ହେଡଲାଇନସ୍:

ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାହା ସ୍ୱାର୍ଥରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ବୁଢିପାଲି ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଭଡାରେ ଦିଆଯାଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଲୋକ ମାନଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ପଞ୍ଚାୟତରେ ତାହାର ବିପରୀତ ପରିଲଖିତ ହେବାର ଦେଖା ଦେଇଛି । ରାଜିବ ଗାନ୍ଧୀ ସେବା କେନ୍ଦ୍ର ପଞ୍ଚାୟତବାସୀ ଙ୍କର ବିଭିନ୍ନ ସଭା କାର୍ଯ୍ୟ ତଥା ତାଲିମ ଜରିଆରେ ମନରେଗା ଶ୍ରମିକ ମାନଙ୍କର ଅଭିଜ୍ଞତା ବୃଦ୍ଧି ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ତାହା ଉଦେ୍ଧଶ୍ୟାଭିମୁଖି ହୋଇପଡିଛି । ସୂଚନା ଅନୁସାରେ ବୁଢିପାଲି ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ରାସ୍ତା ନିର୍ମାଣ କରୁଥିବା ଏକ ଠିକା ସଂସ୍ଥା କୁ ଭଡା ସୂତ୍ରରେ ଦିଆଯାଇଥିବାର ଅଭିଯୋଗ ହୋଇଛି । ସେବା କେନ୍ଦ୍ରର ପରିସରରେ ଗୋଡି, ବାଲି, ଲୁହା ଛଡ, ଆଦି ପଡି ରହିଛି । ସେବା କେନ୍ଦ୍ରରେ ଠିକା କମ୍ପାନି ନିଜର କ୍ୟାମ୍ପ ତିଆରି କରିଛି ଓ ସେଠାରେ କମ୍ପାନିର ଲୋକ ମାନେ ରନ୍ଧାବଢା କରିବା ସଙ୍ଗେ ସଙ୍ଗେ ରହୁଛନ୍ତି । ଯାହା ପାଇଁ ଉକ୍ତ ପରିସରଟି ଅସ୍ୱଚ୍ଛ ହୋଇପଡିଛି । ଏନେଇ ପଞ୍ଚାୟତ ଇ.ଓ ସହଶ୍ରାଂସୁ ମିଶ୍ର ଙ୍କୁ ପଚାରିବାରୁ ସେବା କେନ୍ଦ୍ରଟି କୌଣସି  କାର୍ଯ୍ୟରେ ଲାଗୁ ନ ଥିଲା | ତେଣୁ ଆମେ  ପଞ୍ଚାୟତ ପାଇଁ ଫଣ୍ଡ୍ ବୃଦ୍ଧି କରିବା ନିମନ୍ତେ ସେବା କେନ୍ଦ୍ରକୁ ଭଡା ସୂତ୍ରରେ ଦେଇଛୁ ଏବଂ ଲିଖିତ ଆକାରରେ  ନୂଆପଡା ବିଡିଓ ଙ୍କୁ ଜଣେଇଛୁ  ବୋଲି କହିଥିଲେ । ପଞ୍ଚାୟତବାସୀ ଙ୍କ ସେବା ନିମେନ୍ତେ ନିର୍ମିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଭଡା ଆକାରରେ ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ଚର୍ଚାର ବିଷୟ ପାଲଟିଛି ।  

0
0
0
s2sdefault