ହେଡଲାଇନସ୍:

ଯେତେବେଳେ ଯାହା ସମସ୍ୟା ଦେଖାଦେଉଛି , ସାମ୍ବାଦିକ ମାନେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ଉଚିତ : ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ ଗଣମାଧ୍ୟମ ଦିବସ-୨୦୧୯ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ  ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

  ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେ  ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାଲି ଯୁଗରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆର କ୍ରମ-ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଦ୍ୱାରା ସମାଜ ଓ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହେବାରେ କିଭଳି ସହାୟକ ହୋଇଥାଏ ତାହା କହିଥିଲେ । ଯେତେବେଳେ ଯାହା ସମସ୍ୟା ଦେଖାଦେଉଛି , ସାମ୍ବାଦିକ ମାନେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ଉଚିତ , ଜିଲ୍ଲା ପ୍ରଶାସନ ସହିତ ସାମ୍ବାଦିକ ମାନେ ସମନ୍ବୟ ରକ୍ଷା କରି ସମ୍ବାଦ ପରିବେଷଣ କଲେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି କହିଥିଲେ ।

   ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଯୋଗଦେଇ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବରିଷ୍ଠ  ସାମ୍ବାଦିକ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକ, ସାମ୍ବାଦିକତା ଓ ସମ୍ବାଦ ପରିବେଷଣ ସଜ୍ଞାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

        ବୟୋଜ୍ୟେଷ୍ଠ ସାମ୍ବାଦିକ ନବିନା ନନ୍ଦ ଗନ୍ତାୟତ ଯୋଗଦେଇ ସାମ୍ବାଦିକ ମାନେ ସବୁବେଳେ ସତ୍ୟ , ତଥ୍ୟ ଭିତ୍ତିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ଜିଲ୍ଲା ପ୍ରଶାସନର ନଜରକୁ ଆଣିଲେ ପ୍ରଶାସନିକ ସ୍ତରରେ ତାର ଉଚିତ ସମାଧାନ ହୋଇପାରିବ ବୋଲି କହିଥିଲେ ।

    ସାମ୍ବାଦିକ ପ୍ରଦୀପ କୁମାର ନାୟକ ଯୋଗଦେଇ ସାମ୍ବାଦିକ ମାନେ ସବୁବେଳେ ଧୈର୍ଯ୍ୟର ସହ ତଥ୍ୟ ଆଧାରିତ  ସଠିକ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ । ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ସହରରେ  ଅନେକ ସରକାରୀ କ୍ବାଟର ଜରାଜୀର୍ଣ୍ଣ , ଭଙ୍ଗାରୁଜା ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି , ସେଗୁଡିକରୁ କେତେକ ସାମ୍ବାଦିକ ମାନଙ୍କ ରହିବା ନିମନ୍ତେ ସଦ-ବିନିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

   ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କ ନୈତିକ ନିୟମ ଓ ସମାଜ ପାଇଁ ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।  ସାମ୍ବାଦିକ ଅମିତ ପଟ୍ଟନାୟକ ଯୋଗଦେଇ  ସତ୍ୟତା ଓ ତଥ୍ୟ ଭିତ୍ତିକ ସଠିକ ସମ୍ବାଦ ପରିବେଷଣ କରି ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକଙ୍କ ଠାରେ ପହଞ୍ଚି ପାରିବ ସେ ସମ୍ପର୍କରେ କହିଥିଲେ ।

    ସାମ୍ବାଦିକ ଦିଲୀପ ଶତପଥୀ ଯୋଗଦେଇ  କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ସୁରକ୍ଷା ଯୋଗାଇଦେବା ସହ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର କିଭଳି ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ତାହା କହିଥିଲେ । ସାମ୍ବାଦିକ ଆଦର୍ଶ ଦାସ ଯୋଗଦେଇ ଆଜିର ଦିନରେ ସାମ୍ବାଦିକ ମାନେ  ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା କେତେ କଷ୍ଟ  ଏବଂ ସୁରକ୍ଷା ଓ ଅନ୍ୟାନ୍ୟ ଦୃଷ୍ଟିରୁ କିଭଳି କେତେକଙ୍କୁ ସୁହାଇଲା ଭଳି ସମ୍ବାଦ ପରିବେଷଣ କରିବାକୁ ହୋଇଥାଏ , ତାହା କହିଥିଲେ ।

  ସାମ୍ବାଦିକ ବସନ୍ତ କୁମାର ପଣ୍ଡା , ଭାଗବତ ପାଢ଼ୀ ଏବଂ ରାମ ଗୋବିନ୍ଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସାମ୍ବାଦିକ , ସାମ୍ବାଦିକତା , ସମ୍ବାଦ ପରିବେଷଣ ଓ ପ୍ରକାଶିତ ସମ୍ବାଦ ବିଭିନ୍ନ ସମୟରେ କିଭଳି ସମାଲୋଚନା ହୋଇଥାଏ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

    ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଗ୍ରନ୍ଥାଗାରକ  ଅଚ୍ୟୁତା ନନ୍ଦ ବସ୍ତିଆ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 

 

 

0
0
0
s2sdefault