ହେଡଲାଇନସ୍:

୧୦୮ ଆମ୍ବୁଲାନ୍ସ ମାନେ "ନୋ ଡାଉଟ, ନୋ ଚେକିଂ" : ମଦ ପିଅ କି ଗଂଜେଇ ନିଅ !!!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଆମ୍ବୁଲାନ୍ସରେ ଡ୍ରାଇଭର ଓ ଫାର୍ମାସିଷ୍ଟ ପୁରା ନାଲି :ଭଗବାନଙ୍କ ଭରସାରେ ରୋଗୀ

ବାରିପଦା(ଦିଲ୍ଲୀପ ମହାନ୍ତି)- ସାଧାରଣତଃ ୧୦୮ ଆମ୍ବୁଲାନ୍ସ ଦେଖିଲେ ଯେ କେହି ମାନବିକତା ଦୃଷ୍ଟିରୁ ବାଟ କ୍ଲିୟର କରିଦେବ | ସେ ଗାଡିକୁ ଚେକିଂ କରିବା ତା ଦୂରର କଥା ସାଇରନ ଦେଇ ଗଲାବେଳେ ପୋଲିସ ବି ତା ପାଇଁ ବାଟ କ୍ଲିୟର କରିଦେବ | ହେଲେ ତା ଭିତରେ ଏତେ କେଳେଙ୍କାରୀ ହବ ବୋଲି କିଏ ବି ବିଶ୍ୱାସ କରିବ ! ଆଗରୁ ନିର୍ବାଚନବେଳେ ୧୦୮ ଆମ୍ବୁଲାନ୍ସରେ ଟଙ୍କା ବୁହା ହେଉଥିବା ଅଭିଯୋଗ ବି ହୋଇଥିଲା | ହେଲେ ଭଗବାନ ଜାନେ | କିନ୍ତୁ ଗତକାଲି ଏମିତି ଘଟଣା ଘଟିଛି ଯାହା କି ୧୦୮ ଯାତ୍ରାର ବିଶ୍ୱସନୀୟତାକୁ ନେଇ ସନ୍ଦେହ ସୃଷ୍ଟି କରିଛି | ଏଭଳି ହେଲେ ରୋଗୀ ଡାକ୍ତରଖାନାରେ ପହଂଚି ପାରିବ କି ନାହିଁ ସନ୍ଦେହ |

ଏପଟେ ସରକାରୀ  ଯୋଜନାର ସଫଳ ରୂପାୟନ ସହ ପ୍ରଶାସନର ସ୍ପନ୍ଦନ ସାଧାରଣରେ ପ୍ରତିଫଳିତ କରାଇବାର ମହତ୍ ଉଦ୍ଦେଶ୍ୟ  ନେଇ ମୁଖ୍ୟମନ୍ତ୍ରୀ ନବୀନ ଆରମ୍ଭ କରିଛନ୍ତି ମୋ ସରକାର କାର୍ଯ୍ୟକ୍ରମ । ପ୍ରଶାସନକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରୀୟାଶୀଳ କରିବା ସଂଗେସଂଗେ ଅଧିକ ଉତ୍ତରଦାୟୀ ଓ ଜନତାଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପରାମର୍ଶ ଦେଇଛନ୍ତି । ଏଥି ସହିତ ୫ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରୁଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାରେ ଏହାର ବ୍ୟତୀକ୍ରମ ପରିଲକ୍ଷିତ ହୋଇଛି ।

               ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ଅଞ୍ଚଳରେ ସୁରମା ରଣା ହଠାତ୍ ଅସୁସ୍ଥ ହୋଇପଡ଼ିବା ଫଳରେ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବୈଶିଙ୍ଗା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ ଚିକିତ୍ସା କରୁଥିବା ଡ଼ାକ୍ତର ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ୧୦୮ ଆମ୍ବୁଲାନ୍ସକୁ କଲ କରାଯାଇଥିଲା ଏବଂ ସାଢେ଼ ୩  ଘଣ୍ଟା ଅପେକ୍ଷା କରିବା ପରେ ଅପରାହ୍ନ ପ୍ରାୟ ଅଢେ଼ଇ ସମୟରେ ଓଡ଼ି ୦୨ ଜେ ୫୦୭୯ ନମ୍ବର ବିଶିଷ୍ଟ ୧୦୮ ଆମ୍ବୁଲାନ୍ସ ଆସି ବୈଶିଙ୍ଗା ହସପିଟାଲରେ ପହଁଞ୍ଚିଥିଲା । ଏହି ସମୟରେ ରୋଗୀର ପରିବାରର ସଦସ୍ୟମାନେ ୧୦୮ ଆମ୍ବୁଲାନ୍ସ ଚାଳକ ସୁନୀଲ କୁମାର ପାତ୍ର ସହ ଗାଡ଼ିରେ ଥିବା ଫାର୍ମାସିଷ୍ଟ ବାରିପଦା ପୌରପରିଷଦର ୱାଡର଼୍ ନଂ-୨୬ର ତୁଫାନ କୁମାର ମହାନ୍ତଙ୍କ ଅବସ୍ଥା ଦେଖି ହତବାକ୍ ହୋଇପଡ଼ିଥିଲେ । ଉଭୟ ଆକଣ୍ଠ ମଦପାନ କରିଥିବା କାରଣରୁ ନିଜର ଭାରସାମ୍ୟ ରକ୍ଷା କରିବାରେ ବିଫଳ ହୋଇଥିଲେ । ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କର ଏହି ମାତାଲି ଅବସ୍ଥା ଦେଖି ପରିବାରର ସଦସ୍ୟମାନେ ଭୟଭିତ ହୋଇ ପଡ଼ି ଏକ ଘରୋଇ ଗାଡ଼ି ଭଡ଼ା କରି ବାରିପଦା ମେଡ଼ିକାଲକୁ ରୋଗୀ ଆଣିବା ନିମନ୍ତେ ବାଧ୍ୟ ହୋଇଥିଲେ । ମାତ୍ର ଘୋଡ଼ା ମାତାଲ ଅବସ୍ଥାରେ ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟ ରୋଗୀଙ୍କୁ ନେବା ନିମନ୍ତେ ସାଢେ଼ ୩ ଘଣ୍ଟା ବିଳମ୍ବରେ ଆସି ପହଁଞ୍ଚିଥିବାର ଜାଣିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ବୈଶିଙ୍ଗା ଥାନା ପୁଲିସ ହସପିଟାଲରେ ପହଁଞ୍ଚି ଘଟଣା ଉପରେ ଅବଗତ ହୋଇଥିଲେ । କିନ୍ତୁ ଆମଆଦମୀ ମଦ ପିଇ ଗାଡ଼ି ଚଳାଉଥିଲେ ସେମାନଙ୍କୁ ଗିରଫ କରାଯାଉଥିବା ବେଳେ ସରକାରୀ ଆମ୍ବୁଲାନ୍ସର ମାତାଲି ଚାଳକକୁ ମାଫ କରାଯିବା ପୁଲିସର  ସ୍ୱଚ୍ଛତା ସହ ହସପିଟାଲ କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ଜନସାଧାରଣ । ଏଥି ସହିତ ଏକ  ଗଣମାଧ୍ୟମର ପ୍ରତିନିଧି ରାଧାଶ୍ୟମା ପ୍ରଧାନଙ୍କ ହସ୍ତକ୍ଷେପ ପରେ ବୈଶିଙ୍ଗା ହସପିଟାଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଥାନାରେ ଆମ୍ବୁଲାନ୍ସ ଚାଳକ ସୁନୀଲ କୁମାର ପାତ୍ର ସହ ଗାଡ଼ିରେ ଥିବା ଫାର୍ମାସିଷ୍ଟ ତୁଫାନ କୁମାର ମହାନ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଥିବାର ନିର୍ଭରେଯାଗ୍ୟ ସୂତ୍ରରୁ ଜଣାପଡ଼ିଛି । ତେବେ ରୋଗୀଙ୍କୁ ନିରାପଦ ଏବଂ ମାଗଣାରେ ହସପିଟାଲରେ ପହଁଞ୍ଚାଇବା ନିମନ୍ତେ ସରକାର ଯୋଗାଇ ଦେଇଥିବା ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟ ଯଦି ଘୋଡ଼ା ମାତାଲି ହୁଅନ୍ତି, ତେବେ ରୋଗୀଙ୍କୁ କେବଳ ଭଗବାନ ସାହା ଭରସା ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । 

0
0
0
s2sdefault