ହେଡଲାଇନସ୍:

୨ ଆନ୍ତଃ ଜିଲ୍ଲା ଲୁଟେରା ଗିରଫ: ଲକ୍ଷାଧିକ ଟଙ୍କାର ସୁନା  ଅଳଙ୍କାର ସହ ବାଇକ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ପୋଲିସ ଏକ ଆନ୍ତଃ ଜିଲ୍ଲା ଛିନତାଇ ଗୃପ ର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଛି। ମୟୂରଭଞ୍ଜ ଏସପି ସ୍ମିଥ ପି ପରମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଗିରଫ ହୋଇଥିବା ଦୁଇ ଲୁଟେରାଙ୍କ ସମେତ ସେମାନଙ୍କ ନିକଟରୁ ନିୟମିତ ଏହି ଲୁଟ ସୁନା କିଣି ବ୍ୟବସାୟ କରୁଥିବା ଜଣେ ସ୍ୱର୍ଣ୍ଣ ଅଳଙ୍କାର ବିକ୍ରେତାଙ୍କୁ ମଧ୍ୟ ପୋଲିସ ଗିରଫ କରି ସେ ମାନଙ୍କ ନିକଟରୁ ଆଠଶହ ଗ୍ରାମରୁ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ନଗଦ ଟଙ୍କା ଏବଂ ଗୋଟିଏ ଗାଡ଼ି ମଧ୍ୟ ଜବତ କରିଛି। ଗତ ୫ ତାରିଖ ମଧ୍ୟାହ୍ନ ସମୟରେ ଉଦଳା ର ନାଗପାଳ ଅଞ୍ଚଳରେ ରାସ୍ତା ରେ ଯାଉଥିବା ସମୟରେ ପଲସର ବାଇକରେ ଆସି ଥିବା ଏହି ଲୁଟେରା ମାନେ ଜଣେ ମହିଳାଙ୍କ ପାଖରୁ ସୁନା ହାର ଛିନତାଇ କରି ଫେରାର ହୋଇଯାଇଥିଲେ। ପରେ ଉଦଳା ପୋଲିସ ଘଟଣାର ତଦନ୍ତ କରି ଏହି ଦୁଇ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।

ଏ ସମ୍ପର୍କରେ ଉଦଳା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିବା ସମୟରେ ବହୁ ମାମଲାର ସଫଳତା ମୟୂରଭଞ୍ଜ ପୋଲିସକୁ ମିଳିଥିଲା ବୋଲି ଏସ ପି ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତ ଲୁଟେରା ହେଲେ ବସ୍ତା ଥାନା ଅର୍ନ୍ତଗତ ହଳଦିପଦା ଅଞ୍ଚଳର ରବିନ୍ଦ୍ର ନାୟକ ଓ ଦୀପକ ଜେନା  ଏବଂ  ସେମାନଙ୍କ ନିକଟରୁ ଚୋରି ସୁନା କିଣୁଥିବା ବ୍ୟବସାୟୀ ମଧ୍ୟ ହେଲେ ବସ୍ତା ଥାନା  ଅର୍ନ୍ତଗତ ହଳଦିପଦା ଅଞ୍ଚଳର ଦୀପକ ଜୁଏଲାରୀ ର ମାଲିକ ଦୀପକ ରଣା। ଏମାନଙ୍କ ନାମରେ ଉଭୟ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ରେ ମୋଟ ୧୫ ଟି ମାମଲା ଥିବା ମୟୂରଭଞ୍ଜ ଏସପି  ସ୍ମିଥ ପି ପରମାର ସୂଚନା ଦେଇଥିଲେ।

0
0
0
s2sdefault