ହେଡଲାଇନସ୍:

 ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ଶିଶୁ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲ ପରିଚାଲନା କମିଟି ତରଫରୁ ସ୍କୁଲର କୁନ କୁନି ପିିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ନେହେରୁଙ୍କ ଜୟନ୍ତି ଅବସରରେ ଏକ ବାର୍ଥଡେ କେକ କାଟି ଜୟନ୍ତି ମନାଇଥିଲେ । ସ୍କୁଲର ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ସଂଘମିତ୍ରା ଶର୍ମା, ଶିକ୍ଷୟତ୍ରୀ ଶୁଭଶ୍ରୀ ସାହୁ ପ୍ରମୁଖ ପଣ୍ଡିତ ନେହେରୁ ଙ୍କ ଜୀବନୀ ଏବଂ କାର୍ଯ୍ୟଶୈଲି ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଶିଶୁ ଦିବସର ଉଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ କୁନି କୁନି ପିଲାଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା ।

0
0
0
s2sdefault