ହେଡଲାଇନସ୍:

ରାଜ୍ୟ ସ୍ତରୀୟ ସ୍କୁଲ ବ୍ଯାଣ୍ତ ପ୍ରତିଯୋଗିତା ରେ ବାଳିକା ବିଭାଗ : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର-ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍କୁଲ ବ୍ଯାଣ୍ତ ପ୍ରତିଯୋଗିତା ରେ ବାଳିକା ବିଭାଗରୁ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ର ପୂର୍ବାଞ୍ଚଳ ଜୋନ ସ୍ତରକୁ ଉନ୍ନୀତ ହୋଇଛି। ଶିକ୍ଷକ ଗୋପାଳ ଜୀ ପ୍ରସାଦ ପାଣିଗ୍ରାହୀଙ୍କ ପରିଚାଳନା ରେ ପୂଜା, ସ୍ନେହା, ଶିବାନୀ, ପ୍ରତୀକ୍ଷା, ରଚନା, ରଶ୍ମି, ଆଫ୍ରିନ୍, ତନ୍ମୟା, ଭାଦ୍ରବୀ, ସୀମା, ସିଦ୍ଧି, ରଶ୍ମି ମାହାର, ସୁପ୍ରିୟା, ସଗୁପ୍ତା, ମେହେରୁନ୍, ରଶ୍ମି ସୁନା, ସୁରେଖା, ସୁଜିତା, ଆଶା, କୌଶଲ୍ୟା, ଶିବାନୀ ମହାନ୍ତି, ଋତୁ, ରିଙ୍କି, ସଙ୍ଗୀତା, ରଶ୍ମିତା, ରୂପାଲି, ଶାନ୍ତିପ୍ରିୟା, ମେସର, ଶାନ୍ତି ଓ ସୁରେଶ୍ଵରୀ ପ୍ରମୁଖ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ସେବା ଶ୍ରୀ ଭେ।ଇ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଦାଶ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଦିପ୍ତୀପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତରଣୀ ସେନ ଭୋଇ ବ୍ଯାଣ୍ତ ବାଦନ ଅଭ୍ଯାସ କରାଇ ବାରେ ଛାତ୍ରୀ ମାନଙ୍କୁ ବିଶେଷ ସହାୟତା ପ୍ରଦାନ କରିଥିବା ବେଳେ ଶିକ୍ଷକ ଜୀବନା ନନ୍ଦ ସାହୁ, ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ ସହଯୋଗ କରିଥିଲେ।

0
0
0
s2sdefault