ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ମହକ-୨୦୧୯'

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଶୈଶବର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଶିଶୁର ଶାରୀରିକ, ମାନସିକ ତଥା ସୃଜନାତ୍ମକ ବିକାଶା ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛିା ଏହି ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଦିଗରେ "ମହକ' ଏକ ସଫଳ ପ୍ରୟାସ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତପ୍ରକାଶ କରିଛନ୍ତିା
ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ମହକ-୨୦୧୯'କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ନାନା ସାମାଜିକ ଏବଂ ପାରିପାଶ୍ୱର୍କ କାରଣରୁ ପରିବାରଠାରୁ ଦୂରେଇ ଯାଉଥିବା ଶିଶୁମାନଙ୍କ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରିବା ଦିଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ସମଗ୍ର ରାଜ୍ୟରେ ୨୪୮ଟି ଶିଶୁ ଯତ୍ନ ଅନୁଷ୍ଠାନ କାର୍ଯ୍ୟ କରୁଛିା ଏହି ଅନୁଷ୍ଠାନଗୁଡ଼ିକରେ ପ୍ରାୟ ୧୦ ହଜାରରୁ ଉର୍ଧ୍ଵ ଅନ୍ତେବାସୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ସହ ସେମାନଙ୍କୁ ଉପଯୁକ୍ତ ପୋଷଣ ଏବଂ ଥଇଥାନ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତିା ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ପ୍ରତିଭାସଂପନ୍ନା ସେମାନଙ୍କର ସୃଜନାତ୍ମକ ବିକାଶ ନିମନ୍ତେ ପ୍ରତ୍ୟେକ ବର୍ଷ ଆୟୋଜିତ "ମହକ' ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛିା
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ-ଶିଶୁମାନେ ହେଉଛନ୍ତି Cଶ୍ୱରଙ୍କର ସୁନ୍ଦର ସୃଷ୍ଟିା ସେମାନଙ୍କୁ ମଣିଷ କରିବା ପାଇଁ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛିା ଅନ୍ୟତମ ସମ୍ମାନିତ ଅତିଥି , ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଏମ ଅବସ୍ତି ଶିଶୁମାନଙ୍କୁ ଶୁଭକାମନା ଜଣାଇବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ବିକାଶ ହେବା ଆବଶ୍ୟକ ବୋଲି ମତପୋଷଣ କରିଥିଲୋ
ଏହି ଉତ୍ସବରେ ବିଭାଗର ଯୁଗ୍ମ ସଚିବ ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲୋ ଏଠାରେ ସୂଚନାଯୋଗ୍ୟ ଯେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କର ପ୍ରତିଭାର ବିକାଶ ଓ ସମ୍ବର୍ଦ୍ଧନା ପାଇଁ ତ୍ରିସ୍ତରୀୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲାା ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ "ମହକ' ଉତ୍ସବରେ ଶିଶୁମାନେ ସଂଗୀତ, କଳା ପ୍ରତିଭା ପ୍ରଦର୍ଶନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲୋ ଜିଲ୍ଲାସ୍ତରୀୟ ଉତ୍ସବର ବିଜେତାମାନେ କଟକ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ଆୟୋଜିତ ଜୋନ ସ୍ତରୀୟ ମହକ ଉତ୍ସବରେ ଭାଗ ନେଇଥିଲେ ଏବଂ ଜୋନ୍ ସ୍ତରୀୟ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲୋ
ଉକ୍ତ ଉତ୍ସବରେ ଦଳଗତ ନୃତ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବନବାସୀ ସେବା ସମିତିର ଶିଶୁମାନେ ବିଜୟୀ ହୋଇଥିବାବେଳେ ପୁରୀ ଜିଲ୍ଲା ନୀଳାଚଳ ସେବା ପ୍ରତିଷ୍ଠାନର ଶିଶୁ ଦଳ ଦ୍ୱିତୀୟ ସ୍ଥାନ ହାସଲ କରିଥିଲୋ ଏକକ ସଂଗୀତ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ କଳାହାଣ୍ଡି, ବାଲେଶ୍ୱର, କନ୍ଧମାଳ ଏବଂ ବରିଷ୍ଠ ବର୍ଗରେ ଯାଜପୁର, କନ୍ଧମାଳ ଓ ବରଗଡ଼ (ଯୁଗ୍ମ), ଖୋର୍ଦ୍ଧା ଜିଲ୍ଲାର ଶିଶୁମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲୋ ସେହିପରି ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ବଲାଙ୍ଗୀର, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ବରିଷ୍ଠ ବର୍ଗରେ ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି ଜିଲ୍ଲାର ଶିଶୁମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲୋ
ପରେ ପରେ ପୁରସ୍କୃତ ଶିଶୁମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା, ଯାହାକି ଉପସ୍ଥିତ ଦର୍ଶକଙ୍କୁ ଅଭିଭୂତ କରିଥିଲାା ସମ୍ବଲପୁରର ଶିଶୁଙ୍କ ଲୋକନୃତ୍ୟ, କଳାହାଣ୍ଡିର ଦୃଷ୍ଟିବାଧିତ ଶିଶୁକନ୍ୟାଙ୍କର ସଂଗୀତ, ବଲାଙ୍ଗୀରର ଶିଶୁଙ୍କ ଦ୍ୱାରା ଯୋଗକଳା ପ୍ରଦର୍ଶନ ଓ କନ୍ଧମାଳର ଶିଶୁମାନଙ୍କ ଦ୍ୱାରା ଶିଶୁକନ୍ୟାଙ୍କ ସୁରକ୍ଷା ସଂପର୍କିତ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖୀପାରିଥିଲାା ଆଜିର ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ସଦସ୍ୟା, ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ,ୟୁନିସେଫ୍ର ପ୍ରତିନିଧିଙ୍କ ସମେତ ବିଭିନ୍ନ ପ୍ରାକ୍ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲୋ











