍ଲକ ଓ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଭ୍ରମଣ କରିବା କାର୍ଯ୍ୟକ୍ରମ ହାତକୁ ନେଇଛି ଏବଂ ଉକ୍ତ ସଚେତନାତା ରଥକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁସୂୟା ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମୀ ରଞ୍ଜନ ସାମନ୍ତରାୟ, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼ା. ଜ୍ଞାନରଞ୍ଜନ ମହାନ୍ତି, ଶିଶୁ ମଙ୍ଗଳ ସମିତି ସଦସ୍ୟ ଜୀବନ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । 

             ସେହିପରି ମୟୂରଭଞ୍ଜ ଜିଲ୍ଲାର ଉପଖଣ୍ଡସ୍ତରରେ ନଭେମ୍ବର ୧୬ରେ ଉଦଳା, ୧୭ରେ କରଞ୍ଜିଆ, ୧୮ରେ ରାଇରଙ୍ଗପୁର ଚିକିତ୍ସାଳୟସ୍ଥିତ ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ଼ ଲାଇନର ମିଳିତ ସହ ଯୋଗରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ରହିଥିବା ଆଇନଗତ ସୁବିଧା ଓ ଅସୁବିଧାର ବିଭିନ୍ନ ଦିଗ ଉପରେ ଜନସଚେତନାତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault