ହେଡଲାଇନସ୍:

ମ୍ୟାଟ୍ରିକ ପରୀକ୍ଷା ଫେବୃଆରୀ ୨୩ରୁ, ମୟୂରଭଞ୍ଜରେ ୧୭୩ ପରୀକ୍ଷା କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

       ପରୀକ୍ଷାରେ ବସିବେ  ୩୯ ହଜାର ୫୮ ଛାତ୍ରୀଛାତ୍ର 

ବାରିପଦାରୁ ଦିଲୀପ ମହାନ୍ତି - ଓଡ଼ିଶା ମାଧ୍ୟମିକ ଶିକ୍ଷାପରିଷଦ ଆନୁକୂଲ୍ୟରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୧୮ ଚଳିତ ଫେବୃଆରୀ ୨୩ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ମୟୂରଭଞ୍ଜ ଜିଲାରେ ଥିବା ୬୦୩ଟି ହାଇସ୍କୁଲର  ୩୫ ହଜାର ୫୨୦ ରେଗୁଲାର ଓ ୨ ହଜାର ୬୮୯ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ୧୬୮ଗୋଟି ପରୀକ୍ଷା କେନ୍ଦ୍ର ମାଧ୍ୟମରେ ପରୀକ୍ଷା ଦେଉଥିବାର ଜଣାପଡ଼ିଛି । ସେହିପରି ଜିଲାର ବିଜାତୋଳା, ଉଦଳାର ନାଗପାଳ, ବାରିପଦା ପୌରପରିଷଦର ଭଞ୍ଜପୁର, ବରକନ୍ଦର ଲକ୍ଷ୍ମୀନାରାୟଣ ଓ ଯଶୀପୁରର ସିଙ୍ଗାରପୁର ଏସଏସଡ଼ି ସରକାରୀ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ(ଏସଓଏସସି) ପରୀକ୍ଷା ଦେଉଥିବା  ୮୪୯ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ୪୫୩ ଜଣ ଫ୍ରେସ ଓ ୩୯୬ ଜଣ ବ୍ୟାକ୍ ପରୀକ୍ଷାର୍ଥୀ ରହିଛନ୍ତି । ଏଥି ସହିତ ମ୍ୟାଟ୍ରିକ୍ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ପରୀକ୍ଷା ମଧ୍ୟ ହେଉଅଛି ଓ ଜିଲାରେ ଏକମାତ୍ର ପରୀକ୍ଷା କେନ୍ଦ୍ର ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମୋଟ ୩୯୬ ଜଣ ସଂସ୍କୃତ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷାରେ ବସିବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଜିଲାର ଭୌଗୋଳିକ ଅବସ୍ଥିତି ସହିତ ୧୭୩ଟି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରଶ୍ନପତ୍ରଗୁଡ଼ିକୁ ସୁଚାରୁ ଭାବେ ନିର୍ଦ୍ଧାରିତ ସମୟରେ ପହଁଞ୍ଚାଇ ଦେବା ନିମନ୍ତେ ୧୬ଟି ନୋଡ଼ାଲ କେନ୍ଦ୍ର ଖୋଲାଯାଇଛି ଏବଂ ମୋରଡ଼ାର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ , ବେତନଟୀର ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାଙ୍ଗିରିପୋଷି  ଉଚ୍ଚ ବିଦ୍ୟାଳୟ, ବହଳଦା ଉଚ୍ଚ ବିଦ୍ୟାଳୟ ଓ ରାଇରଙ୍ଗପୁର ସରକାରୀ ବଙ୍କଳ ଉଚ୍ଚ ବିଦ୍ୟାଳୟ ଏହିପରି ୫ଟି ନୋଡ଼ାଲ କେନ୍ଦ୍ରଗୁଡ଼ିକରୁ ଦୁଇଟି ଗାଡ଼ିରେ ଏବଂ ବାରିପଦା ଏମକେସି ହାଇସ୍କୁଲ, ଶୁଳିଆପଦା ଉଚ୍ଚ ବିଦ୍ୟାଳୟ, ବଡ଼ସାହି ଉଚ୍ଚ ବିଦ୍ୟାଳୟ, ଖୁଣ୍ଟା ଉଚ୍ଚ ବିଦ୍ୟାଳୟ, ଉଦଳା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, କପ୍ତିପଦା ଉଚ୍ଚ ବିଦ୍ୟାଳୟ, ବିଶୋଇ ଉଚ୍ଚ ବିଦ୍ୟାଳୟ, ଯଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ରରୁଆଁ ଉଚ୍ଚ ବିଦ୍ୟାଳୟ, କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ଓ ଠାକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ଆଦି ପ୍ରତ୍ୟେକ ନୋଡ଼ାଲ କେନ୍ଦ୍ରରୁ ଗୋଟାଏ ଏହିପରି ୨୧ଟି ସ୍ୱତନ୍ତ୍ର ଯାନ ମାଧ୍ୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଆରମ୍ଭର ପୂର୍ବ ଦିନରେ ନିର୍ଦ୍ଧାରିତ ପ୍ରଶ୍ନପତ୍ରଗୁଡ଼ିକୁ ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଁଞ୍ଚାଇ ଦେବାର ବ୍ୟବସ୍ଥା କରାଯାଇଛି । ସେହିପରି ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତାଗୁଡ଼ିକୁ ନୋଡ଼ାଲ କେନ୍ଦ୍ର ସଂଗ୍ରହ କରି ପରବର୍ତ୍ତି ସମୟରେ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ମ୍ୟାଟ୍ରିକ ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଜାରି କରାଯାଇଥିବା ବିଜ୍ଞାପ୍ତି ଅନୁସାରେ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ସାଢେ଼ ୧୧ଟା ପର୍ଯ୍ୟନ୍ତ ଚାଲୁ ରହୁଥିବା ସମୟରେ ପରୀକ୍ଷା ଆରମ୍ଭ ଦିନ ସମସ୍ତ ପରୀକ୍ଷାର୍ଥୀ ପୂର୍ବାହ୍ନ ୮.୧୫ ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି । ୨୦୧୮ ମ୍ୟାଟ୍ରିକ ପରୀକ୍ଷାକୁ ମୟୂରଭଞ୍ଜ ଜିଲାରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଛି । ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ତାଲିମ ଶିବିର ଆୟୋଜନ ମାଧ୍ୟମରେ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ସ୍ୱତନ୍ତ୍ର ତାଲିମ ଯୋଗାଇ ଦିଆଯାଇଛି ଏବଂ ପରୀକ୍ଷାରେ କପିକୁ ରୋକିବା ନିମନ୍ତେ ତ୍ରିସ୍ତରୀୟ ସ୍କ୍ୱାଡର଼୍ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସ୍କ୍ୱାଡର଼୍ରେ ଜଣେ ଲେଖାଏଁ ଅଧ୍ୟାପକ ସଦସ୍ୟ ରହିଛନ୍ତି । ପୁଣି ଚଳିତ ବର୍ଷ ପ୍ରଥମ ଥର ନିମନ୍ତେ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲାର ୧୭୩ଟି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ସରକାରୀ ଅଧିକାରୀ ଦାୟିତ୍ୱରେ ରଖାଯାଇଅଛି । ଏଥି ସହିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୋଟାଏ ସ୍କ୍ୱାଡର଼୍ ଓ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୩ଟି ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ବ୍ୟବସ୍ଥା ରହିଥିବାର ଜଣାପଡ଼ିଛି ।

                ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ନିଦେ୍ର୍ଧଶକୁ ଅଣଦେଖା ପ୍ରଦର୍ଶନ କରାଯାଇଥିବାର ଅଭିଯୋଗ ହୋଇଛି । ୫ କିମି ପରିଧି ମଧ୍ୟରେ ପରୀକ୍ଷା କେନ୍ଦ୍ର କରାଯିବା ନିମନ୍ତେ ନିଦେ୍ର୍ଧଶ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । କେତେକ ପରୀକ୍ଷା କେନ୍ଦ୍ରକୁ ଆବଶ୍ୟକୀୟ ଭିତ୍ତଭୂମି ରହିଥିଲେ ମଧ୍ୟ ବାଦ ଦିଆ ଯାଇଥିବା ବେଳେ ଆବଶ୍ୟକୀୟ ଭିତ୍ତଭୂମି ନ ଥିବା କେତେକ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଯାହା ପରୀକ୍ଷା କେନ୍ଦ୍ର ଫିକ୍ସିଂ ଦିଗକୁ ଅଙ୍ଗୁଳି ନିଦେ୍ର୍ଧଶ କରାଉଛି । ପୁଣି ସର୍ବନିମ୍ନ ୧୫୦ ପରୀକ୍ଷାର୍ଥୀମାନଙ୍କୁ ନେଇ ଗୋଟାଏ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯିବା ନିମନ୍ତେ ନିୟମକୁ କାର୍ଯ୍ୟକାରୀ କରାଯାଇ ନ ଥିବାର ଜଣାପଡ଼ିଛି । ତେଣୁ ତ୍ରିସ୍ତରୀୟ ସ୍କ୍ୱାଡର଼୍ ଓ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ଜିଲାରେ ମ୍ୟାଟ୍ରିକ ପରୀକ୍ଷାକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବାରେ କେତେଦୂର ସଫଳ ହେବେ ତାହା ପରବର୍ତ୍ତି ସମୟରୁ ଜଣାପଡ଼ିବ ।

0
0
0
s2sdefault