ହେଡଲାଇନସ୍:

  ଓଡଗାଁର ବିଭିନ୍ନ ବିଦ୍ୟାଳୟରେ ଶିଶୁଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ହେଉଛି ୧୩୦ ଜୟନ୍ତି । କୋମଳମତି ଶିଶୁମାନେ ଭବିଶ୍ୟତ ଭାରତର ଭାଗ୍ୟ ବିଧାତା । ସେମାନଙ୍କର ସୁରକ୍ଷା, ସମୃଦ୍ଧି ପାଇଁ ସମସ୍ତେ ଯତ୍ନବାନ  ହେବା ଉଚିତ । ତେଣୁ ନିଜର ଜନ୍ମଦିନକୁ ଶିଶୁଦିବସ ରୁପେ ପାଲନ କରିବା ପାଇଁ ସେ କହିଥିଲେ । ଓଡଗାଁ ରାଧାକାନ୍ତ ବାଳିକା ଉଚ୍ଛ ବିଦ୍ୟାଳୟ, ରଘୁନାଥ ବିଦ୍ୟାପିଠ, ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀ ଓ ଓଡଗାଁ, ସାକେରୀ, କୋମଣ୍ଡ ହାଇସ୍କୁଲ, ଡୋଣ୍ଡର ଉର୍ଣ୍ଣିତ ଉପ୍ରା ବିଦ୍ୟାଳୟ ଆଦି ବିଭିନ୍ନ ସ୍କୁଳମାନଙ୍କରେ ମହାସମାରୋହରେ ପାଳିତ ହୋଇଥିଲା ।ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥରବା ପ୍ରତିଯୋଗି ମାନଙ୍କୁ ପୁରସ୍କାର ସହିତ ସମସ୍ତ ଶିଶୁମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।

0
0
0
s2sdefault