ହେଡଲାଇନସ୍:

ଦ୍ୱିତୀୟ ଦିନରେ ବୁଲ୍ ବୁଲ୍ କ୍ଷୟକ୍ଷତିର ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ବାତ୍ୟା ବୁଲ୍ ବୁଲ୍  ଭଦ୍ରକ ଜିଲ୍ଲାରେ ଘଟାଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତକାଲି ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଧାମରା ଅଞ୍ଚଳରେ ବିଭିନ୍ନ ପଞ୍ଚାୟତକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ଆଜି ଧାମରା ପଞ୍ଚାୟତର ନରସିଂହପୁର, ଦୋସିଂଗା ପଞ୍ଚାୟତର ଓରାମାଳ, ସୋମପାତିଆ, ନରସିଂହପ୍ରସାଦ, ଜ୍ୟୋତ୍ସ୍ନାମୟୀ, ଅମରନଗର, ସାବିତ୍ରୀସରାଇ, ପ୍ରଦ୍ୟୋତ ନଗର, ରବୀନ୍ଦ୍ର ନଗର, କଇଥକୋଲା ପଞ୍ଚାୟତର ଜଗନ୍ନାଥପ୍ରସାଦ, ଜାଗୁଳା ପଞ୍ଚାୟତର ଜୟଦୁର୍ଗାପାଟଣା, ପାଇକସାହି, ଡିହାନରସିଂପୁର ପ୍ରଭୃତି ଗ୍ରାମକୁ ଯାଇ କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିବା ସହିତ ଜମିରେ ଫସଲ, ବିଦୁ୍ୟତ୍ ସରବରାହ, ରାସ୍ତାଘାଟ, ଗଛପତ୍ର ଭାଙ୍ଗିଥିବା ସବୁ ଦେଖିଥିଲେ । ଅନୁଧ୍ୟାନକାରୀ ଦଳରେ ଟିମ୍ ଲିଡ଼ର ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସାହେଲ ଘୋଷ ରାୟଙ୍କ ଏବଂ ତାଙ୍କ ଟମି୍କୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ, ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଳାସ୍ତରୀୟ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ କ୍ଷୟକ୍ଷତିର ବିବରଣୀ ପ୍ରଦାନ କରିବା ସହିତ ଟିମ୍ କୁ  କ୍ଷତିଗ୍ରସ୍ତ ଅଞ୍ଚଳ ବୁଲାଇ ଦେଖାଇଥିଲେ । 

0
0
0
s2sdefault