ହେଡଲାଇନସ୍:

ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) – ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ସଂସ୍ଥା ସମାବର୍ତନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପ୍ରାକୃତିକ ଖଣିଜ ସମ୍ବଳରେ ଭରପୁର । ଅପାର ସମ୍ଭାବନାର ରାଜ୍ୟ ଓଡିଶା ଗୋଟିଏ ସମୟରେ ଅର୍ଥନୈତିକ କାରବାରର ପେଣ୍ଠସ୍ଥଳୀ ଥିଲା । କିନ୍ତୁ ବର୍ତମାନ ସେପରି ପରିସ୍ଥିତି ନାହିଁ । ପ୍ରକୃତରେ ନୂଆ ଯୁଗର ସମସ୍ୟା ପାଇଁ ସମାଧାନର ନୂଆ ଉପାୟ ଦରକାର । ସେହି ନୂଆ ରାସ୍ତା କେବଳ ନୂଆପିଢିର ଯୁବକମାନେ ଦେଇପାରିବେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି । ଓଡିଶାର ନାଗରିକ ଭାବରେ ଆମମାନଙ୍କୁ ଚିନ୍ତା କରିବା ଉଚିତ ଯେ ଆମର ସବୁଠାରୁ ବଡ ସାମର୍ଥ୍ୟ କଣ? ତା’ ହେଲେ ଯାଇ ଆଧୁନିକ ଓଡିଶାର କାହାଣୀ ଆଧୁନିକ ଭାରତର କାହାଣୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ପରିଶ୍ରମ କରିବା ସହ ଦେଶର ଉନ୍ନତି କରିବା କାମରେ ଲାଗିବା ନେଇ ପରାମର୍ଶ ଦେଇଥିଲେ । ଏହି ସମାବର୍ତନ ଉତ୍ସବ ପାଇଁ ସେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ତଥା ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ  ସହ ଜଡିତ ଅଧ୍ୟାପକ ଏବଂ ଅଧ୍ୟାପିକାବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉଲ୍ଲେଖନୀୟ ଯେ, ସୋଆ ବିଶ୍ୱବିଦ୍ୟାଳୟର ଏହି ୬ଷ୍ଠ  ସମାବର୍ତନ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ବ୍ୟତିତ ଅନ୍ୟାନ୍ୟଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୁଖ ଯୋଗଦେଇଥିଲେ । 

0
0
0
s2sdefault