ହେଡଲାଇନସ୍:

ଗଜପତି ଜିଲ୍ଲା ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା-ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଗଜପତି ଜିଲ୍ଲା ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ରକ୍ତଭଣ୍ଡାର ଇନଚାର୍ଜ ଡାଃ . ରାମ ଲକ୍ଷ୍ମୀ , ଗଜପତି ରକ୍ତଦାତା ସ୍ବେଛାସେବୀ ସଂଗଠନର ସଭାପତି -ଜି. ନବୀନ କୁମାର , ଉପ-ସଭାପତି ଏସ. ଋଷି , ସମ୍ପାଦକ ଚନ୍ଦ୍ର ଶେଖର ଓ ସଂଗଠନର ସଦସ୍ୟ ମାନଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଉଦଘାଟିତ ହୋଇଥିଲା । ପାରଳାଖେମୁଣ୍ଡି ସହରକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବକ ମାନେ ଏହି ରକ୍ତଦାନ ରେ ଭାଗ ନେଇଥିଲେ ।

ଏହି ରକ୍ତଦାନ ରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ମୁଖ୍ୟତଃ ପ୍ରତ୍ୟେକ ଦିନ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ ଏହି ସ୍ବେଛାସେବୀ ସଂଗଠନ ପକ୍ଷରୁ ଏହି ରକ୍ତ ସବୁ ଯୋଗାଇ ଦିଆଯାଇଥାଏ ।

ସେହିଭଳି ଗଜପତି ଜିଲ୍ଲାରେ ରକ୍ତାଭାବ ଦୁର-କରିବା ପାଇଁ ଗଜପତି ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ତରରେ ରକ୍ତଦାନ ଏକ ମହତ ଦାନ ସମ୍ପର୍କରେ ଜନ-ସଚେତନତା ସୃଷ୍ଟି କରିବା ସହିତ ଏହିଭଳି ରକ୍ତଦାନ ଶିବିର ସଂଗଠନ ପକ୍ଷରୁ ନିୟମିତ ଭାବରେ ଆୟୋଜନ କରାଯାଇ ଆସୁଅଛି ।

ରକ୍ତଭଣ୍ଡାରର କର୍ମଚାରୀ ଖଗେଶ୍ୱର ବେହେରା ଓ ପ୍ରଦୀପ କୁମାର ମୁଦୁଲି ଅନୁଷ୍ଠିତ ଶିବିରରେ ରକ୍ତ ସଂଗ୍ରହ କରିଥିବା ବେଳେ ସଂଗଠନର ସଦସ୍ୟ ଶିଶିର କୁମାର ଭଞ୍ଜସାମନ୍ତ , ମୋହିନୀ ପ୍ରଧାନ , ଦାଦାନା ପ୍ରଦୀପ , ନବୀନ ଲକୀ , ଅମ୍ବିକା ମହାପାତ୍ର , ରବି କୁମାର , ଦେବେନ୍ଦ୍ର ନାଥ ଜମାଦାର ପ୍ରମୁଖ ଶିବିର ରେ ଉପସ୍ଥିତ ରହି ସଫଳତାର ସହିତ ପରିଚାଳନାରେ ସହଯୋଗ କରିଥିଲେ ।

 

 

 

0
0
0
s2sdefault