ହେଡଲାଇନସ୍:

ସିଡ଼ିଏମଓ ଅଫିସର ଭିତିରି କଥା ; ଗାଡି ମରାମତି ଆଳରେ ଏକଲକ୍ଷ ୪୮ହଜାର ଟଙ୍କା ଲୁଟ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ horachand deuria, - ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟକୁ ଦୁର୍ନୀତି ମୁକ୍ତ କରାଯାଇଥିବା କଥା କହୁଥିବା ବେଳେ ଅନ୍ୟପଟେ "ମୋ ସରକାର" ଯୋଜନାର ଶୁଭାରମ୍ଭ କରି ଦୁର୍ନୀତି ଓ ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ିଡ଼ିମ୍ବ ପିଟୁଛନ୍ତି | ହେଲେ ରାଜ୍ୟର ଶେଷ ସୀମାରେ ଥିବା ସୁନ୍ଦରଗଡ଼ ଜିଲାରେ କିନ୍ତୁ ତାର ବ୍ୟତିକ୍ରମ ଦେଖାଦେଇଛି | ଜିଲାରେ ଦିନକୁ ଦିନ ଭିନ୍ନ ଭିନ୍ନ ଦୁର୍ନୀତିର କଥା ପଦାକୁ ଆସୁଥିବା ବେଳେ ଜିଲାରେ ମୋ ସରକାରର କାର୍ଯ୍ୟକାରିତା ନେଇ ସଂଶୟ ସୃଷ୍ଟିହୋଇଛି | ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରୂପେ ରାଜ୍ୟରେ ପରିଗଣିତ ହେଉଥିବା ବେଳେ ଏହି ଜିଲ୍ଲାର ଆଦିବାସୀ ଦଳିତ ବର୍ଗର ଲୋକଙ୍କୁ ଭୁଆଁ ବୁଲାଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଅଧିକାରୀ ମାନେ ଦିନବେଳେ ହରିଲୁଟ ଚଳାଇଥିବାର ଅନେକ ଦୃଷ୍ଟାନ୍ତ ରହିଛି | ହେଲେ ସରକାରୀ ଅଧିକାରୀଙ୍କ ଗାଡି ମରାମତି ଆଳରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଲାପରେ ଜିଲାରେ ଦୁର୍ନୀତିର ଚେର କେତେ ଭିତରକୁ ଲମ୍ବିସାରିଛି ତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଜିଲ୍ଲାର ବୁଦ୍ଧିଯିବି ମହଲ | ଏଭଳି ଦୁର୍ନୀତି କଥା ପ୍ରଘଟ ହେଲାପରେ ରାଜ୍ୟ ରାଜକୋଷ ଲୁଟିବାରେ ସୁନ୍ଦରଗଡ଼ ଜିଲାରେ କାର୍ଯ୍ୟରତ ଅଧିକାରୀ ବେଶ ପାରଙ୍ଗମ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ଉକ୍ତ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲ ଦାବୀ କରିଛନ୍ତି | ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର | ଆଜିକା ଦିନରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଡ଼ାଇରେକ୍ଟର ଥିବା ଡ଼ଃ ଦିଲ୍ଲୀପ ଷଡ଼ଙ୍ଗୀ ଯେଉଁ ସମୟରେ ସୁନ୍ଦରଗଡ଼ ଜିଲ୍ଲାର  ସିଡ଼ିଏମଓ ଥିଲେ ଏବଂ ଡ଼ଃ ପଙ୍କଜ ପଟେଲ ଏଡ଼ିଏମଓ ଥିଲେ ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଡ଼ିଏମଓଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଉଥିବା ସରକାରୀ ଗାଡି ଟାଟା ସଫାରି ଗାଡିଟିକୁ ଖରାଵ ହୋଇଛି ବୋଲି ଦର୍ଶାଇ ଏକଲକ୍ଷ ୪୮ହଜାର ଟଙ୍କା ଖର୍ଚ୍ଚ ଦେଖାଇ ମରାମତି  କରାଯାଇଥିଲା | କିନ୍ତୁ ଗୋଟିଏ ସପ୍ତାହ ମଧ୍ୟ ଗାଡ଼ିଟି ଠିକ ଭାବରେ ଚାଲିନଥିଲା ପୁଣି ଖରାଵ ହୋଇଯାଇଥିଲା ଏବେ ଗାଡ଼ିଟି ରାଉରକେଲାର ଗୋଟାଏ ଗେରେଜରେ ପଡ଼ିରହିଛି ହେଲେ ତାହା ବାଟମାରଣା ନା ଅନ୍ୟକିଛି ବୋଳି ସାଧାରଣରେ ଭିନ୍ନଭିନ୍ନ ଚର୍ଚ୍ଚା ଲାଗିରହିଛି | ପୁଣି ସିଡ଼ିଏମଓଙ୍କ ଡ୍ରାଇଭର ସରକାରୀ କର୍ମଚାରୀ ହୋଇ ସୁଦ୍ଧା ଘରୋଇ ଗାଡିକୁ ଚଳାଉଛନ୍ତି ଏବଂ ସେହି ଗାଡ଼ିଟି ଡ୍ରାଇଭରଙ୍କ ସ୍ତ୍ରୀଙ୍କ ନାମରେ ରହିଛି | ହେଲେ ଏଠି ପ୍ରଶ୍ନଉଠିବା ସ୍ୱାଭାବିକ ଯେ, ଯଦି ଗାଡ଼ିରେ ଏତେଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଗୋଟିଏ ସପ୍ତାହ ଗାଡିଟି ଚାଲିନଥିଲା ଏବଂ ପୁଣି ଖରାଵ ହୋଇଗଲା ତାହେଲେ ଗାଡ଼ିକୁ ମରାମତି କରାନଯାଇ ମରାମତି ଆଳରେ ସମ୍ପୁର୍ଣ୍ଣ ଟଙ୍କାକୁ ବାଟମାରଣା କରାଯାଇନିତ ?  ଏବେ ଏମିତି ପ୍ରଶ୍ନ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି | ଅପରପକ୍ଷରେ ଦେଖିବାକୁ ଗଲେ ଜିଲ୍ଲାରେ କାର୍ଯ୍ୟରତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ନିଜନିଜ ଅଫିସରେ ନିଜ ସ୍ତ୍ରୀ, ଭାଇବନ୍ଧୁ, ପରିବାର ବର୍ଗଙ୍କ ନାମରେ ଗାଡ଼ି ଲଗାଇ ରାଜ୍ୟ ସରକାରଙ୍କ ରାଜ କୋଷରୁ ବାଟମାରଣା କରୁଥିବା ଚର୍ଚ୍ଚା ଜୋର ଧରିଛି | ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗରେ ଲାଗିଥିବା ଅଫିସ ଗଡ଼ିଗୁଡିକୁ ଯାଞ୍ଚ କରାଯାଉ ବୋଲି ସାଧାରଣଜନତା ଦାବୀ କରିଛନ୍ତି | ତାସହିତ ଏହିପରି ଦୁର୍ନୀତି ଖୋର ସରକାରୀ କର୍ମଚାରୀଙ୍କୁ ତୁରନ୍ତ ରାଜ୍ୟ ସରକାର ନିଲମ୍ବିତ କରନ୍ତୁ ବୋଲି ବିଭିନ୍ନ ମହଲରେ  ମତପ୍ରକାଶ ପାଇଛି |

0
0
0
s2sdefault