ହେଡଲାଇନସ୍:

ଜିଲ୍ଲାସ୍ତରୀୟ  ଶିଶୁ ଅଧିକାର ପାଇଁ   ଶପଥ ପାଠ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ହରଭଙ୍ଗା /ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ   ଲୋକ କଳା ବିକାଶ କେନ୍ଦ୍ର ,  ୟୁନିସେଫ୍ ( UNICEF ) , ପିକକ ( PECUC ) , ଓଏସିଆର୍ ( OACR ) ,  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର (OSCPCR ) ମିଳିତ ଆନୁକୁଲ୍ୟରେ ରେ ଲୋକ କଳା ବିକାଶ କେନ୍ଦ୍ର ଠାରେ   ୬ ଜଣ ଶିଶୁ ଗବେଷକ  ରାଧାନଗର୍ , ବାମଣ୍ଡା ଓ ସରସରା ସରପଞ୍ଚଙ୍କ ସମେତ ରଧାନଗର୍ , ଲାଣ୍ଡିବନ୍ଧ , ପିପଲକଟା , ବାମଣ୍ଡା , ତାଳବାହାଲ୍ , ରତନପୁର ଆଦି ୯ଟି ଗ୍ରାମର ବିଦ୍ୟାଳୟ , ଅଙ୍ଗନୱାଡ଼ି ତଥ୍ୟ ସଂଗ୍ରହ କରିଥିଲେ । ସେହିପରି ୧୨-୧୮ ବର୍ଷ ମଧ୍ୟରେ ମୋଟ ୩୨୪ ଜଣ ପିଲା ମଧ୍ୟରୁ   ବାଳକ ୧୨୭  ବାଳିକା  ୧୯୭  ଶିଶୁଙ୍କ ଉପରେ ଜଳ ଓ ସଫେଇ , ପୁଷ୍ଟିସାଧନ , ସୁରକ୍ଷା , ଶିକ୍ଷା , ଇଚ୍ଛା ଓ ଆକାଂକ୍ଷା ଉପରେ ଗବେଷଣା କରିଯାଇଥିବା ତଥ୍ୟ ଉପସ୍ଥାପନ କରିଥିଲେ । ଗବେଷଣା ତଥ୍ୟ କୁ ଭିତ୍ତି କରି ଶିଶୁ ଗବେଷକ ମାନେ ମୁଖ୍ୟ ଅତିଥି  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାକ୍ଷୀଗୋପାଳ ପ୍ରଧାନ , ସମ୍ମାନୀତ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ , ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ , ଏବଂ କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଶ୍ରୀଯୁକ୍ତ ରାଜୀବ କୁମାର ନାୟକ ପ୍ରମୁଖଙ୍କ ଉପସ୍ଥିତି ରେ   ଉପସ୍ଥାପନା  କରିଥିଲେ । ସରକାରୀ ସ୍ତରରେ ଥିବା ଯୋଜନା, ଆଇନ୍ , ଯେଭଳି ସଠିକ୍ ରୂପେ କାର୍ଯ୍ୟକାରୀ ହୋଇ ପାରିବ ତାହା ନିଶ୍ଚିତ କରିବା ସହିତ ଶିଶୁ ହିଂସା , ନିର୍ଯାତନା ଓ ଶୋଷାଣରୁ ଯେମିତି ସୁରକ୍ଷା ପାଇବେ ତାହା ନିଶ୍ଚିତ କରିବା ସହିତ ଶିଶୁ ଶ୍ରମିକ , ବାଲ୍ୟ ବିବାହ ଆଇନ୍ କାର୍ଯ୍ୟକାରୀ ସଠିକ୍ ରୂପେ କରିବୁ ସମସ୍ତଙ୍କୁ ଶିକ୍ଷା , ବିଶୁଦ୍ଧ ପାନୀୟ ଜଳ , ପୁଷ୍ଟିକର ଖାଦ୍ୟ ସହିତ ଉଚ୍ଚ ମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ମିଳିବ ତାହା ନିଶ୍ଚିତ କରିବୁ ବୋଲି ସମସ୍ତେ ଏକ ଶପଥ ପାଠରେ ଦସ୍ତଖତ କରିଥିଲେ ।   ଶିଶୁ ଗବେଷକ ଦେବାଶିଷ ସ୍ୱାଇଁ  ବିଜୟ ବିଶି , ବିଭୂତି ପ୍ରଧାନ , ଲିଜା ଭୋକ୍ତା , ସୁପ୍ରଭା ସିଂ , ଶ୍ରୀମାନ ବେହେରା ସମସ୍ତେ ଉପସ୍ଥିତ ଥିଲେ । ସାମ୍ବାଦିକ ବନ୍ଧୁ , ସରପଞ୍ଚ , ଅଲିଭା ମହାସଂଘ ର ସଭାପତି , ସମ୍ପାଦିକା , କୋଷାଧ୍ୟକ , ଉପ ସଭାପତି , ନେହେରୁ ଯୁବ କେନ୍ଦ୍ର ବୌଦ୍ଧର କର୍ମକର୍ତ୍ତା , ଲୋକ କଳା ବିକାଶ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା  ଉପସ୍ଥିତ ଥିଲେ । ଲୋକ କଳା ବିକାଶ କେନ୍ଦ୍ର ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସଭା ପରିଚାଳନା କରିଥିଲେ ।  ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ତଥା ଶିଶୁ ଗବେଷକଙ୍କ ସାଥି ପ୍ରତାପ ମେହେର ଗବେଷଣାର ଉଦେଶ୍ୟ ଉପରେ ଆଲୋଚନା କରିଥିଲେ ଏବଂ ଏହା ଆଗକୁ ରାଜ୍ୟ ସ୍ତରୀୟ ହେବା କଥା କହିଥିଲେ  ତା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault