ହେଡଲାଇନସ୍:

ସତରେ : ଠିକାଦାର କଲପ୍ରିଟ, ପିସିଖିଆ ଯନ୍ତ୍ରୀ ଭଦ୍ରଲୋକ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚର୍ଚ୍ଚାରେ ପିଏମଜିଏସବାଇ ମୁଖ୍ୟଯନ୍ତ୍ରୀଙ୍କ ଚିଠି: ଆନ୍ଦୋଳନରତ ଠିକାଦାରଙ୍କୁ କହିଲେ ଅପରାଧି 

 ଉଦବେଗ ପ୍ରକାଶ କଲା  ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘ 

 ଆରଡ଼ି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଏମଜିଏସୱାଇ  ମୁଖ୍ୟଯନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ  

ବାରିପଦା(ଦିଲ୍ଲୀପ ମହାନ୍ତି )- ନିଖିଳ ଓଡ଼ିଶା ଠିକାଦାର ମହାସଙ୍ଘ ଆହ୍ୱାନକ୍ରମେ ବାରିପଦାଠାରେ ନଭେମ୍ବର ପହିଲାରୁ ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ  ଚାଲୁ ରହିଥିବା ବେଳେ ନଭେମ୍ବର ୧୫ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ବିଭିନ୍ନ ରାସ୍ତା ପରିଦର୍ଶନ କରିବା ନିମନ୍ତେ ଷ୍ଟେଟ କ୍ୱାଲିଟି ମନିଟର ଟିମର ସଦସ୍ୟ ଆସି ବାରିପଦାରେ ପହଁଞ୍ଚିଥିଲେ ଏବଂ ଖବର ପାଇ କାର୍ଯ୍ୟବନ୍ଦ ଆନ୍ଦୋଳନ  ଚଳାଇ ଆସିଥିବା ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘର କର୍ମକର୍ତ୍ତା ଓ ସଦସ୍ୟମାନେ ସଦସ୍ୟଙ୍କୁ  ଯୋଡ଼ ହସ୍ତରେ ଫେରିଯିବା ନିମନ୍ତେ ବିନମ୍ର ଅନୁରୋଧ ସେ ଫେରିଯାଇଥିଲେ । ପରବର୍ତ୍ତି ସମୟରେ ଓଡ଼ିଶା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ର ମଉଳି ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା୨୮୮୬୦/୧୫.୧୧.୨୦୧୯ରେ  ବେଆଇନ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ  ଚଳାଇ ରାସ୍ତା ପରିଦର୍ଶନରେ ଯାଇଥିବା ଏସକ୍ୱୁ୍ୟଏମସ ସଦସ୍ୟଙ୍କ କାର୍ଯ୍ୟରେ ବାଧା ପହଁଞ୍ଚାଇଥିବା କାଲପ୍ରିଟଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ  ଗ୍ରହଣ ପାଇଁ ଥାନାରେ ଏଫ୍ଆଇଆର୍ ରୁଜୁ କରାଇବାକୁ ଆରଡ଼ି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ନିର୍ଦ୍ଦେଶନାମା  ଜାରି କରାଯାଇଛି । ଫଳରେ ମୟୂରଭଞ୍ଜ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ  ଚଳାଇ ଆସୁଥିବା ଠିକାଦାର ଆସୋସିଏସନଙ୍କ ବିରୋଦ୍ଧରେ ଓଡ଼ିଶା ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଥିବା ଆଦେଶ ନାମାରେ କାଲପ୍ରିଟ ଶବ୍ଦର ବ୍ୟବହାରକୁ ତୀବ୍ର ବିରୋଧ କରାଯିବା ସାଙ୍ଗକୁ ନିନ୍ଦା ମଧ୍ୟ କରାଯାଇଛି । ଏହାର ପ୍ରତିବାଦରେ ଆଜି ବାରିପଦା ମୁର୍ଗାବାଡ଼ି ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୟୂରଭଞ୍ଜ ଠିକାଦାର ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟମାନେ ଏକତ୍ରିତ ହୋଇ ଓଡ଼ିଶା ରାଜ୍ୟ ପିଏମଜିଏସବାଇ  ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ବରୋଧରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସଂଗେସଂଗେ ତାଙ୍କ କୁଶପୁତ୍ତଳିକା ଦାୟ କରିଥିଲେ । ଏହି ସମୟରେ ସଙ୍ଘର ସଭାପତି ପରେଶ ଚନ୍ଦ୍ର ମହାନ୍ତ,   ସମ୍ପାଦକ ସନ୍ତୋଷ କୁମାର ଖଣ୍ଡେଲୱାଲ, ସହ-ସମ୍ପାଦକ ତରୁଣ ମହାନ୍ତି, ମୁଖପାତ୍ର ସତ୍ୟରଞ୍ଜନ ପଟ୍ଟନାୟକ, ଶିବପ୍ରସାଦ ମହାକୁଡ଼, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ନନ୍ଦ କିଶୋର ବିନ୍ଧାଣି, ସୁବାଷ ଚନ୍ଦ୍ର ମଣ୍ଡଳ, ଶିବ ଶଙ୍କର ସାହୁ, ମହେନ୍ଦ୍ର ସିଂ, ସଞ୍ଜୟ ଅଗ୍ରୱାଲା, ଅରୁଣ ସରକାର, ମଙ୍ଗଲ ଭୌମିକ, ସୁଦାମ ଗିରି, ସଜଲ କୁମାର ମୌଲିକ, ସତ୍ୟେନ୍ଦ୍ର ପ୍ରସାଦ, ଶଙ୍କର କର, ପ୍ରିୟବ୍ରତ ଦାସ, ସ୍ୱରୂପ ମହାପାତ୍ର, ତାପସ ସାହୁ, ରବୀନ୍ଦ୍ର ପାଢ଼ୀ, ତ୍ରିଲୋଚନ ଗିରି, ସନ୍ତୋଷ ସାହୁ, ସୁବ୍ରତ ପାତ୍ର, ସନ୍ଦୀପ ପଲେଇ, ଅଭିଶେକ ବେହେରା, ଅଜୟ ନନ୍ଦ, ଯଶୋବନ୍ତ ସାହୁ, ବିବେକ ବେହେରା, ଦେବାଶିଷ ଦାସ ପ୍ରମୁଖ ସାମିଲ ରହିଥିଲେ । 

 

0
0
0
s2sdefault