ହେଡଲାଇନସ୍:

ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟରେ  ପରିବେଶ ସଚେତନତା କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟ କୁରାଳରେ ପରବେଶ ସଚେତନତାଏ କର୍ମଶାଳା ଅନୁÂିତ ହୋଇଯାଇଛି । ନୟାଗଡ ଜିଲ୍ଲା ଗଛସାର ଭାବେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ଦ୍ୱାରା ଆୟୋଜିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହି କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  କର୍ମଶାଳାରେ ଅନୁଷ୍ଠାନର ଜାତୀୟ  ସେବା ଯୋଜନା ଅନ୍ତର୍ଗତ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପରିବେଷକୁ ସବୁଜ ମୟ ତଥା ସୁରକ୍ଷିତ ରଖିବା ପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରେଣୁବାଳା ସୁବଦ୍ଧିି, ସୁକାନ୍ତ ଚୈାଧୁରୀ, ଗନ୍ଧର୍ବ ପ୍ରଧାନ, ଶୁସମା ମଞ୍ଜରୀ ପାଣୀଗ୍ରାହୀ ସର୍ବୋପରି ଯାତୀୟ ସେବା ଯୋଜନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ ପରିବେଶ ପ୍ରତି ଯତ୍ନଶିଳ ହେବା ପାଇଁ  ପରାମର୍ଶ ଦେଇଥଲେ । ଅଧ୍ୟାପକ ବିଜୟାନନ୍ଦ ଶତପଥି କାର୍ଯ୍ୟକ୍ରମ ସଞ୍ଜୋଜନା କରିଥିଲେ । 

 

  

 

0
0
0
s2sdefault