ହେଡଲାଇନସ୍:

୨୨ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ପୂଣ୍ୟତିଥି ସମାରୋହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଚିତ୍ରକଳା ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଲେ ଛାତ୍ରଛାତ୍ରୀ

19-02-18-baripada.jpg - 348.81 kB

ବାରିପଦାରୁ ଦିଲ୍ଲୀପ ମହାନ୍ତି - ପ୍ରାତଃସ୍ମରଣୀୟ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ୧୦୬ତମ ପୂଣ୍ୟ ତିଥି ଅବସରରେ ‘ଆମେ ମୟୂରଭଂଜିଆ’ ସଂଗଠନ ପକ୍ଷରୁ ଆୟୋଜିତ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ଏବଂ ବକ୍ତୃତା ପ୍ରତିଯୋଗିତାରେ ବାରିପଦା ପୌରପରିଷଦରେ ରହିଥିବା ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଭିତରେ ମହାରାଜାଙ୍କ ପବିତ୍ର ସ୍ମୃତିକୁ ଉଜାଗର କରିବା ପାଇଁ  ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ପାଠାଗାର(ଜୁବୁଲି ଲାଇବ୍ରେରୀ) ପରିସରରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ଚିତ୍ରକଳା ପ୍ରତିଯୋଗିତାରେ ୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବାବେଳେ ବକ୍ତୃତା ପ୍ରତିଯୋଗିତାରେ ୨୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଉଭୟ ଚିତ୍ରକଳା ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ କନିଷ୍ଠ  ଏବଂ ବରିଷ୍ଠ ଦୁଇଟି ବର୍ଗରେ ଭାଗ କରାଯାଇଥିଲା । ଚିତ୍ରକଳା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପଟ୍ଟଚିତ୍ର ସହ ତାଙ୍କର ଅମରକୃତୀର ସ୍ୱାକ୍ଷରକୁ ରଙ୍ଗତୁଳୀରେ ଚିତ୍ରାୟିତ କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉକ୍ରଳର ଚନ୍ଦ୍ର ଶ୍ରୀରାମ ଚନ୍ଦ୍ର ଶୀର୍ଷକ ଉପରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଚିତ୍ରକଳା ପ୍ରତିଯୋଗିତାର ବିଚାରକ ଭାବେ ଲଗେନ୍ଦ୍ର ମୁର୍ମୁ, ସୋମନାଥ ସିଂହ, ବିନୋଦ ରାମ ଓ ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଡଃ ସୁଶାନ୍ତ କୁମାର ବସା ଏବଂ ଡଃ ଅବନୀ କୁଣ୍ଡୁ ପ୍ରମୁଖ ଯୋଗଦେଇ । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୨ତାରିଖ ସଂଧ୍ୟାରେ ଶହୀଦସ୍ମୃତି ଭବନ ପରିସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ  ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।  ଆଜିର ଏହି ପ୍ରତିଯୋଗିତାକୁ ଆମେ ମୟୂରଭଂଜିଆ ସଂଗଠନର ବରିଷ୍ଠ ସଦସ୍ୟ ସନ୍ତୋଷ ମହାନ୍ତି, ଡଃ ଶ୍ୟାମସୁନ୍ଦର ଦାସ, ନିରୋଜ ସାହୁ, ସୁଧାମୟୀ ଦାସ, ଭାନୁମିତ୍ର ଆଚାର୍ଯ୍ୟ, ଅଙ୍କୁର ଖୁରାନା, ଆଶିଷ ବସା, ତାପସ ପାଢୀ, ଅଭିଷେକ ଯାଦବ, ମୂରଲୀଧର ବେହେରା, ସୌରଭ ବେହେରା, ବରେନ୍ଦ୍ର ମହାନ୍ତି, ଡଃ ତୁଷାରକାନ୍ତି ତ୍ରିପାଠୀ, ଅଜୟ ମିଶ୍ର, ସୁନୀଲ ଜେନା, ମନୋରଂଜନ ମିଶ୍ର ସଂଚାଳନା କରିଥିବା ବେଳେ  ଆମେ ମୟୂରଭଂଜିଆର ଆବାହକ ସଞ୍ଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନା ଯୋଗ୍ୟଯେ, ନବୋକ୍ରଳର ଅନ୍ୟତମ ନିର୍ମାତା ପ୍ରାତଃସ୍ମରଣୀୟ ପୂଣ୍ୟଶ୍ଳୋକ ମୟୂରଭଂଜ ମହାରାଜା ରାଜର୍ଷି ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ୧୦୬ତମ ପୂଣ୍ୟ ତିଥି ସମାରୋହ ଅବସରରେ ସକାଳ ୬ଟା ସମୟରେ ସ୍ଥାନୀୟ କିଚ୍ଚକେଶ୍ୱରୀ ମନ୍ଦିରରୁ “ଗୌରବ ଜ୍ୟୋତି” ଶୋଭାଯାତ୍ରା ବାହାରି ଅମ୍ବିକା ମନ୍ଦିର, ବଡଜଗନ୍ନାଥ ମନ୍ଦିର, ସାତଭଉଣୀ ଛକ, ମଧୁବନ ଛକ, ଦେଇ ରାଣୀସତୀ ମନ୍ଦିର ନିକଟରେ ଥିବା ମହାରାଜାଙ୍କ ପବିତ୍ର ସମାଧିସ୍ଥଳରେ ପହଁଞ୍ଚି ମହାରାଜାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ ପରେ “ଗୌରବ ଜ୍ୟୋତି” କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ୍ ଛକ, ବିଜୁ ପଟ୍ଟନାୟକ ଗୋଲେଇ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଁଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବସଷ୍ଟାଣ୍ଡ, ବାଘଡାରୋଡ, ଦାରୋଗାଡାହି ଦେଇ ତକତପୁର  ଶ୍ରୀରାମଚନ୍ଦ୍ର ବିହାରସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ପହଁଞ୍ଚିି ସେଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି  ।  ଏଥି ସହିତ ଉକ୍ତ ଦିନ ସଂଧ୍ୟାରେ ଶହୀଦସ୍ମୃତି ଭବନରେ ଆୟୋଜିତ ସାଂସ୍କୃତିକ ସଂଧ୍ୟାରେ  ଝୁମର ଏବଂ  ଛଉ ନୃତ୍ୟ ପ୍ରଦର୍ଶିତ ହେବ । ରାଗଧା ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଝୁମର ଗୀତ ଓ ନୃତ୍ୟ ପରିବେଶିତ ହେବ । ସେହିପରି ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ  ଦ୍ୱାରା ଐତିହାସିକ ୱାର ଡ୍ୟାନ୍ସ ଏବଂ ଓ ଦକ୍ଷିଣସାହି ଛଉ ନୃତ୍ୟ ମନ୍ଦିରର କଳାକାରମାନଙ୍କ ଦ୍ୱାରା ମେଘମୟୂରୀ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମୟୂରଭଂଜିଆଙ୍କୁ ସାମିଲ ହେବା ପାଇଁ ଆମେ ମୟୂରଭଂଜିଆ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି ।  

 

 

 

 

 

 

0
0
0
s2sdefault