ହେଡଲାଇନସ୍:

ସଞ୍ଜାମୁରାରେ "ମୋ ଗାଁ ରେ ତହସିଲ" କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଆଠମଲ୍ଲିକ/ସନ୍ତୋଷ ମେହେର ): କିଶୋରନଗର ତହସିଲ ଅନ୍ତର୍ଗତ ସଞ୍ଜାମୁରା ଗ୍ରାମପଞ୍ଚାୟତ ସଦରମହକୁମାଠାରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମକୁ ଆଠମଲ୍ଲିକ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ୱାଳ ଉଦଘାଟନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଯୋଜନା ଦ୍ୱାରା ସାଧାରଣ ଲୋକମାନେ ତହସିଲ ସମ୍ବନ୍ଧୀୟ  ସେବା ବହୁତ ସୁବିଧାରେ  ପାଇପାରିବେ ବୋଲି କହିଥିଲେ I କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ ପୌରହିତ୍ୟ କରିଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କିଶୋରନଗର ବ୍ଲକ ଏକାଉଣ୍ଟସ୍ ଅଫିସର ଏଲ.ଏନ୍.ଏସ ରାଜିନ୍ଦ୍ର, ସଞ୍ଜାମୁରା ସରପଞ୍ଚ ମୃତ୍ୟୁଞ୍ଜୟ ପ୍ରଧାନ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ସୁଫଳ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I

ଏହି କାର୍ଯ୍ୟକ୍ରମରେ ୧୮ଜଣ ଙ୍କୁ ବିବିଧ ପ୍ରମାଣ ପତ୍ର, ୧୪ଜଣଙ୍କର ଦାଖଲ ଖବର ଆବେଦନ, ୨ଜଣଙ୍କର ଘରବାରି କିସମ ପରିବର୍ତ୍ତନ, ୪୫ ଜଣଙ୍କର ଭୂମି ବଣ୍ଟୁଆର ପାଇଁ ଆବେଦନ ଗ୍ରହଣ, ୧୬୬ ଜଣଙ୍କର ଘରଡିହ ପାଇଁ ଆବେଦନ ଫର୍ମ  ଗ୍ରହଣ ଏବଂ ୬୨ଜଣଙ୍କ ଖଜଣା ଗ୍ରହଣ କରି ଇ-ପାଉତି ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ୪ଜଣ ଭୂମିହୀନ ହିତାଧିକାରୀଙ୍କୁ ଘରଡିହ ପ୍ରଦାନ କରିଥିଲେ I ଏଥି ସହିତ ସଞ୍ଜାମୁରା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ନିର୍ଭୟ କୁମାର ପ୍ରଧାନ, କିଶୋରନଗର ତହସିଲ ବିଭାଗୀୟ ଅଧିକାରୀ ଅଭିରାମ ସାଏ, ରାଜସ୍ବ ନିରୀକ୍ଷକ ଶୁଭଶ୍ରୀ ପ୍ରିୟଦର୍ଶୀନି, ସୁନିତା ସାହୁ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ସେବା ପ୍ରଦାନ କରିଥିଲେ I ସୂଚନା ଥାଉ କି ଏହିଭଳି କାର୍ଯ୍ୟକ୍ରମ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ତହସିଲଦାର ଡଃ ସାହୁ ସୂଚନା ପ୍ରଧାନ କରିଥିଲେ ।

0
0
0
s2sdefault