ହେଡଲାଇନସ୍:

 ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଭାରତ ସ୍ୱାଧିନତା ସଂଗ୍ରାମରେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସ୍ମୃତିଚାରଣ ପାଇଁ ପ୍ରଧାନ ଆଚାର୍ଯ୍ୟ ଭଗବାନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଙ୍କୁଳ ପ୍ରମୁଖ ବୈକୁଣ୍ଠ ବିହାରୀ ମିଶ୍ର ମୂଖ୍ୟଅତିଥ ରୁପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରାତଃ ବନ୍ଦନା କରାଯାଇ ବିଦ୍ୟାମନ୍ଦିର ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଲବର୍ଗର ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୁଶ୍ରୀ ଅଭିପ୍ସା ଷଡଙ୍ଗୀ, କିଶୋର ବର୍ଗରେ ଝୋଟି ପ୍ରତି ଯୋଗିତାରେ ସୈାମ୍ୟାରାଣୀ ପୃଷ୍ଟି ଏବଂ ବକୃତା ପ୍ରତିଯୋଗିତାରେ ୧୦ ଶ୍ରେଣୀ ଛାତ୍ରୀ ସ୍ନିଗ୍ଧା ସୁରଭି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । 

0
0
0
s2sdefault