ହେଡଲାଇନସ୍:

ସମ୍ବାଦକୁ ଶୀଘ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଭ୍ରମାତ୍ମକ ଓ ତର୍ଜମାବିହୀନ ସମ୍ବାଦ ପରିବେଷଣ  ବାଞ୍ଛନୀୟ ନୁହୋଁ': ମନ୍ତ୍ରୀ ରଘୁନନ୍ଦନ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଗଣମାଧ୍ୟମ ହିଁ ସେହି ଲକ୍ଷ୍ମଣରେଖା ନିର୍ଦ୍ଧାରିତ କରିପାରିବ: ସଚିବ ସଞ୍ଜୟ ସିଂ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଏକ ବଳିଷ୍ଠ ଓ ଶକ୍ତିଶାଳୀ ଗଣମାଧ୍ୟମ ସମାଜକୁ ବିକାଶ ପଥରେ ଆଗେଇ ନେଇଥାଏା ସତ୍ୟଶୀଳ, ନିରପେକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ହିଁ ଆମ ଗଣତନ୍ତ୍ରକୁ ଦୃଢ଼ କରିଛିା ଗୋଟିଏ ଦାୟିତ୍ୱବାନ ଗଣମାଧ୍ୟମ ସର୍ବଦା ଜନମତକୁ ଜାଗ୍ରତ କରିବା ସହିତ ଦେଶର ବିକାଶ ଯାତ୍ରାକୁ ପ୍ରୋତ୍ସାହିତ କରିଥାଏ ବୋଲି ସୂଚନା ଓ ଲୋକସଂପର୍କ,ଜଳସଂପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଛନ୍ତିା

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ସମ୍ବାଦକୁ ଶୀଘ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଭ୍ରମାତ୍ମକ ଓ ଉପଯୁକ୍ତ ତର୍ଜମାବିହୀନ ସମ୍ବାଦ ପରିବେଷଣ କରିବା ବାଞ୍ଛନୀୟ ନୁହୋଁ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶନ ନାଗରିକ ଆଦୃତି ଓ ଜନମତ ଜାଗୃତିରେ ସହାୟକ ହେବା ସହିତ ପ୍ରଶାସନ ତଥା ବ୍ୟବସ୍ଥାକୁ ମଧ୍ୟ ଦିଗ୍ଦର୍ଶନ ଦେଇଥାଏା ଗଣମାଧ୍ୟମ ତା'ର ଗୁରୁଦାୟତ୍ୱ ଯଥାର୍ଥ ଭାବରେ ପାଳନ କଲେ ସତ୍ୟ ଜାଣିବା ପାଇଁ ଲୋକଙ୍କ ପାଖରେ ବିଭିନ୍ନ ପଥ ପରିଷ୍କାର ହୋଇଯିବ ବୋଲି ଶ୍ରୀ ଦାସ ଉଲ୍ଲେଖ କରିଥିଲୋ

ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସାମ୍ବାଦିକତା ବୃତ୍ତି ପ୍ରତି ତାଙ୍କର ଅନୁରାଗ ଓ ଅଭିଜ୍ଞତାର ଉଲ୍ଲେଖ କରିବା ସହିତ କହିଥିଲେ ଯେ, ଗଣମାଧ୍ୟମ ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବାବେଳେ ଅନ୍ୟ ତିନି ସ୍ତମ୍ଭର କାର୍ଯ୍ୟକଳାପ ନେଇ ଲକ୍ଷ୍ମଣରେଖା ରହିଛି, କିନ୍ତୁ ଗଣମାଧ୍ୟମ ପାଇଁ ଥିବା ଲକ୍ଷ୍ମଣରେଖା ସଂପର୍କରେ କେଉଁଠାରେ ଉଲ୍ଲେଖ ନାହିାଁ କାରଣ ଗଣମାଧ୍ୟମ ହିଁ ସେହି ଲକ୍ଷ୍ମଣରେଖା ନିର୍ଦ୍ଧାରିତ କରିପାରିବା ପାରମ୍ପରିକ ସାମ୍ବାଦିକତା ପରେ ଏବେ ସବୁ ନାଗରିକ ଜଣେ ସାମ୍ବାଦିକରେ ପରିଣତ ହୋଇଛନ୍ତିା ସାମାଜିକ ଗଣମାଧ୍ୟମର ବିପୁଳ ପ୍ରସାର ହେତୁ ସତ୍ୟକୁ ସାମ୍ନାକୁ ଆଣିବାରେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇ ଶ୍ରୀ ସିଂ ରାଜ୍ୟରେ ୫ "ଟି' ଆଧାରରେ ଗଣମାଧ୍ୟମ ନିମନ୍ତେ ମଧ୍ୟ ତାଙ୍କ ବିଭାଗ ପ୍ରାଥମିକତା ଦେଇଛି ବୋଲି କହିଥିଲୋ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରମୁଖ ବିଷୟଗୁଡ଼ିକୁ ନେଇ ଏକ ଅଭିଲେଖାଗାର ପ୍ରତିଷ୍ଠା ପାଇଁ ପରିକଳ୍ପନା ରହିଛି ବୋଲି ଶ୍ରୀ ସିଂ ସୂଚନା ଦେଇଥିଲୋ

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ ଗଣମାଧ୍ୟମର ସ୍ୱର ଚାପିଦେଲେ ଗଣତନ୍ତ୍ର ସ୍ଥାନରେ ଏକଛତ୍ରବାଦ ସୃଷ୍ଟି ହୁଏା ତେଣୁ ଗଣମାଧ୍ୟମର ଅପବ୍ୟବହାର ଉଚିତ ନୁହୋଁ ଅନୁରୂପ ଭାବରେ ଗଣମାଧ୍ୟମରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା, ଅସତ୍ୟ ଓ କାଳ୍ପନିକ ଖବର ପ୍ରସାରଣ ତଥା ସାମାଜିକ ନ୍ୟାୟ ବିରୋଧୀ ଆଭିମୁଖ୍ୟ ଗଣତନ୍ତ୍ର ଓ ସୁସ୍ଥ ସମାଜ ପ୍ରତି ଶୁଭଙ୍କର ନୁହେଁ  ବୋଲି ଶ୍ରୀ ପଟ୍ଟନାୟକ କହିଥିଲୋ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ଓ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଗଣତନ୍ତ୍ରର ମୂଲ୍ୟବୋଧକୁ ସଂପ୍ରସାରିତ କରିବା ଗଣମାଧ୍ୟମର ପ୍ରମୁଖ ଆଭିମୁଖ୍ୟ ବୋଲି ସେ ପ୍ରକାଶ କରିଥିଲୋ

ଏହି ଅବସରରେ ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ପ୍ରମୁଖ ପ୍ରସଙ୍ଗ "ସମ୍ବାଦ ପରିବେଷଣ-ବ୍ୟାଖ୍ୟାନ: ଏକ ଅଭିଯାନ' ଉପରେ ପୂର୍ବରୁ ଆୟୋଜିତ ଆନ୍ତଃମହାବିଦ୍ୟାଳୟ ଇଂରାଜୀ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲାା ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନପୂର୍ବକ ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ ଓ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଆରୋପ  କରିଥିଲୋ ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁଭାଷ ସୂପକାର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲୋ

ସମ୍ବାଦପତ୍ର ପ୍ରଦର୍ଶନୀ

ଜାତୀୟ ପ୍ରେସ ଦିବସ ଅବସରରେ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛିା ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଦାସ ଏହାକୁ ଉଦ୍ଘାଟନ କରିଥିଲୋ କମିଶନର ତଥା ଶାସନ ସଚିବ ଶ୍ରୀ ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂପକାର, ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ତଥା ବିଭାଗର ଅନ୍ୟ ପଦାଧିକାରୀମାନଙ୍କ ସହିତ ବହୁ ଛାତ୍ରଛାତ୍ରୀ ଓ ନାଗରିକ ଏହା ପରିଦର୍ଶନ କରିଥିଲୋ ଏହି ପ୍ରଦର୍ଶନୀରେ ରାଜ୍ୟର ଗଣମାଧ୍ୟମ ଇତିହାସର ଝଲକ ଦେଖୀବାକୁ ମିଳିଛିା "ଉତ୍କଳ ଦୀପିକା'ଠାରୁ ଆରମ୍ଭ କରି ବର୍ତ୍ତମାନ ରାଜ୍ୟରେ ପ୍ରକାଶିତ ବିଭିନ୍ନ ଦୈନିକ, ପାକ୍ଷିକ, ସାପ୍ତାହିକ ସମ୍ବାଦପତ୍ର ଏବଂ ବିଭିନ୍ନ ପତ୍ରପତି୍ରକା ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛନ୍ତିା

0
0
0
s2sdefault