ହେଡଲାଇନସ୍:

କଂଗ୍ରେସ ଓ ରାହୁଳ ଗାନ୍ଧୀ କ୍ଷମା ମାଗନ୍ତୁ – ବିଜେପି ଯୁବ ମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  କଂଗ୍ରେସ ପକ୍ଷରୁ ରାଫେଲ ଯୁଦ୍ଧ ବିମାନ କ୍ରୟରେ ଘୋଟାଲା ହୋଇଥିବାର ଅଭିଯୋଗ ଆଣି ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୌକିଦାର ଚୋର ହେ କହି ସିଧାସଳଖ ଭାବେ ଟାର୍ଗେଟ କରି ଆସୁଥିବା ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ପକ୍ଷରୁ ରାଫେଲ ଯୁଦ୍ଧ ବିମାନ କ୍ରୟରେ ବିଜେପିକୁ କ୍ଲିନ ଚିଟ୍ ଦେଇଛି ।  ଫଳରେ କଂଗ୍ରେସ ଓ ରାହୁଳ ଗାନ୍ଧୀ ଲଗାତର ଭାବେ ଲଗାଇ ଆସୁଥିବା ଆରୋପ ମିଥ୍ୟା ବୋଲି ଜନସାଧାରଣରେ ପ୍ରମାଣିତ ହୋଇଯାଇଛି । ରାଫେଲ ଯୁଦ୍ଧ ବିମାନ କିଣାରେ ବିଜେପିକୁ ଉଚ୍ଚତମ ନ୍ୟାୟାଳୟ କ୍ଲିଟ ଚିଟ ଦେବା ପରେ  ସେଥିରୁ ଫାଇଦା ଉଠାଇବା ନିମନ୍ତେ ବିଜେପି  ପାଦେ ଆଗକୁ ଆଗେଇ ଆସିଛି ଏବଂ ବିଜେପିର ଯୁବ ଶାଖା ପକ୍ଷରୁ କଂଗ୍ରେସ ଓ ରାହୁଳ ଗାନ୍ଧୀ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମିଥ୍ୟା ଆରୋପ ଆଣି ବଦନାମ କରିବାକୁ ହୀନ ଉଦ୍ୟମ କରୁଥିବାର ପାଲଟା ଅଭିଯୋଗ ଆଣି ରାହୁଳ ଗାନ୍ଧୀ ଓ କଂଗ୍ରେସ ଦେଶବାସୀଙ୍କ ନିକଟରୁ କ୍ଷମା ମାଗନ୍ତୁ ଦାବି କରିଛି । ଏହିପରିପ୍ରେକ୍ଷୀରେ ବିଜେପିର ଜିଲ୍ଲା ଯୁବ ସଭାପତି କୁମାର ମଙ୍ଗଳମଙ୍କ  ନେତୃତ୍ୱରେ ବାରିପଦା ପୌରପରିଷଦର ଟ୍ରାଫିକ୍ ଛକ ନିକଟରେ  ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିବା ସମୟରେ ଯୁବ ନେତା ଲକ୍ଷ୍ମଣ ତ୍ରିପାଠୀ, ପାୟଲ ରାୟ, ଏସକେ ନାସିରୁଦ୍ଧିନ, ସୋମନାଥ ବେହେରା, ବିଶ୍ୱଜିତ୍ ରଣା, ଶ୍ୟାମପ୍ରସାଦ ବେହେରା, ମନୋଜ କୁମାର ବେହେରା, ଛୁଟୋ ବିନ୍ଧାଣି, ଅବିନାଶ ମହାପାତ୍ର, ସଞ୍ଜୀବ ବେହେରା, କାର୍ତ୍ତିକ ମହାନ୍ତି, ରାମଚନ୍ଦ୍ର ନାୟକ, ନିରଞ୍ଜନ ଦାସ, ବିଜୟ ଦାସ, ଶୋଭାବତୀ ଓତା, ଗାୟତ୍ରି ଦାଶ, ସସ୍ମିତା ପୃଷ୍ଟି, ପ୍ରଦୀପ ପରିଚ୍ଛା, ଆକାଶ ବେହେରା, ସୁମନ ଦାଶ, ବିନୋଦ ସିଂ, ସୁବ୍ରତ ମୁଖୀ, ଅଭିଶେକ ଯାଦବ, ସୁନୀତା ଦାସ ପ୍ରମୁଖ ଶତାଧିକ ବିଜେପିର ନେତା , କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ

 

0
0
0
s2sdefault