ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଛାତ୍ର-ଛାତ୍ରୀଙ୍କ ପ୍ରତିଯୋଗୀତା-୨୦୧୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି): ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ନିଦେ୍ର୍ଧଶମତେ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ତତ୍ୱାବଧାନରେ ତା.୧୩.୧୧.୨୦୧୯ ରିଖରେ ଲକ୍ଷ୍ମୀପୋଷି ସ୍ଥିତ ସ୍ୱତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର ଖେଳ ପଡିଆରେ ମୟୂରଭଞ୍ଜ ଜିଲ୍ଲାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଏକ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଉତୋଳନ କରି ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବ ବୋଲି ମତପୋଷଣ କରିଥିଲେ ଓ ପିଲାଙ୍କ ଶୁଭେଚ୍ଛା ପ୍ରଦାନ କରିଥିଲେ । ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ, ଜିଲ୍ଲା କ୍ରୀଡା ଅଧିକାରୀ ଭୋଜରାଜ ମହାପାତ୍ର ଓ ତାଙ୍କ ସହକର୍ମୀ ବୃନ୍ଦ, ସମସ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସାଧାରଣ ବିଦ୍ୟାଳୟର କେତେକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଜିଲ୍ଲାର ବିଭିନ୍ନ ହାଇସ୍କୁଲର ଖେଳ ଶିକ୍ଷକ, ଲକ୍ଷ୍ମୀପୋଷି ସ୍ୱତନ୍ତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ବିଭିନ୍ନ ପ୍ରତିଯୋଗିତାର ପରିଚାଳନା ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିଥିଲେ । ଦିନ ତମାମ ଚାଲିଥିବା ଏହି ପ୍ରତିଯୋଗିତାର ଉଯାପନୀ ସମାରୋହରେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକାକୁ ଅବତରଣ କରି ପ୍ରତିଯୋଗିତାର ସମାପ୍ତି ଘୋଷଣା କରିଥିଲେ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ଆର୍ଥôକ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଏବଂ କ୍ରୀଡା ପ୍ରତିଯୋଗିତା ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

 

0
0
0
s2sdefault